Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Fuel Price Hike / ଯୁଦ୍ଧ ପାଇଁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

Rashmita Mishra
Browse all articles by Rashmita Mishra
·4 months ago·3 min read
ଯୁଦ୍ଧ ପାଇଁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
Fuel Price Hike

Key Points

ଭାରତ ପାଖରେ କେତେ ଦିନର ତେଲ ଷ୍ଟକ୍ ?
ଯୁଦ୍ଧ ପ୍ରଭାବ: ତେଲ ନେଇ ବଢ଼ିଲା ଚିନ୍ତା
ହର୍ମୁଜ ପ୍ରଣାଳୀ ସଙ୍କଟ: ଭାରତର ପ୍ଲାନ୍ କଣ ?

ବିଶ୍ଵର ତୃତୀୟ ବୃହତ ତୈଳ ଆମଦାନୀକାରୀ ଦେଶ ଭାବରେ ଭାରତ ପାଖରେ କେତେ ତେଲ ଅଛି, ତାକୁ ନେଇ ଚିନ୍ତା ବଢ଼ିଛି । ତେବେ ସରକାରୀ ସୂତ୍ର ଅନୁସାରେ ୨୫ ଦିନ ପାଇଁ ଭାରତ ପାଖରେ ଅଛି ତେଲ ! ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।

ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଭାରତ ପାଖରେ ବର୍ତ୍ତମାନ ପ୍ରାୟ ୪ ସପ୍ତାହ ପାଇଁ ଆବଶ୍ୟକ ଅଶୋଧିତ ତୈଳ ଓ ବିଶୋଧିତ ଜାଳେଣି ଗଚ୍ଛିତ ଅଛି । ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତର ଶକ୍ତି ସୁରକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ।

ଭାରତ ଏବେ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର ନକରି ଅନ୍ୟ ଦେଶରୁ ତେଲ ଆଣିବା ପାଇଁ ବାଟ ଖୋଜୁଛି । ଅନେକ ଜାହାଜ ଏବେ ହର୍ମୁଜ ପ୍ରଣାଳୀ ବଦଳରେ ଅନ୍ୟ ସୁରକ୍ଷିତ ରାସ୍ତାରେ ଆସୁଛି । ଦେଶରେ ତେଲର ସ୍ଥିତି ଉପରେ ନଜର ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବର୍ତ୍ତମାନ ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଦର ବଢ଼ାଇବାକୁ ସରକାରଙ୍କର କୌଣସି ଯୋଜନା ନାହିଁ ।

ଗ୍ରାହକଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି, ଭାରତ ପାଖରେ ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ୍ ଅଛି । ଭାରତ ନିଜର ତେଲ ଆବଶ୍ୟକତା ପାଇଁ ରୁଷ ଓ ଅନ୍ୟ ଉତ୍ସଗୁଡ଼ିକ ଉପରେ ଗୁରୁତ୍ୱ ଦେଉଛି । ତେଣୁ ହଠାତ୍ କୌଣସି ବଡ଼ ସଙ୍କଟ ଆସିବାର ସମ୍ଭାବନା କମ୍ । ତଥାପି ଯୁଦ୍ଧ ଦୀର୍ଘସ୍ଥାୟୀ ହେଲେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିପାରେ । ଦୀର୍ଘ ଦିନ ଧରି ହାର୍ମୁଜ ପ୍ରଣାଳୀ ବନ୍ଦ ରହିଲେ ଆଗାମୀ ଦିନରେ ସ୍ଥିତି ଜଟିଳ ହୋଇପାରେ ।

ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧ ଡଲାର ବଢ଼ିଲେ, ପେଟ୍ରୋଲ/ଡିଜେଲ ଲିଟର ପିଛା ଦର ୫୫ ପଇସା ମହଙ୍ଗା ହେବ । ଅର୍ଥାତ ଯେତେ ଡଲାର ବଢୁଥିବ, ତେଲ ସେତେ ମହଙ୍ଗା ହୋଇ ଚାଲିବ । କିନ୍ତୁ ଅଶୋଧିତ ତେଲ ବ୍ୟାରେଲ୍ ପିଛା ୧୦ ଡଲାର ଯାଏଁ ମହଙ୍ଗା ହେଲେ ଏହା ଭାରତୀୟ ବାଜରରେ ଗଭୀର ପ୍ରଭାବ ପକାଇବ । ଖୁଚୁରା ମୁଦ୍ରାସ୍ଫୀତି- ୦.୩୫% ବଢ଼ିବ , ସେହିପରି ସାମଗ୍ରୀକ ମୁଦ୍ରାସ୍ଫୀତି- ୧.୩% ବଢ଼ିବ, ବିତ୍ତୀୟ ନିଅଣ୍ଟ GDPର-୦.୫% ଯାଏଁ ବଢ଼ିଯିବ ଏବଂ GDP ଅଭିବୃଦ୍ଧି- ୦.୨% ଯାଏଁ ହ୍ରାସ ପାଇବ ।

ଦେଖନ୍ତୁ ଏହି ଖବର: ନିଶା ବେପାରୀଙ୍କୁ ଚେତାବନି, ଅବୈଧ ଘର ଭାଙ୍ଗିଲା ବୁଲଡୋଜର

ଲୋକଙ୍କ ଏହି ମହଙ୍ଗା ମାଡ଼ର ଆଶ୍ବସ୍ତି ଦେବା ପାଇଁ ସରକାର ତେଲ ଉପରୁ ଆମଦାନୀ ଶୁଳ୍କ କମ୍ କଲେ କୋଟି କୋଟି ଟଙ୍କାର କ୍ଷତି ସହିବେ । ଲିଟର ପିଛା ୧ଟଙ୍କା ଆମଦାନୀ ଶୁଳ୍କ କମିଲେ ସରକାରଙ୍କୁ ବାର୍ଷିକ ୧୫ ହଜାର କୋଟିର କ୍ଷତି ସହିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି ।

କିନ୍ତୁ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପେଟ୍ରୋଲିୟମ ମନ୍ତ୍ରୀ ଅଲି ପରଭେଜ ମାଲିକ ଉପପ୍ରଧାନମନ୍ତ୍ରୀ ଇସାକ ଦାର ଏବଂ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ନୂତନ ମୂଲ୍ୟ ଘୋଷଣା କରିଛନ୍ତି ।

ନୂତନ ଦର ଅନୁଯାୟୀ, ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ୨୬୬.୧୭ ରୁ ବୃଦ୍ଧି ପାଇ ୩ଶହ ୩୫ଟଙ୍କାକୁ ବୃଦ୍ଧି ପାଇଛି । ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ପ୍ରତି ଲିଟର ୨୮୦.୮୬ ରୁ ବୃଦ୍ଧି ପାଇ ୩୩୫.୮୬ ଟଙ୍କା ହୋଇଛି, ଯାହା ଭାରତୀୟ ଟଙ୍କାରେ ପ୍ରାୟ ୧୧୦ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel Price Hike | Petrol and Diesel Prices Surge Due to War Tensions | Argus News