Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି !

International

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି !

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି !

Key Points

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଥିଲେ ସୁଶୀଳା । କାର୍ଯ୍ୟକାଳ ସମୟରେ ସେ ଅନେକ ଐତିହାସିକ ମାମଲାର କରିଥିଲେ ଶୁଣାଣି ।

ନେପାଳରେ ଥମୁନି ହିଂସା । ଏବେ ଜାରି ରହିଛି ଆନ୍ଦୋଳନ । ତେବେ ନେପାଳରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି । ପ୍ରଦର୍ଶନକାରୀ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ଆନ୍ଦୋଳନକାରୀଙ୍କ ଏକ ଭର୍ଚୁଆଲ୍ ବୈଠକରେ ସୁଶୀଳା କାର୍କିଙ୍କ ନାଁ ସ୍ଥିର କରାଯାଇଛି । ଏହି ଭର୍ଚୁଆଲ୍ ବୈଠକରେ ପ୍ରାୟ ୫ ହଜାରରୁ ଅଧିକ ଜେନ-ଜି ଆନ୍ଦୋଳନକାରୀ ସାମିଲ ହୋଇଥିଲେ । ଏଥିରେ ସୁଶୀଳା କାର୍କିଙ୍କୁ ସବୁଠୁ ଅଧିକ ସମର୍ଥନ ମିଳିଥିଲା ।


ସୁଶୀଳା କାର୍କିଙ୍କ ଭାରତ ସହ ସମ୍ପର୍କ ମଧ୍ୟ ରହିଛି । କାର୍କିଙ୍କ ଜନ୍ମ ୧୯୫୨ ଜୁନ୍ ୭ରେ ବିରାଟନଗରରେ ହୋଇଥିଲା । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ପୋଷ୍ଟ ଗ୍ରାଜୁଏଟ୍ କରିଥିଲେ । ରାଜନୀତି ଶାସ୍ତ୍ର ଓ ଆଇନ ପାଠ ପଢିବା ପରେ ଓକିଲାତି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟରେ ନିଜ କାର୍ଯ୍ୟକାଳ ସମୟରେ ସେ ଅନେକ ଐତିହାସିକ ମାମଲାର ଶୁଣାଣି କରିଥିଲେ । ବୈଠକରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ପଦ ପାଇଁ କୁଳମାନ ଘିସିଂ, ସାଗର ଧକାଲ ଏବଂ ହାର୍କ ସାମ୍ପାଙ୍ଗଙ୍କ ଭଳି ନାମ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ସେହିପରି 'ରାଣ୍ଡମ୍ ନେପାଳୀ' ନାମକ ଜଣେ ୟୁଟ୍ୟୁବରଙ୍କୁ ମଧ୍ୟ ବହୁତ ସମର୍ଥନ ମିଳିଥିଲା ।


୭୨ ବର୍ଷୀୟା ସୁଶୀଳା କାର୍କୀ ୨୦୧୬ରେ ନେପାଳର ପ୍ରଥମ ମହିଳା ପ୍ରଧାନବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରି ସେ ବିଚାର ବିଭାଗରେ ଯୋଗ ଦେଇଥିଲେ। ୨୦୦୯ରେ ସୁପ୍ରିମକୋର୍ଟରେ ଆଡହକ୍‌ ବିଚାରପତି ହେବା ପରେ ପରବର୍ତ୍ତୀ ସମୟରେ ସେ ପ୍ରଧାନ ବିଚାରପତି ହୋଇଥିଲେ। ତାଙ୍କ ନିଷ୍ଠା ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଯୁବକମାନଙ୍କ ମଧ୍ୟରେ ତାଙ୍କୁ ଲୋକପ୍ରିୟ କରିଛି ।
ସୂଚନାଅନୁସାରେ, ନେପାଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ହିଂସାତ୍ମକ ହେବା ପରେ ଅତି କମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତିବାଦକାରୀମାନେ ସଂସଦ ଭବନ, ସୁପ୍ରିମ୍‌କୋର୍ଟ, ରାଷ୍ଟ୍ରପତି କାର୍ଯ୍ୟାଳୟ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମେତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନରେ ନିଆଁ ଲଗାଇ ଦେଇଛନ୍ତି। ୫୦ରୁ ଅଧିକ ବରିଷ୍ଠ ନେତା, ମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଛି ।
ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sushila Karki Becomes Nepal's New Interim Prime Minister Amidst Political Crisis | Argus News