Strait of Hormuz Ghost Ship Myth / ଭୂତ ଜାହାଜ ପାର ହେଉଛନ୍ତି ହର୍ମୁଜ; କ'ଣ ରହିଛି ଏହା ପଛର ରହସ୍ୟ?
·3 months ago·4 min read

Key Points
ମଧ୍ୟପ୍ରାଚ୍ୟ ସଙ୍କଟ ବେଳେ ହର୍ମୁଜ ଜଳମାର୍ଗ ଦେଇ ଭୂତ ଜାହାଜ ଯାତାୟତ କରିବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି।
Ghost Ships Crossing the Strait of Hormuz: ମଧ୍ୟ ପ୍ରାଚ୍ୟ ସଙ୍କଟ କାରଣରୁ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ହର୍ମୁଜ ପ୍ରଣାଳୀକୁ ନେଇ ଆସିଛି ବଡ଼ ଖବର। ଏହି ଜଳମାର୍ଗ ଦେଇ ଭୂତ ଯାତାୟତ କରୁଥିବାର ଖବର ସାମ୍ନାକୁ ଆସିଛି। ହେଲେ ଏହା କୌଣସି ଚମତ୍କାର ନାଁ ମଧ୍ୟପ୍ରାଚ୍ୟ ସଙ୍କଟର ମୁକାବିଲା କରିବା ପାଇଁ ଇରାନ ଦ୍ୱାରା ଆପଣା ଯାଉଥିବା କୌଣସି ରଣନୀତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଭୂତ ଜାହାଜକୁ ନେଇ କ'ଣ କହୁଛି ବ୍ଲୁମବର୍ଗ ରିପୋର୍ଟ୍?
ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ପ୍ରାୟ ୫ ବର୍ଷ ପୂର୍ବେ ବାଂଲାଦେଶରେ "ସ୍କ୍ରାପ୍" ଘୋଷଣା ହୋଇଥିବା ଏକ ଜାହାଜ ଏବେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିଲା। କିଛି ଦିନ ମଧ୍ୟରେ ଏକ ତଥାକଥିତ ଜାହାଜ ଏହି ଜଳମାର୍ଗ ପାର କରିବାରେ ଏହା ହେଉଛି ଦ୍ୱିତୀୟ ଘଟଣା। ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ ଏହି ଭୂତ ଜାହାଜ ରବିବାର ସନ୍ଧ୍ୟାରେ ପାରସ୍ୟ ଉପସାଗରରେ ଥିଲା ହେଲେ ସୋମବାର ସକାଳ ସୁଦ୍ଧା ଓମାନ ଉପସାଗରରେ ପହଞ୍ଚି ଯାଇଥିଲା। ବ୍ଲୁମବର୍ଗ ନ୍ୟୁଜ୍ ରେକର୍ଡ ଅନୁଯାୟୀ ୨୦୦୨ ମସିହାରେ ନିର୍ମିତ ଏହି "ଆଫ୍ରାମାକ୍ସ" ଜାହାଜକୁ (Aframax Ship) ୫ ବର୍ଷ ପୂର୍ବେ ଏକ ବାଂଲାଦେଶୀ ସ୍କ୍ରାପ୍ ୟାର୍ଡ (Scrap Yard in Bangladesh) ଅର୍ଥାତ୍ ପୁରୁଣା ଜାହାଜ ଭଙ୍ଗା ଯାଉଥିବା କାରଖାନାକୁ ପଠାଯାଇଥିଲା।
ଭୂତ ଜାହାଜ କ'ଣ
ସଦ୍ୟ ହର୍ମୁଜ ପ୍ରଣାଳୀରେ ଦୃଶ୍ୟମାନ ହେବା ପରେ ଚର୍ଚ୍ଚାକୁ ଆସିଥିବା ଭୂତ ଜାହାଜ ସମ୍ଭବତଃ ଏକ ତୈଳ ଟ୍ୟାଙ୍କର୍ ହୋଇପାରେ। ଯିଏ ସ୍କ୍ରାପ୍ ହୋଇ ସାରିଥିବା ଏକ ବୈଧ ଜାହାଜର ପରିଚୟ ଗ୍ରହଣ କରି ଥାଇପାରେ। ଗତ ବର୍ଷ ଏକ ଭାରତୀୟ ସ୍କ୍ରାପ୍ ୟାର୍ଡ ଠାରେ ଏକ ଜାହାଜ ଫସି ରହିଥିଲା। ଯାହାର ନାଁ ହେଉଛି ଜମାଲ। ଏହି ଜାହାଜକୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପରିବହନ ପାଇଁ ବ୍ୟବହୃତ ହେଉଥିଲା। ଗତ ଶୁକ୍ରବାର