Military Airstrike Myanmar / ବିବାହ ଉତ୍ସବରେ ମିଆଁମାର ସେନାର ବୋମା ମାଡ଼, ୫ ଶିଶୁଙ୍କ ସମେତ ୨୧ ମୃତ!
·Updated on: 28 Nov 2026, 23:05:09 IST·3 min read

Key Points
ମିଆଁମାରର ମୋଏ ବାୟ ଗ୍ରାମରେ ଏକ ବିବାହ ଉତ୍ସବ ଉପରେ ସେନାର ବିମାନ ଆକ୍ରମଣରେ ୫ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଶାନ୍-କରେନି ସୀମାନ୍ତ ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣ ମିଆଁମାରର ଗୃହଯୁଦ୍ଧର ଭୟାବହତାକୁ ପୁଣି ସାମ୍ନାକୁ ଆଣିଛି।
ନେପିଦ, ମିଆଁମାର: ଶନିବାର (ନଭେମ୍ବର ୨୮) ମିଆଁମାରରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ। ଏହି ବିବାହ ଉତ୍ସବ ଚାଲିଥିବା ସମୟରେ ମିଆଁମାର ସେନା ପକ୍ଷରୁ ହୋଇଥିବା ବୋମା ମାଡ଼ ହୋଇଥିଲା। ଏହି ଆକ୍ରମଣ ଏକ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ହୋଇଥିଲା। ବିବାହ ଉତ୍ସବରେ ସମୟରେ ହୋଇଥିବା ବିମାନ ଆକ୍ରମଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ବିଗତ ୩ ଦିନ ମଧ୍ୟରେ ଏହା ଦେଶରେ ହୋଇଥିବା ଦ୍ୱିତୀୟ ଆକ୍ରମଣ ଘଟଣା, ଯେଉଁଥିରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଏହି ଘଟଣାର ଭିଡି଼ଓ ରେକର୍ଡ (ଯାହାକୁ ସ୍ୱାଧିନ ଭାବରେ ଯାଞ୍ଚ କରାଯାଇ ନାହିଁ) ହୋଇଛି। ଯେଉଁଥିରେ ବିମାନ ଆକ୍ରମଣ ପରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ନିଆଯାଉଛି। ଏହି ଘଟଣା ଶାନ ଏବଂ କରେନି ରାଜ୍ୟର ସୀମାରେ ଅବସ୍ଥିତ "ମୋଏ ବାୟ" ଗ୍ରାମରେ ଘଟିଛି। ଏହି ଅଞ୍ଚଳର ବହୁ ସଂଖ୍ୟକ ଲୋକ ନିଜ ଘରୁ ବିସ୍ଥାପିତ ହେବାକୁ ପଡ଼ିଛି।
ଉଦ୍ଧାର ଅଭିଯାନ ସହ ଜଡ଼ିତ ଏକ ସଙ୍ଗଠନର ମୁଖ୍ୟ ୫ ଜଣ ଶିଶୁଙ୍କ ସମେତ ମୃତ୍ୟୁ ସଂଖ୍ୟା ୨୧ ହେବା ନେଇ ବୋଲି କହିଛନ୍ତି। ଗତ ୨୦୨୧ ରୁ ଆରମ୍ଭ ହୋଇଥିବା ଏକ ବିପ୍ଳବରେ ଅଙ୍ଗ ସାନ ସୁ କି ସରକାରକୁ ଗାଦିଚ୍ୟୁତ କରିବା ପରଠାରୁ ମିଆଁମାରରେ ଗୃହଯୁଦ୍ଧ ଜାରି ରଖିଛି। ACLED ନାମକ ଏକ ସଂସ୍ଥା ଅନୁଯାୟୀ, ଏହି ସଂଘର୍ଷରେ ମୋଟାମୋଟି ଭାବରେ ଉଭୟ ସରକାର-ବିରୋଧି ପକ୍ଷର ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସାମରିକ ବାହିନୀ "ମୋଏ ବାୟ" ସହରକୁ ନିୟନ୍ତ୍ରଣ କରୁଛି। ହେଲେ ଏହାର ବାହା ଅଞ୍ଚଳରେ ରହିଥିବା ଗ୍ରାମୀଣ କ୍ଷେତ୍ରରେ ବିରୋଧି ଶକ୍ତି ସକ୍ରିୟ ଅଛନ୍ତି।
ଏହା ସହ ପଢନ୍ତୁ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ୫ ଜଣ ଆହତ; ଆକ୍ରମଣକାରୀକୁ ଖୋଜୁଛି ପୋଲିସ
ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ...
