Police raid / ନିଶା ବେପାରୀଙ୍କୁ ଚେତାବନି, ଅବୈଧ ଘର ଭାଙ୍ଗିଲା ବୁଲଡୋଜର
·6 months ago·2 min read

Key Points
ଆକ୍ସନ ମୋଡରେ ପୋଲିସ
ଭାଙ୍ଗିଲା ଘର ଓ ଦୋକାନ
ନିଶା ବେପାରୀଙ୍କ ଅବୈଧ ଘର ଭାଙ୍ଗିଲା ବୁଲଡୋଜର
ଭାଙ୍ଗିଲା ଘର ଓ ଦୋକାନ
ନିଶା ବେପାରୀଙ୍କ ଅବୈଧ ଘର ଭାଙ୍ଗିଲା ବୁଲଡୋଜର
ପୁରୀ ପୋଲିସର ସତର୍କବାଣୀ,ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉପରେ ବୁଲିଲା ବୁଲଡୋଜର। ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୁରୀ ପୋଲିସ୍। ପୁରୀ ଏସ୍ ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ମଦ ବିକ୍ରି କରୁଥିବା ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ହୋଇଛି କଡା କାର୍ଯ୍ୟାନୁଷ୍ଠାନ।
ସତ୍ୟବାଦୀ ଥାନା ଅଧୀନ ରାୟଚକ୍ରଧରପୂର ଗ୍ରାମ ନଦୀବନ୍ଧ ଅଞ୍ଚଳରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ ହୋଇଛି। ପୋଲିସ ଏବଂ ପ୍ରଶାସନ ଉପସ୍ଥିତିରେ ରାୟଚକ୍ରଧରପୂର ଗ୍ରାମର ପ୍ରଦୀପ କୁମାର ଭୋଇ ଘରେ ବୁଲଡୋଜର ବୁଲିଛି। ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରି କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା ନେଇ ଅଭିଯୋଗ ଥିଲା। ପ୍ରଦୀପ କୁମାର ଭୋଇ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି। ତଥାପି ବେଆଇନ କାର୍ଯ୍ୟରେ ଜଡିତ ହୋଇଥିବାରୁ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦେଖନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକାସାଙ୍ଗେ ୭ଟି ସ୍ଥାନରେ ରେଡ୍
ନଳାମୁଣ୍ଡ ପ୍ରଦୀପ କୁମାର ଭୋଇ, ଜଣେ ପେଶାଦାର ନିଶାବେପାରୀ। ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରି କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିଲେ। ଏହି ସୂଚନା ମିଳିବା ପରେ ପୁରୀ ଏସ୍ପି ପ୍ରତୀକ ସିଂହ, ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। । ପୁଲିସ ଓ ତହସିଲ ପ୍ରଶାସନର ରିପୋର୍ଟ ଭିତ୍ତରେ ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ସତ୍ୟବାଦୀ ଆଇଆଇସି ମହାଳିକ କହିଛନ୍ତି, ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି। ତଥାପି ସେ ପୁଣିଥରେ ବେଆଇନ କାର୍ଯ୍ୟ କରୁଥିବାରୁ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ବ୍ୟତୀତ, ନିଜ ଅଞ୍ଚଳରେ କେହି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକଳାପ କରୁଥିବା ସୂଚନା ମିଳିଲେ ତୁରନ୍ତ ପୁଲିସକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। କୌଣସି ଜରୁରୀ ସୂଚନା ପାଇଁ ୧୧୨ ନମ୍ବରକୁ ଡାଏଲ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, ଅର୍ପିତା ସେନାପତି ଓ ସତ୍ୟବାଦୀ ଥାନା ଅଧିକାରୀ ସୌମ୍ୟରଞ୍ଜନ ମହାଳିକଙ୍କ ସହିତ ଅତିରିକ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।
Related Topics
Explore more stories