Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆସିଲା ରିପୋର୍ଟ , ପୃଥିବୀରୁ ପ୍ରଥମେ ବିଲୁପ୍ତ ହୋଇଯିବ ଦକ୍ଷିଣ କୋରିଆ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସିଲା ରିପୋର୍ଟ , ପୃଥିବୀରୁ ପ୍ରଥମେ ବିଲୁପ୍ତ ହୋଇଯିବ ଦକ୍ଷିଣ କୋରିଆ

Key Points

  • ପୃଥିବୀରୁ ପ୍ରଥମେ ବିଲୁପ୍ତ ହୋଇଯିବ ଦକ୍ଷିଣ କୋରିଆ
  • ଦକ୍ଷିଣ କୋରିଆକୁ ନେଇ ଆସିଲା ବଡ ରିପୋର୍ଟ
  • ଭାରତ ପାଇଁ ବି ଆସିପାରେ ବିପଦ

 ଅର୍ଗସ ବ୍ୟୁରୋ : ଏବେ ସବୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ଦକ୍ଷିଣ କୋରିଆ । ଏହା ପୃଥିବୀର ପ୍ରଥମ ବିଲୁପ୍ତ ହେଉଥିବା ଦେଶ ବୋଲି କୁହାଯାଉଛି । ଏମିତି ସମୟ ଆସିବ, ଯେତେବେଳେ ଦକ୍ଷିଣ କୋରିଆ ନାଁ ରେ କୌଣସି ଦେଶ ଲୋକ ଶୁଣିବାକୁ ପାଇବେନି । ହୁଏତ ଏକଥା ଶୁଣିବା ପରେ ଭାରତୀୟଙ୍କୁ ବିଶେଷ ଫରକ ନପଡିପାରେ , ହେଲେ ରିପୋର୍ଟ ମୁତାବକ ଯଦି ଭାରତ ଏଥିପ୍ରତି ଏବେଠୁ ସଚେତନ ନହୁଏ, ତେବେ ଭାରତର ଅବସ୍ଥା ମଧ୍ୟ ଆଗକୁ ଏମିତି ହୋଇପାରେ ବୋଲି କୁହାଯାଉଛି । 

ଦକ୍ଷିଣ କୋରିଆ ଆଗକୁ ବିଲୁପ୍ତ ହୋଇଯିବା ପଛର କାରଣ ହେଉଛି କମ ଜନସଂଖ୍ୟା । ଏହି ଦେଶର ପ୍ରଜନନ ହାର ୨୦୨୨ ଅପେକ୍ଷା ୮ ପ୍ରତିଶତ ହ୍ରାସ ପାଇଛି । ଯେଉଁଭଳି ଭାବରେ ଏହାର ଜନସଂଖ୍ୟା କମିବାରେ ଲାଗିଛି, ସମୟ ଆସିବ ଏହା ସମ୍ପୁର୍ଣ୍ଣ ଭାବରେ ଲୋକଶୂନ୍ୟ ହୋଇଯିବ । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଯଦି ଏହିଭଳି ଦକ୍ଷିଣ କୋରିଆର ଜନସଂଖ୍ୟା କମିଯାଏ , ତେବେ ୨୦୯୬ ମସିହା ବେଳକୁ ଏହାର ପ୍ରଜନନ ହାର ୫.୧ରୁ ଖସିଆସି ଏକ ତୃତୀୟାଂଶ ହୋଇଯିବ । 

୨୦୨୩ ମସିହାରେ ଦକ୍ଷିଣ କୋରିଆର ଜନ୍ମହାର ମହିଳା ପ୍ରତି ୦.୭୨ କମ ରହିଛି । ଯାହା ଚଳିତ ବର୍ଷ ୦.୬ କୁ ଖସି ଆସିଥିବା ବୋଲି ଅନୁମାନ କରାଯାଉଛି । ଏତେ ସଂଖ୍ୟାରେ ଜନସଂଖ୍ୟା କମୁଥିବାରୁ ସେମାନଙ୍କ ପ୍ରତି ଚିନ୍ତାର କାରଣ ପାଲଟିଛି । ଯେଉଁ କାରଣରୁ ଦକ୍ଷିଣ କୋରିଆ ସରକାର ପିଲା ଜନ୍ମ କରୁଥିବା ପ୍ରତ୍ୟେକ ମା ବାପାଙ୍କୁ ୫୯ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ସେଠାକାର ସରକାର କିପରି ପ୍ରଜନନ ହାର ଅଧିକ ବଢିବ ତାକୁ ନେଇ ନାନା ପ୍ରକାର ଉପାୟ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଯଦି ଭାରତ କଥା ଦେଖାଯାଏ, ତେବେ ଭାରତର ପ୍ରଜନନ ହାର ରହିଛି ୨.୧ । ଯଦି ଏହି ହାର ବଜାୟ ରୁହେ, ତେବେ ଜନସଂଖ୍ୟାର ସଠିକ ସନ୍ତୁଳନ ରହିବ । କିନ୍ତୁ ଯଦି ଏହି ମ୍ୟାଜିକ ନମ୍ବର ତଳକୁ ପ୍ରଜନନ ହାର ଯାଏ, ତେବେ ଭାରତକୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିବ । କାରଣ ଭାରତର କିଛି ମୁଖ୍ୟ ନେତା ତଥା କିଛି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଯେ, ପ୍ରତି ଦମ୍ପତ୍ତିଙ୍କୁ ୩ ଟି ପିଲା କରିବାର ଆବଶ୍ୟକତା ରହିଛି । ତେଣୁ ଦକ୍ଷିଣ କୋରିଆର ଏହି ଭୁଲରୁ ଭାରତ କିଛି ଶିଖିବା ଦରକାର ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।  

 

Sponsored
South Korea will be the first country to disappear from the earth | Argus News