Middle East War / ତୈଳ ସଂକଟ ଘଡ଼ିରେ ଶ୍ରୀଲଙ୍କା, ମାଳଦ୍ଵୀପ, ନେପାଳକୁ ଭାରତର ସହାୟତା; ଶେହବାଜଙ୍କୁ ଚିଡ଼ିଲେ ପାକିସ୍ତାନୀ ବିଶେଷଜ୍ଞ
·5 months ago·2 min read

Key Points
ପଡ଼ୋଶୀ ଭାରତର ପ୍ରଶଂସା ଶୁଣି ପାକିସ୍ତାନ ଜଳୁଛି । ପାକିସ୍ତାନର ବିଶେଷଜ୍ଞ କମର ଚିମା ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସମାଲୋଚନା କରିଛନ୍ତି ।
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପାଇଁ ଦୁନିଆରେ ତୈଳ ସଂକଟ ସୃଷ୍ଟି ହୋଇଥିବା ବେଳେ ଭାରତର ପ୍ରଶଂସା ହେଉଛି । ଆଉ ପଡ଼ୋଶୀ ଭାରତର ପ୍ରଶଂସା ଶୁଣି ପାକିସ୍ତାନ ଜଳୁଛି । ପାକିସ୍ତାନର ବିଶେଷଜ୍ଞ କମର ଚିମା ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ସମାଲୋଚନା କରିଛନ୍ତି ।
କମର ଚିମା କହିଛନ୍ତି, "ଇରାନ ଯୁଦ୍ଧ ପାଇଁ ସଂକଟ ଆସିଛି । ଆଉ ସଂକଟ ଘଡ଼ିରେ ଭାରତ ବନ୍ଧୁ ସାଜି ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକର ସହାୟତା କରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵକୁ ସମସ୍ତେ ପ୍ରଶଂସା କରୁଛନ୍ତି ।"
ଏଥିସହ ପଢ଼ନ୍ତୁ: ଇନ୍ଧନ ସଙ୍କଟରେ ଶ୍ରୀଲଙ୍କାକୁ ଭାରତର ବଡ଼ ସହାୟତା, ପଠାଇଲା ୩୮ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲିୟମ୍
ଶ୍ରୀଲଙ୍କାର ପ୍ରଶଂସା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଂକଟ ଘଡ଼ିରେ ଭାରତ ଶ୍ରୀଲଙ୍କାକୁ ତୈଳ ପଠାଇଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ । ଯାହାକୁ ନେଇ କମର ଚିମା ଚିଡ଼ିବା ସହ ପାକିସ୍ତାନ ସରକାରକୁ ପରାମର୍ଶ ଦେଇ ସଂକଟ ସମୟରେ କ'ଣ କରିବା ଉଚିତ୍ କହିଛନ୍ତି ।
ଋଣରେ ବୁଡ଼ିଛି ପାକିସ୍ତାନ
ଏମିତି ଦେଖିବାକୁ ଗଲେ ପାକିସ୍ତାନ ନିଜେ କାଙ୍ଗାଳ । ଅନ୍ୟ ଦେଶଠାରୁ ଋଣ ଆଣି ଦେଶ ଚଳାଉଛି, ଜନତାଙ୍କ ଜରୁରୀ ଆବଶ୍ୟକତା ପୂରଣ କରୁଛି । ପ୍ରତିବର୍ଷ ପାକିସ୍ତାନ ଉପରେ ବଢ଼ି ଚାଲିଛି ଋଣଭାର, ଦରବୃଦ୍ଧି ଆକାଶ ଛୁଆଁ ହୋଇଛି । ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେଉଥିବା ବେଳେ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଚିମା ।
ଇରାନ ସହ ସମ୍ପର୍କର ଦ୍ଵାହି
କମର ଚିମା କହିଛନ୍ତି ଯେ, "ଶ୍ରୀଲଙ୍କା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁନିଆ ସଂକଟ ଭିତରେ ଥିବାବେଳେ ମୋଦିଙ୍କ ନେତୃତ୍ଵ ଯୋଗୁଁ ଶ୍ରୀଲଙ୍କାରେ ତୈଳ ପହଞ୍ଚିଛି । ଏଭଳି ସ୍ଥିତିରେ ପାକିସ୍ତାନ ଟଙ୍କା କମାଇବା କଥା । ଇରାନ ସହ ଆମ ସମ୍ପର୍କ ଭଲ ଅଛି । ଇରାନ ଆମକୁ ଭରସା କରୁଛି । ତେଣୁ ଦକ୍ଷିଣ ଏସିଆ ରାଷ୍ଟ୍ରର ଆବଶ୍ୟକତା ପୂରଣ ପାଇଁ ଆମେ ଇରାନ ସହ ଆଲୋଚନା କରି କାମ କରିବା ଆବଶ୍ୟକ ।"
'ଏବେ ସମୟ ପାକିସ୍ତାନର'

କମର ଚିମା ଦାବି କରିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ଦେଇ ଦୈନିକ ପାକିସ୍ତାନର ୨ଟି ଜାହାଜ ଯିବାକୁ ଇରାନ ଅନୁମତି ଦେଇଛି । ପାକିସ୍ତାନ ପାଖରେ ସୁଯୋଗ ଥିବାବେଳେ କ୍ରେଡିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଛି । ପାକିସ୍ତାନ ପ୍ରଥମେ ଶ୍ରୀଲଙ୍କା ସହ ଆଲୋଚନା କରିବାର ଥିଲା । ମାଳଦ୍ଵୀପ, ନେପାଳ, ବାଂଲଦେଶ ସହ କଥା ହେବାର ଥିଲା । ଏବେ ସମୟ ଆସିଛି ଏହା ଉପରେ ଗୁରୁତ୍ଵ ଦିଆଯାଉ । କାରଣ ପାକିସ୍ତାନର କଥା ରହୁଛି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନକୁ ବଡ଼ ଝଟକା, ମଧ୍ୟସ୍ଥତା ପ୍ରସ୍ତାବକୁ ନା କହିଲା ଇରାନ
ସେ ଆହୁରି କହିଛନ୍ତି, "ଏବେ ବିଶ୍ଵରେ ଶକ୍ତି ସଂକଟ ଦେଖା ଦେଇଛି । ଏଭଳି ସ୍ଥିତିରେ ପାକିସ୍ତାନ ସକ୍ରିୟ ଭୂମିକା ନିର୍ବାହ କରୁ । ସମଗ୍ର ବିଶ୍ଵର ନଜର ଆମ ଉପରେ ରହିଛି । ୩ ଦେଶର ବିଦେଶ ମନ୍ତ୍ରୀ ଆସିଥିଲେ, ସ୍ଵର ଶୁଭୁଥିଲା ।"
ଇରାନ ଯୁଦ୍ଧରେ ପାକିସ୍ତାନ ମଧ୍ୟସ୍ଥି ସାଜିବାକୁ ପ୍ରୟାସ କରୁଛି । ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟ ଆଲୋଚନା କଥା ବି କହୁଛି । ତେବେ ଇରାନ ଏହାକୁ ଅଗ୍ରାହ୍ୟ କରିବା ସହ ଆମେରିକା ସହ କୌଣସି ସିଧାସଳକ ଆଲୋଚନାକୁ ମନା କରି ଦେଇଛି ।

Related Topics
Explore more stories