ଭୂତ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହେବା ପରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବ୍ଲୁମବର୍ଗ ନ୍ୟୁଜ୍ ସଦ୍ୟ ଚିହ୍ନଟ ହୋଇଥିବା ଜାହାଜର ପରିଚୟ ସୁନିଶ୍ଚିତ କରିପାରି ନାହିଁ। ଏହା କୌଣସି ତୈଳ ଟ୍ୟାଙ୍କର୍ ନାଁ ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଏବେ ଯେଉଁ ଭୂତ ଜାହାଜକୁ ନେଇ ଚର୍ଚ୍ଚା ହେଉଛି ତାହା ମୁଖ୍ୟତଃ ପୁରୁଣା କିମ୍ବା ନିଷିଦ୍ଧ ଘୋଷଣା ହୋଇ ସାରିଥିବା ତୈଳ ଟ୍ୟାଙ୍କର୍ ହୋଇପାରେ। ଏପରି ଜାହାଜ ମିଥ୍ୟା ପରିଚୟ ବ୍ୟବହାର କରି ବେଆଇନ୍ ଭାବରେ ତୈଳ ପରିବହନ କରିଥାନ୍ତି। ଯଦିଓ ସେମାନଙ୍କର କୌଣସି ଆଇନଗତ ବୈଧତା ନଥାଏ। ଏପରି ଜାହାଜକୁ ଭୂତ ଅଥବା ଜୋମ୍ବି ମଧ୍ୟ। କୁହାଯାଏ। କାରଣ ଏହାକୁ ସ୍କ୍ରାପ୍ ଘୋଷଣା କରାଯିବା ପରେ ମଧ୍ୟ ଏପରି ଜାହାଜ ସମୁଦ୍ରରେ ସେମାନଙ୍କ ଚଳାଚଳ ଜାରି ରଖିଥାନ୍ତି।
ଇରାନ ବିରୋଧରେ ବଢ଼ୁଛି ଅସନ୍ତୋଷ
ମଧ୍ୟ ପ୍ରାଚ୍ୟ ସଂକଟକ ଆରମ୍ଭ ହୋଇଯିବା ପରେ ହର୍ମୁଜ ଜଳମାର୍ଗ ପ୍ରାୟତଃ ହୋଇଯାଇଛି। ଯାହାକୁ ଆରବ ଜଗତରେ ଇରାନ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ବିଳମ୍ବିତ ରାତିରେ ହର୍ମୁଜ ପ୍ରଣାଳୀକୁ ଖୋଲିବା ପାଇଁ ଇରାନକୁ ୪୮ ଘଣ୍ଟାର ସମୟସୀମା ଦେଇଥିଲେ। ଯଦି ଏହି ସାମୁଦ୍ରିକ ମାର୍ଗକୁ ଖୋଲଯାଏନାହିଁ ତାହାଲେ ସେ ଇରାନ ଶକ୍ତି କେନ୍ଦ୍ର ଉପରେ ବୋମାମାଡ଼ ଏହାକୁ ଧ୍ୱଂସ କରିଦେବାକୁ ଧମକ ଦେଇଥିଲେ। ଏହାର ଜବାବରେ ତେହେରାନ ପ୍ରତିକ୍ରିୟା ଦେଇ କହିଥିଲା ଯଦି ୱାଶିଂଟନ୍ ପକ୍ଷରୁ ଆକ୍ରମଣ କରାଯାଏ ତାହେଲେ ଧର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ। ଏହି ସମୟରେ, ବ୍ରିଟେନ୍, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ଅନ୍ୟ ୨୨ ଦେଶ ଯେଉଁମାନେ ଏ ପର୍ଯ୍ୟନ୍ତ ନୀରବ ରହିଥିଲେ, ସେମାନେ ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀକୁ ଅବରୋଧିତ କରିବାକୁ ସମାଲୋଚନା କରି ଏକ ମିଳିତ ବିବୃତ୍ତି ଜାରି କରିଥିଲେ। ସୋମବାର ରାଷ୍ଟ୍ରପତି ଟ୍ରମ୍ପ ଆଉ ଥରେ ଘୋଷଣା କରିଛନ୍ତି ଯେ ସେ ଇରାନୀ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିବାର ତାଙ୍କର ଯୋଜନାକୁ ପାଞ୍ଚ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହି ସମୟରେ ଋଷୀୟ ନ୍ୟୁଜ ଏଜେନ୍ସି ତାସ୍ ଅନୁଯାୟୀ ଆମେରିକା ଅନ୍ୟ ଦେଶ ମାଧ୍ୟମରେ ଇରାନ ସହ ଆଲୋଚନା ଜାରି ରଖିଛି।
ଇରାନ ସହ କ'ଣ ରହିଛି ଭୂତ ଜାହାଜର ସମ୍ପର୍କ?
