Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Statue of Liberty / ପବନରେ ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଭିଡିଓ ଭାଇରାଲ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ପବନରେ ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଭିଡିଓ ଭାଇରାଲ...
Statue of Liberty

Key Points

ପବନରେ ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି
ଝଡ ବାତ୍ୟାରେ ଖସି ପଡିଲା ପ୍ରତିମୂର୍ତ୍ତି
ମାଡ଼ି ଆସିଲା ଝଡ଼ ବାତ୍ୟା। ଖସି ପଡ଼ିଲା ପ୍ରତିମୂର୍ତ୍ତି। ଭାଙ୍ଗିଗଲା ଷ୍ଟାଚ୍ୟୁ ଅଫ୍ ଲିବର୍ଟି । ପ୍ରବଳ ପବନରେ ଠିଆ ହୋଇ ରହିପାରିଲାନି ଷ୍ଟାଚ୍ୟୁ ଅଫ୍ ଲିବର୍ଟି । ଏମିତି କିଛି ଘଟିଛି ବ୍ରାଜିଲରେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏଠାରେ ଆମେରିକାରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ଅବିକଳ ନକଲ ରହିଛି । ଯାହା ପ୍ରବଳ ବାତ୍ୟାରେ ଖସି ପଡିଥିବାରୁ ଭାଙ୍ଗିଯାଇଛି। ଯାହାର ଭିଡିଓ ଭାଇରାଲ ହେଉଛି । ରିପୋର୍ଟ ଅନୁସାରେ, ବ୍ରାଜିଲର ରିଓ ଗ୍ରାଣ୍ଡ୍ ଡୋ ସୁଲ୍ ରାଜ୍ୟର ଗୁଏବା ସହରରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ପ୍ରତିରୂପ ରହିଛି । ଆମେରିକାର ଥିବା ମୂର୍ତ୍ତି ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଥିଲା ।



କିନ୍ତୁ ଡିସେମ୍ବର ୧୫ ତାରିଖରେ ବ୍ରାଜିଲ ଏକ ଶକ୍ତିଶାଳୀ ଝଡର ସାମ୍ନା କରିଥିଲା । ଯାହାକୁ ପ୍ରତିରୋଧ କରିପାରିନଥିଲା ମୂର୍ତ୍ତି । ପବନର ବେଗ ଅଧିକ ହେଲା ପରେ ଏହା ଭାଙ୍ଗି ଯାଇ ତଳେ ଖସି ପଡ଼ିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ମେୟରଙ୍କ କହିବାନୁସାରେ, ଲଘୁଚାପ ପ୍ରଭାବରେ ଝଡ ବାତ୍ୟା ହୋଇଥିଲା । ଯାହା ସ୍ଥାନୀୟ ଅଞ୍ଚଳରେ କିଛି ଘର ଏବଂ ଗଛକୁ ଭାଙ୍ଗି ପକାଇଛି । ଏବେ ପବନର ପ୍ରଭାବ ନଥିଲେ ବି ବର୍ଷା ଜାରି ରହିଛି । କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ଥିବା ମେୟର କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରତିମୂର୍ତ୍ତି ଭାଙ୍ଗିବା ସମୟରେ ରାସ୍ତାରେ ଅନେକ ଗାଡି ମଟର ଚଳାଚଳ କରୁଥିଲା ।

ଏଥିସହ ପଢ଼ନ୍ତୁ: କିଏ ଏହି ଇଜାଜ୍‌ ସାୱାରିଆ ? ଯିଏ ଇନଷ୍ଟାରୁ ଆଇପିଏଲରେ ପହଞ୍ଚି ପାରିଲେ...

ହେଲେ କାହାର କୌଣସି କ୍ଷତି ହୋଇନାହିଁ । ପବନର ବେଗ ଘଣ୍ଟା ପ୍ରତି୮୦ରୁ୯୦କିଲୋମିଟର ଥିଲା । ମୂର୍ତ୍ତି ଭାଙ୍ଗିବା ପରେ ତୁରନ୍ତ ଏହାକୁ ସେଠାରୁ ହଟାଇ ଦିଆଯାଇଥିଲା । ଫଳରେ ଯାତାୟତ ଉପରେ ସେତେଟା ପ୍ରଭାବ ପଡିନଥିଲା । ମୂର୍ତ୍ତିଟି ଭାଙ୍ଗିଯିବା ପରେ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଏତେ ବଡ ଦୁର୍ଘଟଣାରେ କାହାର କିଛି ହୋଇନଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ପାର୍କିଂ ସ୍ଥାନରେ ଧକ୍କା ଖାଇବା ପୂର୍ବରୁ ଢାଞ୍ଚାର ପ୍ରତିକୃତି ଧୀରେ ଧୀରେ ନଇଁ ପଡୁଥିବା ଦେଖାଯାଉଛି। ଏହି ପ୍ରତିମୂର୍ତ୍ତିଟି 2020 ମସିହାରେ ସ୍ଥାପିତ ହୋଇଥିଲା ଏବଂ 11 ମିଟର କଂକ୍ରିଟ୍ ବେସ୍ ଉପରେ ଠିଆ ହୋଇଥିଲା, ଯାହା ଭୁଷୁଡ଼ିବା ପରେ ଅକ୍ଷୁର୍ଣ୍ଣ ରହିଛି । ଏହି ସମୟରେ, ଲାଜିଆଡୋରେ ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ବନ୍ୟା ସୃଷ୍ଟି ହୋଇଥିଲା। ତଥାପି, ପ୍ରଭାବିତ ଅଞ୍ଚଳରେ କୌଣସି ବଡ଼ ବିଦ୍ୟୁତ୍ କିମ୍ବା ସେବା ବିଭ୍ରାଟ ଦେଖାଯାଇ ନାହିଁ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Statue of Liberty | Powerful storms topple replica of structure in Brazil's Rio Grande do Sul | Argus News | Argus News