Videos
|
Business

Tesla Flying Car / ଭାରତରେ Tesla Roadster ବୁକିଂ ଆରମ୍ଭ, ଗୋଟିଏ କାର୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା…

Sushanta Sahoo
Browse all articles by Sushanta Sahoo
·57 mins ago·2 min read
ଭାରତରେ Tesla Roadster ବୁକିଂ ଆରମ୍ଭ, ଗୋଟିଏ କାର୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା…
Tesla Roadster India

Key Points

Roadsterର Performance ଭାରିଆଣ୍ଟ ପାଇଁ ମୋଟ ୫୦.୦୬ ଲକ୍ଷ ଟଙ୍କା ଏବଂ Thrust ଭାରିଆଣ୍ଟ ପାଇଁ ପ୍ରାୟ ୨.୫୦ କୋଟି ଟଙ୍କା ଜମା କରିବାକୁ ପଡ଼ିବ । ତେବେ ଏହା କାର୍‌ର ଚୂଡ଼ାନ୍ତ ବିକ୍ରି ମୂଲ୍ୟ ନୁହେଁ, ବରଂ ବୁକିଂ ପାଇଁ ଧାର୍ଯ୍ୟ ହୋଇଥିବା ରାଶି ।
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍‌ କାର୍‌ ନିର୍ମାତା ଟେସ୍‌ଲାର ନୂଆ ସ୍ପୋର୍ଟ୍ସ କାର୍‌ Roadster ଏବେ ଭାରତରେ ଚର୍ଚ୍ଚାରେ । ଏହି କାର୍‌ର ବୁକିଂ ପାଇଁ କମ୍ପାନୀ ଭାରତୀୟ ଗ୍ରାହକଙ୍କୁ ସୁଯୋଗ ଦେଇଛି । କିନ୍ତୁ, ଏହାକୁ ବୁକ୍‌ କରିବା ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ିବ ।

Roadsterର Performance ଭାରିଆଣ୍ଟ ପାଇଁ ମୋଟ ୫୦.୦୬ ଲକ୍ଷ ଟଙ୍କା ଏବଂ Thrust ଭାରିଆଣ୍ଟ ପାଇଁ ପ୍ରାୟ ୨.୫୦ କୋଟି ଟଙ୍କା ଜମା କରିବାକୁ ପଡ଼ିବ । ତେବେ ଏହା କାର୍‌ର ଚୂଡ଼ାନ୍ତ ବିକ୍ରି ମୂଲ୍ୟ ନୁହେଁ, ବରଂ ବୁକିଂ ପାଇଁ ଧାର୍ଯ୍ୟ ହୋଇଥିବା ରାଶି । ଭାରତରେ ଏହାର ଡେଲିଭରି କେବେ ଆରମ୍ଭ ହେବ, ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ ।

ଏଥିସହ ପଢ଼ନ୍ତୁ: ଆକାଶରେ ଉଡ଼ିବ, ୧ ସେକେଣ୍ଡରେ ଧରିବ ୧୦୦କିମି ସ୍ପିଡ୍...ମାର୍କେଟକୁ ଆସିଲା ଉଡନ୍ତା କାର 

ବୁକିଂ ପାଇଁ କେତେ ଟଙ୍କା ଦେବେ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟେସ୍‌ଲା Roadsterର ଦୁଇଟି ଭାରିଆଣ୍ଟ ପାଇଁ ଭିନ୍ନ ଭିନ୍ନ ରାଶି ଧାର୍ଯ୍ୟ କରିଛି ।

Performance ଭାରିଆଣ୍ଟ: ମୋଟ ୫୦.୦୬ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ପ୍ରଥମେ ୫.୦୧ ଲକ୍ଷ ଟଙ୍କା ଦେବା ପରେ ଅବଶିଷ୍ଟ ୪୫.୦୫ ଲକ୍ଷ ଟଙ୍କା ୧୦ ଦିନ ମଧ୍ୟରେ ଜମା କରିବାକୁ ହେବ ।

Thrust ଭାରିଆଣ୍ଟ: ଏଥିପାଇଁ ମୋଟ ପ୍ରାୟ ୨.୫୦ କୋଟି ଟଙ୍କା ଦେବାକୁ ପଡ଼ିବ । ପ୍ରଥମେ ୫.୦୧ ଲକ୍ଷ ଟଙ୍କା ଏବଂ ପରବର୍ତ୍ତୀ ୧୦ ଦିନ ମଧ୍ୟରେ ବାକି ରାଶି ଜମା କରିବାକୁ ହେବ।

