Videos
|
International

Trump Ocean / ଆଟଲାଣ୍ଟିକ ମହାସାଗର ନାଁ ବଦଳାଇ "ଟ୍ରମ୍ପ ଓସେନ୍" ରଖିବା ଉଦ୍ୟମ; ମୁହଁରେ ମନାକଲେ ସୁନ୍ଦର ପିଚାଇ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଟଲାଣ୍ଟିକ ମହାସାଗର ନାଁ ବଦଳାଇ "ଟ୍ରମ୍ପ ଓସେନ୍" ରଖିବା ଉଦ୍ୟମ; ମୁହଁରେ ମନାକଲେ ସୁନ୍ଦର ପିଚାଇ
Trump Ocean

Key Points

ପୁଣି ଚର୍ଚ୍ଚାରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ବ୍ରାଣ୍ଡିଂ ଉଦ୍ୟମ
ଆଟଲାଣ୍ଟିକ ମହାସାଗର ନାଁ ବଦଳାଇଥାନ୍ତେ
"ଆମେରିକାନ୍ ଓସେନ୍" କିମ୍ବା "ଟ୍ରମ୍ପ ଓସେନ୍" ରଖିବାକୁ କହିଲେ
ୱାଶିଂଟନ: ଆଟଲାଣ୍ଟିକ ଓସନ୍ ର ନାଁ ବଦଳାଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ନିଜର ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ବିଭିନ୍ନ ସ୍ଥାନ ନିଜ ନାମରେ ରଖିବା ନେଇ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି । ବିଶ୍ୱବ୍ୟାପୀ ଟ୍ରମ୍ପ ଟାୱାର, ଗଲ୍ଫ କ୍ଲବ୍, ବିମାନବନ୍ଦର, ହାଇୱେ ଏବଂ ବିଭିନ୍ନ ପ୍ରୋଜେକ୍ଟରେ ନିଜ ନାମରେ କରିବାକୁ ଆଗ୍ରହୀ ରହିଥାଆନ୍ତି । ତେବେ ନିକଟରେ ଏକ ଜନସଭାରେ ସେ ଆଟଲାଣ୍ଟିକ ମହାସାଗରର ନାମ ବଦଳାଇ "ଆମେରିକାନ୍ ଓସେନ୍" କିମ୍ବା "ଟ୍ରମ୍ପ ଓସେନ୍" ରଖିବାକୁ ଚାହୁଁଥିବା ପ୍ରକାଶ କରିଥିଲେ । କିନ୍ତୁ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ତାଙ୍କୁ ସିଧାସଳଖ ମନା କରିଦେଇଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଜନସଭାରେ ପ୍ରକାଶ କରିଛନ୍ତି ଯେ ସେ ଆଟଲାଣ୍ଟିକ ମହାସାଗରର ନାମ ବଦଳାଇ ଏହାକୁ "ଆମେରିକାନ୍ ଓସେନ୍" କିମ୍ବା "ଟ୍ରମ୍ପ ଓସେନ୍" ରଖିବା ପାଇଁ ଗୁଗଲକୁ ଅନୁରୋଧ କରିଥିଲେ । ପୂର୍ବରୁ ଆମେରିକା ପ୍ରଶାସନର କିଛି ନିର୍ଦ୍ଦେଶକ୍ରମେ ଗୁଗଲ୍ ମ୍ୟାପ୍ସ ସ୍ଥାନୀୟ ଜଳରାଶିର ନାମ ପରିବର୍ତ୍ତନ କରିଥିବା ବେଳେ, ମହାସାଗର ପରି ବିଶ୍ୱସ୍ତରୀୟ ଭୂଗୋଳ କ୍ଷେତ୍ରରେ ମଧ୍ୟ ସେହିପରି ପରିବର୍ତ୍ତନ ପାଇଁ ଉଦ୍ୟମ ହୋଇଥିଲା ।

  • ମୁହଁରେ ମନାକଲେ ସୁନ୍ଦର ପିଚାଇ
ତେବେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଟ୍ରମ୍ପଙ୍କ ଏହି ଅଜବ ପ୍ରସ୍ତାବକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରି "ନା, ନା, ନା... ଏଥର ମୁଁ ଏହା କରିପାରିବି ନାହିଁ" ବୋଲି ସ୍ପଷ୍ଟ କରିଥିଲେ । ପିଚାଇ ଯୁକ୍ତି ଦର୍ଶାଇଥିଲେ ଯେ ମହାସାଗରଗୁଡ଼ିକ କୌଣସି ଗୋଟିଏ ଦେଶର ସୀମା ଭତରେ ସୀମାବଦ୍ଧ ନୁହେଁ, ବରଂ ଏହା ବିଶ୍ୱର ଅନେକ ଦେଶକୁ ସଂଯୋଗ କରୁଥିବାରୁ ଏହାର ଅନ୍ତର୍ଜାତୀୟ ମାନ୍ୟତା ରହିଛି । ଶେଷରେ ଟ୍ରମ୍ପ ଏହି ପ୍ରସ୍ତାବରୁ ଓହରି ଯାଇଥିବା କଥା ସ୍ୱୀକାର କରିଥିଲେ ।

