Super Cyclone / ମାଡ଼ି ଆସୁଛି ମହାବାତ୍ୟା, ଆଜି ରାତିରେ ଛୁଇଁବ ସ୍ଥଳଭାଗ
·2 weeks ago·2 min read

Key Points
ମାଡ଼ି ଆସୁଛି ମହାବାତ୍ୟା ଡଲଫିନ୍
ଆଜି ରାତିରେ କରିବ ଲ୍ୟାଣ୍ଡଫଲ୍
ଚୀନ୍ର ଜେଜିଆଙ୍ଗ୍ କିମ୍ବା ଫୁଜିଆନ୍ ଉପକୂଳରେ ସ୍ଥଳଭାଗ ଛୁଇଁବ
ଚୀନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ନୁଆଦିଲ୍ଲୀ,୦୯/୦୮: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା 'ଡଲଫିନ୍' ଚୀନ୍ର ପୂର୍ବ ଉପକୂଳ ଆଡ଼କୁ ମୁହାଁଉଥିବାରୁ ଦେଶରେ ପାଣିପାଗ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ବିଶେଷ କରି ସାଂଘାଇ ଓ ଜେଜିଆଙ୍ଗ୍ ପ୍ରଦେଶ ବାତ୍ୟାର ଆଖି ରହିଥିବାରୁ ଏଠାରେ ପ୍ରବଳ ପବନ ସହ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଛି ।
ବାତ୍ୟା 'ଡଲଫିନ୍' ରବିବାର ବିଳମ୍ବିତ ରାତି କିମ୍ବା ସୋମବାର ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିପାରେ। ଚୀନ୍ର ଜେଜିଆଙ୍ଗ୍ କିମ୍ବା ଫୁଜିଆନ୍ ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଫଳରେ ଚୀନ୍ ସରକାର 'ଲେବଲ-୩' ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଜେଜିଆଙ୍ଗ୍ ପ୍ରଦେଶରେ ୧୬୨ଟି ଜାହାଜ ଚଳାଚଳ ରୁଟକୁ ବନ୍ଦ କରାଯାଇଛି। ନିଙ୍ଗବୋ ସହରରେ ସ୍କୁଲ, କଲେଜ, ସାମୁଦ୍ରିକ କାର୍ଯ୍ୟକ୍ରମ ଓ ବିମାନବନ୍ଦର ପରିଚାଳନା ସ୍ଥଗିତ ରହିଛି। ଅଗଷ୍ଟ ୧୨ ପର୍ଯ୍ୟନ୍ତ ସାଂଘାଇ ଓ ଏହାର ଆଖପାଖ ଅଞ୍ଚଳରେ ୬ ଶହ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ବାତ୍ୟା ପ୍ରଭାବରେ ତାଇୱାନ୍ ମଧ୍ୟ ୬୩ଟି ଆନ୍ତର୍ଜାତୀୟ ବିମାନ ସେବା ବାତିଲ କରିଛି। ତାଇୱାନ୍ ପ୍ରଣାଳୀ ଯାଉଥିବା ସମସ୍ତ ଜାହାଜକୁ ଚୀନ୍ର ନିର୍ଦ୍ଦେଶ ମାନିବାକୁ ବେଜିଂ ଆଦେଶ ଦେଇଛି। ଯାହାକୁ ତାଇୱାନ୍ ସରକାର ହାସ୍ୟାସ୍ପଦ ଓ ବେଆଇନ ବୋଲି ଆଖ୍ୟା ଦେଇ ପ୍ରତ୍ୟାଖ୍ୟାନ କରିଛନ୍ତି
ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଛି "ଡଲଫିନ୍"
ଟାଇଫୁନ୍ "ଡଲଫିନ୍" ଗତ ୨୬ ଜୁଲାଇରେ ଏକ ଉଷ୍ଣକଟିବନ୍ଧୀୟ ଅବପାତରୁ ଆରମ୍ଭ ହୋଇଥିଲା। କିଛି ଦିନ ମଧ୍ୟରେ ଏହା ତୀବ୍ର ହୋଇ ଏକ ଉଷ୍ଣକଟିବନ୍ଧୀୟ ଝଡ଼, ପରେ ଏକ ଭୟଙ୍କର ଉଷ୍ଣକଟିବନ୍ଧୀୟ ଝଡ଼ ଏବଂ ପରେ ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହୋଇଥିଲା। ଶନିବାର (ଅଗଷ୍ଟ ୮) ଏହାର ଅବସ୍ଥିତି ଓକିନାୱାର କୁମେ ଦ୍ୱୀପରୁ ପ୍ରାୟ ୧୬୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ରହିଥିଲା। ଏହାର ସର୍ବାଧିକ ନିରନ୍ତର ପବନ ବେଗ ଘଣ୍ଟା ପ୍ରତି ୧୬୨ କିଲୋମିଟର ରେକର୍ଡ଼ ହୋଇଥିଲା। ପବନ ପ୍ରବାହ ୨୧୬ କିଲୋମିଟର ପ୍ରତି ଘଣ୍ଟାରେ ପହଞ୍ଚିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜାପାନ୍ ପରେ ଚୀନ୍ ମୁହାଁ ଟାଇଫୁନ୍ 'ଡଲଫିନ୍'; ବନ୍ଦର ଏବଂ ବିମାନ ଚଳାଚଳ ବନ୍ଦ
ଚୀନରେ ସତର୍କତା, ବନ୍ଦର ଏବଂ ସ୍କୁଲ ବନ୍ଦ
ଏହି ଝଡ଼ ଏବେ ଚୀନ୍ ମୁହାଁ ହେଉଥିବାରୁ, ସରକାର ସତର୍କତା ଜାରି କରିଛନ୍ତି। ଚୀନ୍ ଏକ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଝେଜିୟାଙ୍ଗ ପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବୋଚ୍ଚ ସ୍ତରୀୟ ଚେତାବନୀ ଜାରି କରି ବନ୍ଦର କାର୍ଯ୍ୟକୁ ସ୍ଥଗିତ ରଖିଛି। ନିଙ୍ଗବୋ ସହରରେ ଶିକ୍ଷାନୁଷ୍ଠାନ ଏବଂ ସମସ୍ତ ଜଳ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ କରାଯାଇଛି। ନିଙ୍ଗବୋ ଲିସେ ଅନ୍ତର୍ଜାତୀୟ ବିମାନବନ୍ଦର ରବିବାର ପାଇଁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରିବାକୁ ଘୋଷଣା କରିଛି।
ସାଂଘାଇ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ପଇଁ ବଢିଲା ବିପଦ
ସାଂଘାଇର ୟାଙ୍ଗସାନ ବନ୍ଦରରୁ ଜାହାଜକୁ ସ୍ଥାନାନ୍ତର କରାଯାଇଛି। ୟାଙ୍ଗତ୍ଜେ ନଦୀ ଡେଲ୍ଟା ଅଞ୍ଚଳରେ କିଛି ରେଳ ସେବାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପାଣିପାଗ ବିଭାଗ ସତର୍କ କରିଛି ଯେ ପୂର୍ବ ଚୀନ୍ ରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରବଳ ପବନ ବହିପାରେ। କିଛି ଅଞ୍ଚଳରେ ୬୦୦ ମିମି ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏାହା ଦ୍ୱାରା ବନ୍ୟା ଏବଂ ଭୂସ୍ଖଳନ ଆଶଙ୍କା ବୃଦ୍ଧି କରିବ।

Related Topics
Explore more stories