କମ୍ପାନୀର ସୂଚନା ଅନୁସାରେ, ପ୍ରାରମ୍ଭିକ ୫.୦୧ ଲକ୍ଷ ଟଙ୍କା ଫେରସ୍ତଯୋଗ୍ୟ । ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ରାଶି ଦେଲେ ହିଁ ବୁକିଂ ନିଶ୍ଚିତ ହେବ ।

Tesla Roadster Performance

ଏହା ଏକ ଇଲେକ୍ଟ୍ରିକ୍‌ ସ୍ପୋର୍ଟ୍ସ କାର୍‌ । ଏଥିରେ କାର୍‌କୁ ରାସ୍ତାରେ ଅଧିକ ସ୍ଥିର ରଖିବା ପାଇଁ ବିଶେଷ ସକ୍ସନ୍‌ ସିଷ୍ଟମ୍‌ ରହିବ ବୋଲି କୁହାଯାଇଛି । ଏହାର ଡିଜାଇନ୍‌ ଓ ଗତି ଏହାକୁ ଅନ୍ୟ ସାଧାରଣ ଇଲେକ୍ଟ୍ରିକ୍‌ କାର୍‌ଠାରୁ ଅଲଗା କରେ ।

Tesla Roadster Thrust

ଏହି ଭାରିଆଣ୍ଟରେ SpaceX ସହ ଜଡ଼ିତ ଥ୍ରଷ୍ଟର୍‌ ପ୍ରଯୁକ୍ତି ଦିଆଯିବାର ଯୋଜନା ରହିଛି । କମ୍ପାନୀ ଏହାର ଅତ୍ୟଧିକ ଦ୍ରୁତ ଗତି ଓ ତ୍ଵରଣ (Acceleration) କ୍ଷମତା ନେଇ ଦାବି କରିଛି । ତେବେ ଏହି ବିଶେଷ ପ୍ରଯୁକ୍ତିର ବ୍ୟବହାର ସ୍ଥାନୀୟ ଆଇନ୍ ଓ ଅନୁମତି ଉପରେ ନିର୍ଭର କରିବ ।

କେବେ ଆରମ୍ଭ ହେବ ଉତ୍ପାଦନ ?

ଟେସ୍‌ଲା ୨୦୨୮ରୁ Roadsterର ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଛି । ତେବେ ପ୍ରାରମ୍ଭିକ ଉତ୍ପାଦନରେ ବାମ ପଟେ ଷ୍ଟିୟରିଂ ଥିବା କାର୍‌ ତିଆରି ହେବ । ଭାରତରେ ଡାହାଣ ପଟେ ଷ୍ଟିୟରିଂ ଥିବା କାର୍‌ ଚଳାଯାଉଥିବାରୁ ଭାରତୀୟ ଗ୍ରାହକଙ୍କୁ ଏହାର ଡେଲିଭରି ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ।

ଏଥିସହ ପଢ଼ନ୍ତୁ: ଉଡ଼ନ୍ତା କାରକୁ ନେଇ ସୋସିଆଲ୍ ମିଡିଆରେ Memeର ବନ୍ୟା; ଦେଖନ୍ତୁ ମଜାଦାର Video 

ଭାରତରେ ଲଞ୍ଚ୍‌ ଓ ଡେଲିଭରିର ନିର୍ଦ୍ଦିଷ୍ଟ ସମୟ ଏଯାଏଁ ସ୍ପଷ୍ଟ ହୋଇନାହିଁ । Roadster ପାଇଁ ଦିଆଯାଇଥିବା ରାଶିକୁ ଚୂଡ଼ାନ୍ତ କାର୍‌ ମୂଲ୍ୟ ବୋଲି ଧରନ୍ତୁ ନାହିଁ । ବୁକିଂ ପୂର୍ବରୁ ଟେସ୍‌ଲାର ଅଧିକାରିକ ୱେବସାଇଟ୍‌ରେ ସର୍ତ୍ତାବଳୀ ଯାଞ୍ଚ କରନ୍ତୁ ।