Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Middle East War / ପାକିସ୍ତାନକୁ ବଡ଼ ଝଟକା, ମଧ୍ୟସ୍ଥତା ପ୍ରସ୍ତାବକୁ ନା କହିଲା ଇରାନ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ପାକିସ୍ତାନକୁ ବଡ଼ ଝଟକା, ମଧ୍ୟସ୍ଥତା ପ୍ରସ୍ତାବକୁ ନା କହିଲା ଇରାନ
Iran Pakistan Mediation

Key Points

ପାକିସ୍ତାନର ପ୍ଲାନ୍ ଫେଲ୍
ପାକିସ୍ତାନକୁ ଇରାନର ସ୍ପଷ୍ଟ ସନ୍ଦେଶ
ଆଲୋଚନାରେ ଯୋଗ ଦେବାକୁ ମନା କଲା ଇରାନ
ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି । ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ ପରିସ୍ଥିତି । ଏହି ସମୟରେ ଯୁଦ୍ଧବିରତିର ଅନେକ ରିପୋର୍ଟ ସାମ୍ନାକୁ ଆସିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ଆଲୋଚନା ହୋଇନାହିଁ ।

ଏହାରି ମଧ୍ୟରେ ପାକିସ୍ତାନ ଦାବି କରିଥିଲା ​​ଯେ ସେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ସିଧାସଳଖ ଆଲୋଚନା ଆୟୋଜନ କରିବାକୁ ପ୍ରସ୍ତୁତ । କିନ୍ତୁ ଇରାନ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି ।

ପାକିସ୍ତାନର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲା ଇରାନ । ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ୟୁଦ୍ଧ ସମାପ୍ତ କରିବା ପାଇଁ ପାକିସ୍ତାନ ମଧ୍ୟସ୍ଥିତା କରିବାକୁ ପ୍ରସ୍ତୁତ ବୋଲି ଦାବି କରିଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି ଇରାନ । ମୁମ୍ବାଇସ୍ଥିତ ଇରାନର କନସୁଲେଟ୍ ଜେନେରାଲ୍ ସୋମବାର କହିଛନ୍ତି ଯେ ଆମେରିକା ସହ କୌଣସି ପ୍ରତ୍ୟକ୍ଷ ଆଲୋଚନା ହୋଇନାହିଁ । କେବଳ ମଧ୍ୟସ୍ଥିଙ୍କ ଜରିଆରେ ଅତ୍ୟଧିକ ଏବଂ ଅଯୌକ୍ତିକ ଦାବିଗୁଡ଼ିକ ଆମ ପାଖକୁ ଆସୁଛି । ଆମେରିକାର 'କୂଟନୀତି' କ୍ରମାଗତ ଭାବେ ବଦଳୁଛି, କିନ୍ତୁ ଆମର ଆଭିମୁଖ୍ୟ ସ୍ପଷ୍ଟ । ପାକିସ୍ତାନର ମଞ୍ଚ ସେମାନଙ୍କର ନିଜସ୍ୱ ବ୍ୟାପାର, ଆମେ ସେଥିରେ ଅଂଶଗ୍ରହଣ କରିନାହୁଁ ।

ରବିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର୍ ଇସଲାମାବାଦରେ ସାଉଦି ଆରବ, ମିଶର ଏବଂ ତୁର୍କୀର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ସେ ଦାବି କରିଥିଲେ ଯେ ଇସଲାମାବାଦରେ ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ଆଲୋଚନା ପାଇଁ ଏହି ଦେଶଗୁଡ଼ିକ ସମର୍ଥନ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ ପୁଣି ଧମକ ଦେଲେ ଟ୍ରମ୍ପ, ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଖାର୍ଗ ଦ୍ବୀପକୁ ଧ୍ବଂସ କରିଦେବି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Rejects Pakistan Mediation Offer Amid US Conflict | Argus News