Videos
|
National

Crime News / ପୁରୁଣା ବିବାଦରୁ ଠେଙ୍ଗାରେ ପିଟିପିଟି ନେଇଗଲେ ପୂର୍ବତନ ବିଧାୟକଙ୍କ ଜୀବନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପୁରୁଣା ବିବାଦରୁ ଠେଙ୍ଗାରେ ପିଟିପିଟି ନେଇଗଲେ ପୂର୍ବତନ ବିଧାୟକଙ୍କ ଜୀବନ
Former MLA Killed in Stone Crusher Dispute

Key Points

ପୁରୁଣା ବିବାଦରୁ ଗଡ଼ିଲା ମୁଣ୍ଡ । ରାଜସ୍ଥାନର ଭରତପୁର ଜିଲ୍ଲାରେ ପୁରୁଣା ବିବାଦକୁ ନେଇ ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି ।
ନୂଆଦିଲ୍ଲୀ: ପୂର୍ବତନ ବିଧାୟକଙ୍କୁ ହତ୍ୟା । ପୁରୁଣା ବିବାଦରୁ ଗଡ଼ିଲା ମୁଣ୍ଡ । ରାଜସ୍ଥାନର ଭରତପୁର ଜିଲ୍ଲାରେ ପୁରୁଣା ବିବାଦକୁ ନେଇ ପୂର୍ବତନ ବିଧାୟକ ଅତର ସିଂହ ଭଡ଼ାନାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି । ପଥର କ୍ରଶରକୁ ଅତର ସିଂହଙ୍କୁ ହତ୍ୟା କରା ଯାଇଥିବା ସୋମବାର ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଶନିବାର ରାତିରେ ଅତର ସିଂହ ଭୋଣ୍ଡା ଗାଁ ନିକଟରେ ଥିବା କ୍ରଶରକୁ ଯାଇଥିଲେ । କ୍ରଶରକୁ ଯାଇଥିବା ବେଳେ ଅତର ସିଂହ ଓ ତାଙ୍କ ସହଯୋଗୀ ଗଗନ ଶର୍ମାଙ୍କୁ ଗ୍ରାମବାସୀ ପଥର ଫିଙ୍ଗିବା ସହ ଠେଙ୍ଗାରେ ପିଟିଥିଲେ ।

ଏଥିସହ ପଢ଼ନ୍ତୁ: ନାଇଟି ପିନ୍ଧା ଚୋର; ଆମ୍ବୁଲାନ୍ସରେ ଆସି ଏଟିଏମ ଲୁଟିଲେ, ଦେଖନ୍ତୁ ଭିଡିଓ 

ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ଅତର ସିଂହଙ୍କୁ ଜୟପୁର ଏସଏମଏସ୍ ହସ୍ପିଟାଲ୍‌କୁ ରେଫର୍ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅତର ସିଂହ ଆଖି ବୁଜିଛନ୍ତି । ଅତରଙ୍କ ସହଯୋଗୀ ଗଗନଙ୍କ ଚିକିତ୍ସା ଏବେ ଭରତପୁର ହସ୍ପିଟାଲ୍‌ରେ ଚାଲିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଅନୁସାରେ, ଅତର ସିଂହ ଗାଁର କିଛି ଜମିକୁ ଅବୈଧ ଭାବେ ଅକ୍ତିଆର୍ କରି ବେଆଇନ୍ ପଥର କ୍ରଶର ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି । ପ୍ରାୟ ବର୍ଷେ ହେଲା ଉକ୍ତ ପଥର କ୍ରଶର ବନ୍ଦ ରହିଥିବା ବେଳେ ଅତର ସିଂହ ତାହାକୁ ପୁଣି ଖୋଲିବାକୁ ପ୍ରୟାସ କରୁଥିଲେ ।

ପ୍ରତିବାଦରୁ ପିଟିପିଟି ହତ୍ୟା

ତେବେ ପ୍ରଥର କଶର ପୁଣି ଖୋଲାଯିବା ପ୍ରସ୍ତାବକୁ ବିରୋଧ କରି ଆସୁଥିଲେ ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀ ୧୦ରୁ ୧୫ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରି ଆସୁଥିଲେ । ତେବେ ରବିବାର ସନ୍ଧ୍ୟାରେ ଅତର ସିଂହ ୪୦ରୁ ୫୦ ଲୋକଙ୍କୁ ନେଇ ଆସିବା ସହ ପଥର କ୍ରଶର ସାଇଟ୍‌ରୁ ଲୋକଙ୍କୁ ହଟାଇବାକୁ ପ୍ରୟାସ କରିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ଉଭୟ ପକ୍ଷ, ଉଭୟ ପକ୍ଷଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ପୂର୍ବତନ ବିଧାୟକ ଅତର ସିଂହଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ୍ ଶୃଙ୍ଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅତର ସିଂହଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠା ଯାଇଛି ।

ଏଥିସହ ପଢ଼ନ୍ତୁ: ମେଟ୍ରୋରେ ସିଟ୍‌କୁ ନେଇ ମହାଭାରତ; ଚାଲିଗଲା ଯାତ୍ରୀଙ୍କ ଜୀବନ 

ଅତର ସିଂହ କିଏ ?

ଭରତପୁରର ବୟାନା ଆସନରୁ ୨୦୦୩ରେ ଅତର ସିଂହ ବିଜେପି ଟିକେଟ୍‌ରେ ନର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ୨୦୦୩ରେ ବିଧାୟକ ହେବା ପରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ୍ ହୋଇଥିଲେ । ରାଜନୀତିରେ ସକ୍ରିୟ ରହିବା ସହ ଅତର ସିଂହ ଖଣି ଓ ପଥର କ୍ରଶର ବ୍ୟବସାୟ ସହ ଜଡ଼ିତ ଥିଲେ ।