Life Imprisonment / ଦେଶରେ ଲଗାଇଥିଲେ ମାର୍ଶଲ ଆଇନ୍; କୋର୍ଟ ଶୁଣାଇଲେ ଆଜୀବନ ଜେଲ୍ ଦଣ୍ଡାଦେଶ
·6 months ago·2 min read

Key Points
ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ ୟେଓଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୩ ମସିହାରେ ୟୁନ ସୁକ ୟେଓଲ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଥିବା ବେଳେ ମାର୍ଶଲ ଆଇନ୍ ଲାଗୁ କରିଥିଲେ ।
ସେଓଲ୍: ମାର୍ଶଲ ଆଇନ୍ ଲାଗୁ କରିବା, ବିଦ୍ରୋହ ପାଇଁ ଷଡ଼ଯନ୍ତ୍ର ମାମଲାରେ ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ । ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ ୟେଓଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୟୁନ ସୁକ ୟେଓଲଙ୍କ ଜରୁରୀକାଳୀନ ପଦେକ୍ଷପ ଯୋଗୁଁ ଦେଶରେ ଗମ୍ଭୀର ରାଜନୈତିକ ସଂକଟ ସୃଷ୍ଟି ହୋଇଥିଲା ।
୨୦୨୩ ମସିହାରେ ୟୁନ ସୁକ ୟେଓଲ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଥିବା ବେଳେ ମାର୍ଶଲ ଆଇନ୍ ଲାଗୁ କରିଥିଲେ । ଏଥିସହ କ୍ଷମତାର ଦୁରୂପଯୋଗ ଏବଂ ବିଦ୍ରୋହ ଷଡ଼ଯନ୍ତ୍ର କରିବାରେ ୟୁନ ସୁକ ୟେଓଲ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ଏହି ମାମଲାରେ ତାଙ୍କୁ ମୃତ୍ୟୁଦଣ୍ଡ ବଦଳରେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ମୁଁ ମରିଗଲେ ମୋ ସ୍ତ୍ରୀର ଭବିଷ୍ୟତ କଣ ହେବ, ସେଥିପାଇଁ ମୁଁ ମାରିଦେଲି: ପୂର୍ବତନ ଇସ୍ରୋ କର୍ମଚାରୀ
୬୫ ବର୍ଷୀୟ ୟୁନ ସୁକ ୟେଓଲ ୨୦୨୪ ଡିସେମ୍ବରରେ ସେନା ଓ ପୋଲିସ ବଳକୁ ସକ୍ରିୟ କରି ସଂସଦକୁ ନିୟନ୍ତ୍ରଣକୁ ନେବାର ପ୍ରଚେଷ୍ଟା କରିଥିଲେ । ସେତେବେଳେ ନିଜ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇବାକୁ ଯାଇ କହିଥିଲେ, "ରାଷ୍ଟ୍ର ବିରୋଧୀ ଶକ୍ତିଙ୍କୁ ରୋକିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ଥିଲା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାର୍ଶଲ ଆଇନ୍ ପ୍ରାୟ ୬ ଘଣ୍ଟା ଧରି ବଳବତ୍ତର ରହିଥିଲା । ବିପୁଳ ଅସ୍ତ୍ରଶସ୍ତ୍ର ସହ ସୈନିକ ଓ ପୋଲିସ ସଂସଦ ଭବନକୁ ଘେରାବନ୍ଦୀ କରି ନେଇଥିଲେ । ତଥାପି ସାଂସଦମାନେ ଅବରୋଧକୁ ଭାଙ୍ଗି ସଂସଦରେ ପହଞ୍ଚି ସର୍ବସମ୍ମତି କ୍ରମେ ମାର୍ଶଲ ଆଇନ୍ ହଟାଇବା ସପକ୍ଷରେ ମତଦାନ କରିଥିଲେ । ଯାହାପରେ ଜରୁରୀକାଳୀନ ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଇଥିଲା । ଏହି ଘଟଣା ଦେଶରେ ଗମ୍ଭୀର ରାଜନୈତିକ ସଂକଟ ସୃଷ୍ଟି କରିଥିଲା ।
୧୯୯୭ ପରେ କାହାକୁ ଦିଆଯାଇନି ଫାଶୀ
ଜାନୁଆରୀରେ ୟୁନ ସୁକ ୟେଓଲଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି ହୋଇଥିଲା । ଅସାମ୍ବିଧାନିକ ଓ ଅବୈଧ ମାର୍ଶଲ ଆଇନ୍ ଜାତୀୟ ସଂସଦ ସହ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟରେ ବାଧା ଦେବା ସହ କମ୍ଜୋର କରିଥିଲା । ଉଦାର ଗଣତାନ୍ତ୍ରିକ ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରିବାର ପ୍ରୟାସ କରିଥିଲା । ତେବେ ଦକ୍ଷିଣ କୋରିଆରେ ୧୯୯୭ ପର ଠାରୁ କାହାରିକୁ ଫାଶୀ ଦିଆଯାଇ ନାହିଁ ।
ପୂର୍ବଚନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ୩୦ ବର୍ଷ ଜେଲ୍
ମାର୍ଶଲ ଆଇନ୍ ଲାଗୁ କରିବାରେ ସାମିଲ୍ ଥିବା ଅନେକ ପୂର୍ବ ସୈନିକ ଓ ପୋଲିସ ଅଧିକାରୀଙ୍କୁ କୋର୍ଟ ୟୁନ ସୁକ ୟେଓଲଙ୍କ ସହ ଦୋଷୀ ସାବ୍ୟସ୍ତ କରିଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ ଝୁନଙ୍କୁ ଏହି ଯୋଜନାର ମୁଖ୍ୟ ଓ ସେନାକୁ ସକ୍ରିୟା କରିଥିବାରୁ କୋର୍ଟ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
ଗତମାସରେ ୟୁନ ସୁକ ୟେଓଲଙ୍କୁ ଗିରଫଦାରୀକୁ ବିରୋଧ କରିବା, ମାର୍ଶଲ ଆଇନ୍ ଘୋଷଣା ସମ୍ପର୍କିତ ନଥିପତ୍ର ଲୁଚାଇବା ଏବଂ ଆଇନତଃ ଭାବେ କ୍ୟାବିନେଟ୍ ବୈଠକ ବିନା ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରିବା ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ ଜାମ୍ ପାଇଁ ଦେଇପାରିଲେନି ମାଟ୍ରିକ୍ ପରୀକ୍ଷା, ଶେଷରେ ଜୀବନ ହାରିଦେଲେ ଛାତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ବି ଅନ୍ୟ ମାମଲାରେ ଦୋଷୀ
ସିଓଲ୍ର କେନ୍ଦ୍ରୀୟ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ହାନ ଡକ୍ ସୁଙ୍କ ସମେତ କ୍ୟାବିନେଟ୍ର ଅନ୍ୟ ୨ ଜଣ ସଦସ୍ୟଙ୍କୁ ଅନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ହାନ ଡକ ସୁଙ୍କୁ ୨୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ହାନ ଡକ ସୁ କ୍ୟାବନେଟ୍ ବୈଠକ ଜରିଆରେ ନିର୍ଦ୍ଦେଶକୁ ବୈଧ କରିବା, ରେକର୍ଡକୁ ଲୁଚାଇବା ଓ ଶପଥ ଅନୁସାରେ ମିଛ କହିବାକୁ ପ୍ରୟାସ କରିଛନ୍ତି । ତେବେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିଛନ୍ତି ହାନ ଡକ ସୁ ।

Related Topics
Explore more stories