Strait of Hormuz Limpet Mine Attack / ଚୁମ୍ବକୀୟ ବୋମା ଧମାକାରେ କମ୍ପି ଉଠିଲା ହର୍ମୁଜ ପ୍ରଣାଳୀ; ଜାହାଜ ଇଞ୍ଜିନ୍ ରୁମ୍ ରେ ଲାଗିଲା ନିଆଁ
·39 mins ago·2 min read

Key Points
୨୭ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ପାନାମାନିଆର ତୈଳ ଟ୍ୟାଙ୍କର୍ MT ଲୁଇସ୍ ୧ ଉପରେ ହର୍ମୁଜ୍ ପ୍ରଣାଳୀରେ ଲିମ୍ପେଟ୍ ମାଇନ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଗୋଟିଏ ଦିନ ପୂର୍ବରୁ MT ARZANAH ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଉଭୟ ଜାହାଜରେ ଥିବା ସମସ୍ତ ୨୯ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି।
ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜର ସୁରକ୍ଷା ନେଇ ପୁଣି ଥରେ ଚିନ୍ତା ବଢିଯାଇଛି। ଗତ ଶୁକ୍ରବାର (ଅକ୍ଟୋବର ୩୦) ପାନାମା ପତାକା ରହିଥିବା ତୈଳ ଟ୍ୟାଙ୍କର (Panama Flagged Oil Tanker) "ଏମଟି ଲୁଇସ୍ ୧" ( MT LOUISE 1) ଉପରେ ଏକ ଲିମ୍ପେଟ୍ ମାଇନ୍ (ଚୁମ୍ବକୀୟ ବୋମା) ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨୭ ଜଣ ଭାରତୀୟ ନାବିକ ରହିଥିଲେ। ବିସ୍ଫୋରଣ ପରେ ତୈଳ ଟ୍ୟାଙ୍କର ଇଞ୍ଜିନ୍ ରୁମ୍ ରେ ନିଆଁ ଲାଗିଯାଇଥିଲା। ଏହା ଯୋଗୁଁ ଜାହାଜ ସାମୟିକ ଭାବରେ କାମ କରିବା ବନ୍ଦ କରି ଦେଇଥିଲା। ହେଲେ ତଥାପି ଜାହାଜ କର୍ମଚାରୀ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଜାହାଜରେ କାର୍ଯ୍ୟରତ ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଭାରତୀୟ ନାବିକଙ୍କ ସୁରକ୍ଷାକୁ ନିଶ୍ଚିତ କରି କହିଛନ୍ତି ଯେ ସରକାର ପରିସ୍ଥିତି ଉପରେ ସତର୍କ ନଜର ରଖିଛି। ଜାହାଜ ପରିଚାଳନା କମ୍ପାନୀ ସହିତ ଯୋଗାଯୋଗରେ ଅଛନ୍ତି।
ନ୍ୟୁଜ ଏଜେନ୍ସି ରଏଟର୍ସ ଖବର ଅନୁଯାୟୀ ଗତ ଫେବୃଆରୀ ମାସରେ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ୍ ପ୍ରଣାଳୀରେ ଲିମ୍ପେଟ୍ ମାଇନ୍ (Limpet Mine) ବ୍ୟବହାର କରି ପ୍ରଥମ ସଫଳ ଆକ୍ରମଣ କରାଯାଇଛି। ରିପୋର୍ଟ ଅନୁଯାୟୀ ଏକ ଛୋଟ ଡଙ୍ଗା, ତୈଳ ଟ୍ୟାଙ୍କର ପାଖକୁ ଆସି ଏହାର ବାହାର ଭାଗରେ ଦୁଇଟି ଚୁମ୍ବକୀୟ ବିସ୍ଫୋରକ ଲଗାଇ ଚାଲି ଯାଇଥିଲା। ଯାହା ପରେ ଜାହାଜରେ ନିଆଁ ଲାଗିଗଲା। ଏହି ଘଟଣାରେ କୌଣସି ଆହତ କିମ୍ବା ତେଲ ପଡ଼ି ପ୍ରଦୂଷଣ ହେବାର ଖବର ମିଳିନାହିଁ। ନିଆଁ ଲିଭାଇ ଦିଆଯିବା ପରେ ଟ୍ୟାଙ୍କର ପୁଣି ଥରେ ଯାତ୍ରା ଆରମ୍ଭ କରିଥିଲା।
