ବିଗୁଡୁଛି ସୁନୀତାଙ୍କ ସ୍ବାସ୍ଥ୍ୟବସ୍ଥା , କେବେ ଫେରିବେ ସୁନୀତା ?...

Key Points
- ଖରାପ ହେଲାଣି ସୁନିତାଙ୍କ ସ୍ବାସ୍ଥ୍ୟବସ୍ଥା
- ସେପଟେ ସୁଧୁରିପାରୁନି ମହାକାଶଯାନର ଯାନ୍ତ୍ରିକ ତ୍ରୁଟି
- କେବେ ପୃଥିବୀକୁ ଫେରିବେ ସୁନିତା
ଅର୍ଗସ ବ୍ୟୁରୋ : ବିଗିଡିଗଲାଣି ଭାରତୀୟ ବଂଶୋଦ୍ଭବ ସୁନିତାଙ୍କ ସ୍ବାସ୍ଥ୍ୟବସ୍ଥା । ମାତ୍ର ୮ ଦିନ ପାଇଁ ମହାକାଶରେ ରହିବାକୁ ଯାତ୍ରା କରିଥିବା ସୁନିତା ଫେରିବା ସମୟରୁ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଫେରିପାରୁନାହାନ୍ତି । ଫେରିବା ପାଇଁ ବ୍ୟବହୃତ କ୍ୟାପସୁଲରେ କେତେକ ତ୍ରୁଟି ଥିବାରୁ ସେ ପୃଥିବୀକୁ ଫେରିପାରୁନାହାନ୍ତି । ଏହାରି ଭିତରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଛି । ମହାକାଶରେ ମାଧ୍ୟାକର୍ଷଣର ଅନୁପସ୍ଥିତି କାରଣରୁ ଶରୀରେ ଫ୍ଲୁଇଡ କମ୍ ହୋଇଥାଏ । ଯେଉଁ କାରଣରୁ ହାଡ କ୍ଷୟ ହୋଇଥାଏ । ଯାହା କିଡନି ଉପରେ ପ୍ରଭାବ ପକାଇଥାଏ ।
ତେବେ ସୁନିତାଙ୍କ ସହ ଯାଇଥିଲେ ତାଙ୍କ ସହଯୋଗୀ ବଜ୍ ଓ୍ବିଲମୋର । ଜୁନ୍ ୫ ରେ ବୋଇଂ ଷ୍ଟାରଲାଇନରର ମହାକାଶଯାନରେ ଉଭୟ ମହାକାଶ ଯାଇଥିଲେ ।
ମହାକାଶରେ ଅବସ୍ଥାପିତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ନିକଟରେ ସାଟେଲାଇଟର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହି ସମୟରେ ସେମାନେ ଷ୍ଟାରଲାଇନର କ୍ୟାପସୁଲ ମଧ୍ୟରେ ଆଶ୍ରୟ ନେଇଥିଲେ । ଏହାର ପ୍ରାୟ ଏକ ଘଣ୍ଟା ପରେ ମିଶନ କଣ୍ଟ୍ରୋଲ ପକ୍ଷରୁ ଭାଙ୍ଗି ଯାଇଥିବା ଅଂଶ ଉପରେ ନଜର ରଖାଯାଇଥିଲା । ପରେ କୌଣସି ବିପଦ ନଥିବାରୁ ସେମାନଙ୍କୁ ମହାକାଶ କେନ୍ଦ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଷ୍ଟାରଲାଇନରେ ଥିବା ଯାନ୍ତ୍ରୀକ ତ୍ରୁଟି ଯୋଗୁ ସୁନିତାଙ୍କୁ ଫେରିବା ପାଇଁ ବିଳମ୍ବ ହେଉଛି ।ନାସା ଏବଂ ବୋଇଁ ପକ୍ଷରୁ ହିଲିୟମ ଲିକ୍ ମରାମତି କରିବା ଏବଂ ଥ୍ରଷ୍ଟର ସମସ୍ୟା ସୁଧାରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତ୍ରୁଟି ସୁଧୁରିପାରୁନି ।
ସେପଟେ ନାସା ତରଫରୁ ସୁନିତାଙ୍କ ଜୀବନ ବଂଚାଇବା ପାଇଁ ଚେଷ୍ଟା ଚାଲିଛି । ଏବେ ଅପେକ୍ଷା କେବେ ଫେରିବେ ସୁନୀତା ?
📱 Get Argus News App
✨