Traffic Jam Tragedy / ଟ୍ରାଫିକ୍ ଜାମ୍ ପାଇଁ ଦେଇପାରିଲେନି ମାଟ୍ରିକ୍ ପରୀକ୍ଷା, ଶେଷରେ ଜୀବନ ହାରିଦେଲେ ଛାତ୍ରୀ
·6 months ago·2 min read

Key Points
କଠୋର ନିୟମର କଳା ପରିଣାମ ?
ବିହାର ମାଟ୍ରିକ୍ ପରୀକ୍ଷାରେ ଦୁଃଖଦ ଘଟଣା
ପରୀକ୍ଷା ଦେଇନପାରି ଛାତ୍ରୀଙ୍କ ଚୂଡ଼ାନ୍ତ ପଦକ୍ଷେପ

ବିହାରରେ ଆରମ୍ଭ ହୋଇସାରିଛି ମାଟ୍ରିକ୍ ପରୀକ୍ଷା । ଗତ ମଙ୍ଗଳବାର ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ ଥିଲା । ଆଉ ପରୀକ୍ଷାର ପ୍ରଥମ ଦିନରେ ହିଁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ମସୌର୍ହି ଥାନା ଅନ୍ତର୍ଗତ ଖାରଜାମ୍ବା ଗାଁରେ ଘଟିଛି ।
ମାଟ୍ରିକ୍ ପରୀକ୍ଷାର୍ଥୀ କୋମଲ କୁମାରୀ ପରୀକ୍ଷା ଦେବାକୁ ଯିବା ସମୟରେ ଟ୍ରାଫିକ୍ରେ ଫସି ଯାଇଥିଲେ । ଟ୍ରାଫିକ୍ ଜାମ୍ ଯୋଗୁଁ ସେ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନଥିଲେ । ବିଳମ୍ବରେ ପହଞ୍ଚିବା ଯୋଗୁଁ ତାଙ୍କୁ ପରୀକ୍ଷା କେନ୍ଦ୍ର ପ୍ରବେଶ କରିବାକୁ ମନା କରାଯାଇଥିଲା । ପରୀକ୍ଷା ଦେଇ ନ ପାରିବାରୁ ଦୁଃଖରେ କୋମଲ କୁମାରୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିବାର କହିଛନ୍ତି ଯେ 'ସେ ତାଙ୍କ ମାଟ୍ରିକ୍ ପରୀକ୍ଷା ପାଇଁ ବହୁତ ଉତ୍ସାହିତ ଥିଲେ । ମଙ୍ଗଳବାର ଦିନ ଯେତେବେଳେ ସେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ ଏକ ବଡ଼ ଟ୍ରାଫିକ୍ ଜମ୍ରେ ଫସିଗଲେ । ସେ କେନ୍ଦ୍ରରେ ପହଞ୍ଚିବା ବେଳକୁ ପ୍ରବେଶ ସମୟ ଅତିକ୍ରମ କରିସାରିଥିଲା । ଗେଟ୍ ନ ଖୋଲିବା ଏବଂ ପରୀକ୍ଷା ନ ଦେବା ଖବର ତାଙ୍କୁ ଦୁଃଖିତ କରିଦେଇଥିଲା । ଘରକୁ ଫେରିବା ପରେ ସେ ବହୁତ ସମୟ ପର୍ଯ୍ୟନ୍ତ କାନ୍ଦୁଥିଲେ'।
ପରିବାର ଲୋକ ଭାବିଥିଲେ ଯେ ଛାତ୍ରୀଜଣଙ୍କୁ ବୁଝାଇବା ପରେ ସେ ଶାନ୍ତ ହୋଇଯିବେ । କିନ୍ତୁ ସେ ଚୁପ୍ଚାପ୍ ଘରୁ ବାହାରି ରେଳ ଧାରଣା ପାଖକୁ ଚାଲି ଯାଇଥିଲେ । ଆଉ ରେଳଧାରଣରେ ଆତ୍ମହତ୍ୟା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଦୁଃଖଦ ଘଟଣା ପରେ, ପରୀକ୍ଷା କେନ୍ଦ୍ରର କଠୋରତା ଯୋଗୁଁ ସ୍ଥାନୀୟ ଗ୍ରାମବାସୀମାନେ କ୍ରୋଧିତ ଅଛନ୍ତି । ଲୋକମାନେ କହୁଛନ୍ତି ଯେ ଟ୍ରାଫିକ୍ ଜାମ୍ ଭଳି ସମସ୍ୟାକୁ ବିଚାରକୁ ନେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ନମନୀୟ ବ୍ୟବସ୍ଥା କରାଯିବା ଉଚିତ। ଏହି ସମ୍ବେଦନଶୀଳ ପ୍ରସଙ୍ଗ ବିହାର ବିଧାନସଭା ପରିଷଦରେ ମଧ୍ୟ ପ୍ରତିଧ୍ୱନିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ଚିନ୍ତା ପ୍ରକାଶ କରିଥିଲେ ।
ଚଳିତ ବର୍ଷ ବିହାର ବୋର୍ଡ ମାଟ୍ରିକ୍ ପରୀକ୍ଷାରେ ପ୍ରାୟ ୧୫.୧୨ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । ବୋର୍ଡ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ କଠୋର ନିୟମ ଲାଗୁ କରିଛି । ଯେଉଁଥିରେ ପରୀକ୍ଷା କେନ୍ଦ୍ରକୁ ଜୋତା ଏବଂ ମୋଜା ପିନ୍ଧିବା ଉପରେ କଟକଣା ମଧ୍ୟ ରହିଛି । ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛି ଯେ ନିର୍ଦ୍ଧାରିତ ସମୟ ପରେ ଆସୁଥିବା ଯେକୌଣସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ ନାହିଁ ।
ଏଥିସହ ପଢ଼ନ୍ତୁ: ଆଉ ଖୋଲାରେ ବିକ୍ରି କରିପାରିବେନି ମାଂସ, ସରକାର ଆଣିଲେ ନୂଆ ନିୟମ

Related Topics
Explore more stories