ଏହି ଘଟଣା ଟେକ୍ନୋଲୋଜି ଓ ଭୂ-ରାଜନୀତି ମଧ୍ୟରେ ଥିବା ସୀମାରେଖାକୁ ସ୍ପଷ୍ଟ କରିଛି । ସ୍ଥାନୀୟ ସ୍ତରରେ ଘରୋଇ ଟେକ୍ କମ୍ପାନିଗୁଡ଼ିକ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରୁଥିଲେ ମଧ୍ୟ ବିଶ୍ୱସ୍ତରୀୟ ସାମୂହିକ ସମ୍ପତ୍ତି ବା ଅନ୍ତର୍ଜାତୀୟ ଜଳରାଶି କ୍ଷେତ୍ରରେ କର୍ପୋରେଟ୍ ଦାୟିତ୍ୱ ଏବଂ ଅନ୍ତର୍ଜାତୀୟ ଆଇନଗତ ବାଧ୍ୟବାଧକତା କିପରି ଏକ ପ୍ରତିବନ୍ଧକ ସାଜେ, ତାହା ଏହି ଘଟଣାରୁ ପ୍ରମାଣିତ ହୋଇଛି ।

ପଢନ୍ତୁ ଏହି ଖବର: ମସଜିଦ୍‌ରେ ଚୁମ୍ବନ; ବାଂଲାଦେଶୀ ଦମ୍ପତିଙ୍କୁ ସାଉଦି ଆରବରେ ମୃ*ତ୍ୟୁଦଣ୍ଡ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପ୍ରସଙ୍ଗରେ ଟ୍ରମ୍ପ ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ଏବଂ କଥାବାର୍ତ୍ତାକୁ ମନେ ପକାଇଛନ୍ତି। ପୂର୍ବରୁ ଏକ ହ୍ଵାଇଟ୍ ହାଉସ୍ କାର୍ଯ୍ୟକ୍ରମରେ ଟ୍ରମ୍ପ ମଜାଳିଆ ଭାବେ ସୁନ୍ଦର ପିଚାଇଙ୍କୁ ଜଣେ "ରାକ୍ଷସ" ବା ମନଷ୍ଟର୍‌ ବୋଲି ସମ୍ବୋଧନ କରି ତାଙ୍କର ସଫଳତା ଓ ଗୋପନୀୟତାକୁ ପ୍ରଶଂସା କରିଥିଲେ । ଏଥର କିନ୍ତୁ ଟ୍ରମ୍ପ ସିଧାସଳଖ ଫୋନ୍ ଯୋଗେ ପିଚାଇଙ୍କୁ ଆଟଲାଣ୍ଟିକ ମହାସାଗରର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ, ଯାହାର ଜବାବରେ ଗୁଗଲ୍ ସିଇଓ ଅତି ସ୍ପଷ୍ଟ ଭାବେ "ନା, ନା, ନା... ଏଥର ମୁଁ ଏହା କରିପାରିବି ନାହିଁ" ବୋଲି କହି ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲେ।

ତେବେ ଏଭଳି ଏକ ବଡ଼ ପ୍ରତ୍ୟାଖ୍ୟାନକୁ ଟ୍ରମ୍ପ କୌଣସି ଅପମାନ ଭାବେ ନେଇନଥିଲେ, ବରଂ ଏହାକୁ ଅତି ହସଖୁସି ଏବଂ ସକରାତ୍ମକ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି । ପିଚାଇ ଯୁକ୍ତି ଦର୍ଶାଇଥିଲେ ଯେ ମହାସାଗରଗୁଡ଼ିକ କୌଣସି ଗୋଟିଏ ଦେଶର ନୁହେଁ ବରଂ ସମଗ୍ର ବିଶ୍ୱର ସମ୍ପତ୍ତି, ଯାହା ପରେ ଟ୍ରମ୍ପ ହସିହସି ଏହି ପ୍ରସ୍ତାବରୁ ଓହରି ଯାଇଥିଲେ । ଏହି ଘଟଣା ଟେକ୍ନୋଲୋଜି ଦୁନିଆର ଦାୟିତ୍ୱବୋଧର ଏକ ରୋଚକ ଉଦାହରଣ ସାଜିଛି ।