ଜଣେ ପ୍ରତ୍ୟକ୍ଷଦର୍ଶୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଅନୁରୋଧ କରି କହିଛନ୍ତି, "ମୁଁ ନିକଟରେ ବିମାନ ଉଡ଼ୁଥିବାର ଶୁଣିଥିଲି। ମୁଁ ଭାବିଥିଲି ସେମାନେ ଆମ ଅଞ୍ଚଳରେ ବୋମା ପକାଇବେ ନାହିଁ। ମୁଁ ଘର ଭିତରକୁ ଚାଲିଗଲି। ଆଉ ଏହା ପରେ ମୁଁ ଏକ ବୋମା ବିସ୍ଫୋରଣ ଶୁଣିଲି। ଯେଉଁଠାରେ ବିମାନ ଆକ୍ରମଣ ହୋଇଥିଲା ସେହି ଅଞ୍ଚଳରୁ ପ୍ରବଳ ଧୂଆଁ ବାହାରୁଥିଲା।" ସେ କହିଛନ୍ତି ଯେ ଏହି ବୋମା ଏକ ବିବାହ ସ୍ଥଳରେ ପଡ଼ିଥିଲା, ଯେଉଁଠାରେ ୨ ଜଣ ବିସ୍ଥାପିତଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ସେ ତୁରନ୍ତ ଘଟଣାସ୍ଥଳକୁ ସାହାଯ୍ୟ କରିବାକୁ ଦୌଡ଼ି ଯାଇଥିଲେ। ସେ କହିଛନ୍ତି, ମୁଁ ସେଠାରେ ୧୭ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲି। ସେଠାରେ ଅନେକ ବ୍ୟକ୍ତି ଆହତ ହୋଇଥିବା ମୋ ନଜରରେ ଆସିଥିଲା। ସେ ଆହୁରି କହିଲେ, "ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ଜାଣି ନଥିଲି ଯେ ପ୍ରଥମେ କାହାକୁ ରକ୍ଷା କରିବି। କିନ୍ତୁ ଜଣେ ଆହତ ମହିଳା ମୋତେ ପ୍ରଥମେ ପିଲାଙ୍କୁ ବାହାର କରିବାକୁ କହିଥିଲେ। ମୋ ଭାଣିଜୀ ସମେତ କିଛି ଲୋକ ନିଖୋଜ ଅଛନ୍ତି। ମୁଁ ତାଙ୍କୁ ଏପର୍ଯ୍ୟନ୍ତ ପାଇନାହିଁ।"
ପ୍ରତ୍ୟକ୍ଷଦର୍ଶୀ ପ୍ରାୟ ୬ ଭିଡି଼ଓ ପ୍ରଦାନ କରିଥିଲେ। ଏହି ଭିଡିଓ ମଧ୍ୟରୁ ଗୋଟିଏରେ ପୀଡିତଙ୍କୁ ଗାଡ଼ିରେ ବୋହି ନିଆ ଯାଉଥିବାର ଦେଖାଯାଉଛି। ଜଣେ ବୃଦ୍ଧ ମହିଳାଙ୍କୁ ଏକ ମୋଟର ସାଇକେଲ୍ ପଛରେ ରଖାଯାଇଛି। ଆହତ ପୁରୁଷଙ୍କୁ ଏକ ପିକଅପ୍ ଟ୍ରକ୍ ପଛରେ ରଖାଯାଇଛି। ଭିଡିଓ ସୁଟିଂ କରିବା ସମୟରେ, ସେ କହିଥିଲେ ଯେ ଆହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଏବଂ ଛୋଟ ପିଲା। ଜଣେ ବ୍ୟକ୍ତି, ତାଙ୍କ କୋଳରେ ଏକ ପିଲାକୁ ଧରି ଭଗ୍ନାବଶେଷରୁ ଦୌଡ଼ି ପଳାଇଥିଲେ ଯେଉଁଠାରେ ନିଆଁ ଲାଗି ଯାଇଥିଲା। କିଛି ମୁହୂର୍ତ୍ତ ପରେ ଆଉ ଏକ ବିସ୍ଫୋରଣ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟ ଏକ ଭିଡି଼ଓରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କୁ ରକ୍ତାକ୍ତ, କାନ୍ଦୁଥିବା ଝିଅକୁ ଧରି ଯାଉଥିବାର ଦେଖାଯାଇଥିଲା। ସେ ସେହି ବ୍ୟକ୍ତିଙ୍କୁ ପଚାରିଲେ, "ମୋ ବାପା ମାଆ କେଉଁଠି? ସେମାନଙ୍କ ସହିତ କିଛି ହୋଇଛି କି? ସେମାନେ କେଉଁଠି? ଦୟାକରି ମୋ ମାଆଙ୍କୁ ଫୋନ୍ କରନ୍ତୁ।" ସେହି ବ୍ୟକ୍ତି ଜଣକ ଉତ୍ତର ଦେଲେ, "ଚିନ୍ତା କରନାହିଁ, ମୁଁ ତୁମ ମାଆଙ୍କୁ ଡାକିବି। ହେଲେ ଚିକିତ୍ସା ପାଇଁ ପ୍ରଥମେ କ୍ଲିନିକ୍ ଯିବା।"
ଏହା ସହ ପଢନ୍ତୁ: ପୋଲାଣ୍ଡ ଗୁଳିକାଣ୍ଡ: କ୍ରାକୋ ସହରର ମୁଖ୍ୟ ବଜାରରେ ଆଖିବୁଜା ଗୁଳିମାଡ଼, ୬ ମୃତ ଓ ୧୦ରୁ ଅଧିକ ଆହତ!
ଶିବିରରେ ବିସ୍ଥାପିତ ଲୋକଙ୍କୁ ସାହାଯ୍ୟ କରୁଥିବା ଏକ ସଙ୍ଗଠନ, "Nwe Oo Yang Chi Foundation" ମୁଖ୍ୟ ରିପୋର୍ଟ କରିଛନ୍ତି ଯେ, ବିମାନ ଆକ୍ରମଣରେ ୨୧ ଜଣ ଲୋକ (୫ ଛୋଟ ପିଲାଙ୍କ ସମେତ) ପ୍ରାଣ ହରାଇଛନ୍ତି। ସେହିପରି ୪୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଦ୍ୱିତୀୟ ବୋମା ପକାଯାଇଛି।
ସ୍କୁଲ ଉପରେ ହୋଇଥିଲା ଆକ୍ରମଣ
ନିର୍ବାସିତ "ଜାତୀୟ ଏକତା ସରକାର" (National Unity Government) ଅନୁଯାୟୀ ଶନିବାର ହୋଇଥିବା ବିମାନ ଆକ୍ରମଣ ମିଆଁମାରର ମାଗୱେ ଅଞ୍ଚଳର ଥାୟେତ ଜିଲ୍ଲାରେ ଏକ ସ୍କୁଲ ଏବଂ ମଠକୁ ଟାର୍ଗେଟ କରି ବୋମା, ତୋପ ଏବଂ ଡ୍ରୋନ୍ ଆକ୍ରମଣର ୨ ଦିନ ପରେ ହୋଇଥିଲା। ଏହି ଆକ୍ରମଣରେ ୨୦ ଜଣ ନାଗରିକ ଏବଂ ପିପୁଲ୍ସ ଡିଫେନ୍ସ ଫୋର୍ସେସ୍ (PDF) ବାହିନୀର ୯ ଜଣ ସଦସ୍ୟ ପ୍ରାଣ ହରାଇଥିଲେ। PDF ହେଉଛନ୍ତି ଗଣତନ୍ତ୍ର ସମର୍ଥକଙ୍କ ଗରିଲା ଯୋଦ୍ଧା ୟୁନିଟ୍, ଯେଉଁମାନେ ବିପ୍ଳବ ପରେ ଅସ୍ତ୍ର ଧରିଥିଲେ। ମିଆଁମାର ସୀମାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ଜାତିଗତ ସଶସ୍ତ୍ର ଗୋଷ୍ଠୀ ସହିତ ସେମାନଙ୍କର ସମାନ ସ୍ୱାର୍ଥ ରହିଛି।