ଏ ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କେବଳ କିଛି ଜାହାଜର ଇରାନ ସହିତ ସମ୍ପର୍କ ରହିଥିବା କିମ୍ବା ଏହାକୁ ଯାତ୍ରା କରିବା ପାଇଁ ତେହେରାନ ଅନୁମତି ଦେଇଥିବାର ମନେହେଉଛି। ଅନ୍ୟ ଜାହାଜ ସେମାନଙ୍କ ଉପସ୍ଥିତି ସମ୍ପର୍କରେ କାହାକୁ ନ ଜଣାଇବା ପାଇଂ ସେମାନଙ୍କର ଟ୍ରାକିଂ ସିଷ୍ଟମ ଏପରିକି ଜିଓଲୋକେସନ୍ ସିଗନାଲ୍ ବନ୍ଦ କରି ଦେଇଛନ୍ତି। ଏବେ ଯେଉଁ ଭୂତ ଜାହାଜ ଚର୍ଚ୍ଚାରେ ଅଛି ତାହା ଯୁଦ୍ଧ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପାରସ୍ୟ ଉପସାଗରରେ ପ୍ରବେଶ କରିବା ସହ ଇରାକର ଖୋର ଅଲ-ଜୁବେର ଅଭିମୁଖେ ଯାତ୍ରା କରୁଥିବାର ଖବର ଆସିଥିଲା। ଏହି ତଥ୍ୟ ପ୍ରଦାନ ଜାହାଜର ଟ୍ରାକିଂ ରେକର୍ଡ ସିଷ୍ଟମ। ଜାହାଜ ପାରସ୍ୟ ଉପସାଗର ଛାଡିବା ପର୍ଯ୍ୟନ୍ତ ସେଠାରେ ରହିଥିଲା। ଯଦିଓ ଜାହାଜର ଟ୍ରାନ୍ସମିସନ୍ ସିଗନାଲ୍ କିମ୍ବା ଏହାର ଇଲେକ୍ଟ୍ରୋନିକ୍ ସିଷ୍ଟମ ଠିକ ଭାବରେ କାମ କରୁନଥିବାରୁ ଏହାର ସଠିକ୍ ଗତିବିଧି ସମ୍ପର୍କରେ କୌଣସି ସ୍ପଷ୍ଟ ଖବର ମିଳିନାହିଁ। ରବିବାର ଉପସାଗର ଛାଡିବା ପରେ, ଡ୍ରାଫ୍ଟ ରିଡିଂ ଆଧାରରେ ଜାହାଜ ରିପୋର୍ଟ କରିଥିଲା ଯେ ଏହା ସମ୍ପୂର୍ଣ୍ଣ ଲୋଡ୍ ହୋଇଥିଲା ଏବଂ ଏହାର କୌଣସି ସ୍ଥିର ଗନ୍ତବ୍ୟସ୍ଥଳ ନାହିଁ।
Strait of Hormuz Ghost Ship MythStrait of Hormuz Ghost Ship MythStrait of Hormuz Ghost Ship Myth
ଦୁବାଇ-ଭିତ୍ତିକ ମୁହିତ ମାରିଟାଇମ୍ ଏଫଜେଡ୍ଇ (FZE) ଏବଂ ସଗିତା ମାରିଟାଇମ୍ କମ୍ପାନୀ ଲିମିଟେଡ୍, ଆନ୍ତର୍ଜାତୀୟ ଡାଟାବେସ୍ ଇକ୍ୱାସିସ୍ ଆଧାରରେ ଜାହାଜର ପରିଚାଳକ ଏବଂ ମାଲିକ ଭାବରେ ତାଲିକାଭୂକ୍ତ ହୋଇଛନ୍ତି। ଅନୁମାନ କରାଯାଉଛି ଯେ ଅନେକ କମ୍ପାନୀ ତୈଳ ଏବଂ ଗ୍ୟାସ ବାଣିଜ୍ୟରେ ନିୟୋଜିତ ହେବା ପାଇଁ ସ୍କ୍ରାପ୍ ଘୋଷିତ ଜାହାଜକୁ ପୁନର୍ବାର ବୈଧ ଜାହାଜ ଭାବରେ ପଞ୍ଜୀକରଣ କରିଛନ୍ତି। ଯେଉଁଥିରେ ଇରାନର ସମ୍ପୃକ୍ତିକୁ ଏଡାଇ ଦିଆଯାଇପାରିବ ନାହିଁ। ଇରାନ ଇଣ୍ଟରନ୍ୟାସନାଲ, ଇରାନୀ ସାଂସଦ ଏବଂ ସଂସଦର ଜାତୀୟ ସୁରକ୍ଷା କମିଟି ସଦସ୍ୟ ଆଲାଏଦ୍ଦୀନ ବୋରୋଜେର୍ଦିଙ୍କ ସୂତ୍ରରୁପ ଇରାନ ଇଣ୍ଟରନେସନାଲ କହିଛି ଯେ ଇରାନ କିଛି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବା ପାଇଁ ସେମାନଙ୍କ ପାଖରୁ ପ୍ରାୟ ୨୦ ଲକ୍ଷ ଡଲାର (ପ୍ରାୟ ୧୮.୮ କୋଟି) ଆଦାୟ କରୁଛି। ଏନେଇ କୁହାଯାଉଛି ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଲଢେଇ ଜାରି ରଖିବା ପାଇଁ ଇରାନ ବିଭିନ୍ନ ଉପାୟରେ ପାଣ୍ଠି ସଂଗ୍ରହ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories