Earthquake / ଋଷିଆରୁ ଆମେରିକା, ଦୁଇ ଦେଶରେ ଶକ୍ତିଶାଳୀ ଭୂମିକମ୍ପ; ଥରିଲା କାମଚାଟକା ଓ କାଲିଫର୍ଣ୍ଣିଆ
·Published on: 29 Nov 2026, 09:42:45 IST·2 min read

Key Points
ଭୂମିକମ୍ପରେ ଥରିଲା ଋଷିଆ
କାମଚାଟକା ଉପଦ୍ୱୀପରେ ୬.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ
ଭୂପୃଷ୍ଠରୁ ୨୦୫ କିଲୋମିଟର ଗଭୀରତାରେ କେନ୍ଦ୍ରସ୍ଥଳ
ତୀବ୍ର ଝଟକା ପରେ ଭୟଭୀତ ହୋଇ ଘରୁ ବାହାରି ଆସିଲେ ଲୋକେ

ବିଶ୍ୱର ଦୁଇଟି ଭିନ୍ନ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପକୁ ନେଇ ଚିନ୍ତା ବଢ଼ିଛି। ଋଷିଆର କାମଚାଟକା ଅଞ୍ଚଳରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୦ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଛି । ଉଭୟ ସ୍ଥାନରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।
ପ୍ରଥମେ ଋଷିଆର ପୂର୍ବ ଉପକୂଳବର୍ତ୍ତୀ କାମଚାଟକା ଅଞ୍ଚଳରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୫ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭାରତର ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (NCS) ଏବଂ ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (USGS) ଅନୁଯାୟୀ, ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। NCS ଅନୁସାରେ, ଭୂପୃଷ୍ଠଠାରୁ ପ୍ରାୟ ୨୦୫ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଅନ୍ୟପଟେ USGS ଏହାର ଗଭୀରତା ୧୮୮ କିଲୋମିଟର ଏବଂ ୟେଲିଜୋଭୋ ସହରଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ କେନ୍ଦ୍ରସ୍ଥଳ ଥିବା ଦର୍ଶାଇଛି ।
ରାତିରେ ଭୂମିକମ୍ପର ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପ୍ରବଳ ତୁଷାରପାତ ସତ୍ତ୍ୱେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ତେବେ ଭୂମିକମ୍ପଟି ଅଧିକ ଗଭୀରତାରେ ହୋଇଥିବାରୁ ବଡ଼ଧରଣର କ୍ଷୟକ୍ଷତି ଆଶଙ୍କା କମ୍ ରହିଛି । ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନିର ଖବର ମିଳିନାହିଁ। ଏହାସହ କୌଣସି ସୁନାମୀ ସତର୍କତା ମଧ୍ୟ ଜାରି ହୋଇନାହିଁ ।
ସେହିପରି ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଶନିବାର ସନ୍ଧ୍ୟାରେ ୫.୦ ତୀବ୍ରତାର ଭୂମିକମ୍ପ ଲୋକଙ୍କୁ ଆତଙ୍କିତ କରିଥିଲା । ଏହାର ଝଟକା ଲସ୍ ଆଞ୍ଜେଲସ୍ ଓ ପାସାଡେନା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କୋଠାଗୁଡ଼ିକ ଦୋହଲିବା ସହ ଗଛପତ୍ର ହଲିବାରୁ ଲୋକେ ଦୋକାନ ଓ ଘରୁ ବାହାରକୁ ଦୌଡ଼ି ଆସିଥିଲେ ।

ପଢନ୍ତୁ ଏହି ଖବର: ବିବାହ ଉତ୍ସବରେ ମିଆଁମାର ସେନାର ବୋମା ମାଡ଼, ୫ ଶିଶୁଙ୍କ ସମେତ ୨୧ ମୃତ!
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୂମିକମ୍ପର ପ୍ରଭାବ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହାର ଏକ ଟର୍ମିନାଲ ଭିତରେ ଛାତର ଟାଇଲ୍ ଖସି ପଡ଼ିଥିବା ଜଣାପଡ଼ିଛି । ଏହାସହ ପ୍ରଥମ ୪୫ ମିନିଟ୍ ମଧ୍ୟରେ ୨.୫ରୁ ୩.୭ ତୀବ୍ରତା ମଧ୍ୟରେ ଚାରିଟି ଆଫ୍ଟରସକ୍ ରେକର୍ଡ କରାଯାଇଥିଲା ।
ତେବେ ଉଭୟ ଦେଶରେ ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ବଡ଼ଧରଣର ଧନଜୀବନ ହାନିର ସୂଚନା ମିଳିନାହିଁ । ଆମେରିକାରେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ଓ ମେୟରଙ୍କ ଟିମ୍ ବିଭିନ୍ନ ଅଞ୍ଚଳରେ ସ୍ଥିତି ଯାଞ୍ଚ କରୁଛନ୍ତି । ଅନ୍ୟପଟେ, କାମଚାଟକା ଅଞ୍ଚଳ ପ୍ରଶାନ୍ତ ମହାସାଗରର 'ରିଙ୍ଗ ଅଫ୍ ଫାୟାର' ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ ।

Related Topics
Explore more stories