ଏହି ସମୟରେ ଗତ ଗୁରୁବାର (ଅକ୍ଟୋବର ୨୯) ଲାଇବେରିଆ ପତାକା ରହିଥିବା ତେଲ ଟ୍ୟାଙ୍କର (Liberian Flagged Oil Tanker), MT ARZANAH ଉପରେ ମଧ୍ୟ ଆକ୍ରମଣ ହୋଇଥିବାର ଜଣାପଡ଼ିଛି। ଏହି ଜାହାଜରେ ୨ ଜଣ ଭାରତୀୟ ନାଗରିକ ରହିଥିଲେ। ପ୍ରଭାବିତ ଜାହାଜରେ ମୋଟ ୨୯ ଜଣ ଭାରତୀୟ ନାଗରିକ ରହିଥିଲେ। ସେମାନେ ସମସ୍ତେ ସୁରକ୍ଷିତ ରହିଥିବା ରିପୋର୍ଟ କରାଯାଇଛି।
ବ୍ରିଟେନ୍ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (UKMTO) ଅନୁଯାୟୀ ଗତ ଗୁରୁବାର ହୋଇଥିବା ଘଟଣା ଓମାନର ଖାସାବ ଠାରୁ ପ୍ରାୟ ୨୫ ନଟିକାଲ ମାଇଲ୍ (ପ୍ରାୟ ୪୬ କିଲୋମିଟର) ଉତ୍ତର-ପୂର୍ବରେ ଘଟିଥିଲା। ପ୍ରାରମ୍ଭିକ ପରାମର୍ଶରେ ଜାହାଜର ପରିଚୟ ସାର୍ବଜନୀନ ଭାବରେ ପ୍ରକାଶ କରାଯାଇ ନଥିଲା। ହେଲେ ସାମୁଦ୍ରିକ ସୁରକ୍ଷା ସୂତ୍ର ପରେ ଏହାକୁ MT LOUISE 1 ଭାବରେ ଚିହ୍ନଟ କରିଥିଲା। ସୂତ୍ର ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ସମାନ ଆକ୍ରମଣ ଚେଷ୍ଟା କରାଯାଇଥିଲା। ହେଲେ ସେହି ସମୟରେ ରଖାଯାଇଥିବା ବିସ୍ଫୋରକ ବିସ୍ଫୋରିତ ହୋଇପାରିଲା ନାହିଁ। ବର୍ତ୍ତମାନ ହୋଇଥିବା ଏହି ସଦ୍ୟତମ ଆକ୍ରମଣ ପଛରେ କେଉଁ ସଙ୍ଗଠନ କିମ୍ବା ଦେଶ ଜଡ଼ିତ ରହିଛି ତାହା ନିଶ୍ଚିତ ହୋଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲିମ୍ପେଟ୍ ମାଇନ୍ (ଚୁମ୍ବକୀୟ ବୋମା) କ’ଣ?
ଲିମ୍ପେଟ୍ ମାଇନ୍ ହେଉଛି ଛୋଟ ବିସ୍ଫୋରକ ଉପକରଣ ଯାହା ଚୁମ୍ବକ ସାହାଯ୍ୟରେ ଜାହାଜର ବାହାର ଢାଞ୍ଚା ସହିତ ସଂଯୁକ୍ତ ହୋଇଥାଏ। ସାମୁଦ୍ରିକ ସୁରକ୍ଷା କମ୍ପାନୀ "ମାରିସ୍କସ୍" ( Marisks) ଅନୁଯାୟୀ ଗତ ୨୦୧୭ ରୁ ଏହି ଅଞ୍ଚଳରେ ଏହାର ବ୍ୟବହାର କରାଯାଉଛି। ଏହାର ତୁଳନାତ୍ମକ କମ୍ ମୂଲ୍ୟ ଏବଂ ସହଜ ଉପଲବ୍ଧତା ହେତୁ, ଏହାକୁ ଛୋଟ ଡଙ୍ଗାରୁ ଗତିଶୀଳ ଜାହାଜକୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରାଯାଏ।