Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Sydney Terror Attack / ସିଡନୀରେ ନରସଂହାର ପଛରେ ବାପା-ପୁଅ, ଆକ୍ରମଣରେ ବ୍ୟବହାର କରିଥିଲେ ଲାଇସେନ୍ସପ୍ରାପ୍ତ ବନ୍ଧୁକ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ସିଡନୀରେ ନରସଂହାର ପଛରେ ବାପା-ପୁଅ, ଆକ୍ରମଣରେ ବ୍ୟବହାର କରିଥିଲେ ଲାଇସେନ୍ସପ୍ରାପ୍ତ ବନ୍ଧୁକ
Sydney Firing

Key Points

ବଣ୍ଡି ବିଚ୍‌ରେ ରକ୍ତପାତ
ବାପା-ପୁଅଙ୍କ ଆତଙ୍କୀ ଆକ୍ରମଣ
ଲାଇସେନ୍ସ ବନ୍ଧୁକରେ କରିଥିଲେ ଆକ୍ରମଣ
ସିଡନୀର ବଣ୍ଡି ବିଚ୍‌ରେ ଇହୁଦୀମାନଙ୍କ ଉତ୍ସବ ସମୟରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଆଉ ଏହି ଗୁଳିକାଣ୍ଡରେ ଅତିକମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ଏହି ଗୁଳିକାଣ୍ଡରେ ଜଡ଼ିତ ଦୁଇ ବନ୍ଧୁକଧାରୀଙ୍କୁ ଚିହ୍ନଟ କରାଯାଇଛି । ନ୍ୟୁ ସାଉଥ୍ ୱେଲ୍ସ ପୋଲିସ କହିଛି ଯେ ଏହି ଦୁଇ ଆତଙ୍କବାଦୀ ସମ୍ପର୍କରେ ବାପା-ପୁଅ । ଯାହାଙ୍କ ବୟସ ଯଥାକ୍ରମେ ୫୦ ଓ ୨୪ ବର୍ଷ । ତଥାପି ତଦନ୍ତକାରୀ ଟିମ୍ ଏହି ଆକ୍ରମଣରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତା'ର ତଦନ୍ତ କରୁଛନ୍ତି । ତେବେ ଏହି ଗୁଳିକାଣ୍ଡରେ ଉଭୟ ଆତଙ୍କବାଦୀ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରିଥିଲେ । କାରଣ ଅଭିଯୁକ୍ତଙ୍କ ନାମରେ ଛଅଟି ବନ୍ଧୁକ ପଞ୍ଜିକୃତ ହୋଇଥିଲା ।

ନ୍ୟୁ ସାଉଥ୍ ୱେଲ୍ସ ପୋଲିସ କମିଶନର ମାଲ ଲାନିଅନ୍ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାତାରାତି ତଦନ୍ତ ପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ତଦନ୍ତ ପରେ ପୋଲିସ ଆକ୍ରମଣକାରୀ ଏବଂ ଆକ୍ରମଣରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେହିପରି ପୋଲିସ୍‌ ଇହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି କରାଯାଇଥିବା ଆକ୍ରମଣକୁ ଆତଙ୍କବାଦୀ ଆକମ୍ରଣ ବୋଲି ଘୋଷଣା କରିଛି ।

ପୋଲିସ୍‌ ଅଧିକାରୀ କହିଛନ୍ତି ଯେ ଆକ୍ରମଣରେ ଜଣେ ବନ୍ଧୁକଧାରୀ ସମେତ ଅତି କମରେ ୧୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। କମିଶନରଙ୍କ ଅନୁଯାୟୀ, ପୋଲିସ ଗୁଳିରେ ଜଣେ ୫୦ ବର୍ଷୀୟ ଆତଙ୍କବାଦୀରଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଜଣେ ୨୪ ବର୍ଷୀୟ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ପୋଲିସ ହେପାଜତରେ ଅଛି ।

ତଦନ୍ତରୁ ଜଣାପଡିଛି ଯେ ମୃତ ୫୦ ବର୍ଷୀୟ ବ୍ୟକ୍ତିଙ୍କ ନାମରେ ଛଅଟି ବନ୍ଧୁକ ପଞ୍ଜିକୃତ ଥିଲା । ୧୦ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ଥିଲା । ଆଉ ଏହି ବନ୍ଧୁକ ଏହି ଆକ୍ରମଣରେ ବ୍ୟବହାର କରାଯାଇଥିଲା ବୋଲି ପୋଲିସ୍‌ ସୂଚନା ଦେଇଛି ।

ପୋଲିସ କମିଶନର ଆକ୍ରମଣକାରୀଙ୍କ ଉଦ୍ଦେଶ୍ୟ ଉପରେ ମନ୍ତବ୍ୟ ଦେବାକୁ ମନା କରିଛନ୍ତି । ସେ ଏହା ମଧ୍ୟ କହିନାହାଁନ୍ତି ଯେ ଦୁଇ ଜଣ ପୂର୍ବରୁ ପୋଲିସ ନଜରରେ ଥିଲେ କି ନାହିଁ । ସେ ଘଟଣାସ୍ଥଳରେ ISIS ପତାକା ମିଳିବାର ଖବର ଉପରେ ମଧ୍ୟ ମନ୍ତବ୍ୟ ଦେବାକୁ ମନା କରିଛନ୍ତି ।
ପୋଲିସ୍‌ କମିଶନର କହିଛନ୍ତି, "ଆମେ ଆକ୍ରମଣ ପଛର ଉଦ୍ଦେଶ୍ୟ ତଦନ୍ତ କରିବୁ ଏବଂ ଏହା ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।" ସେ ସ୍ପଷ୍ଟ କରିଛନ୍ତି ଯେ ଆକ୍ରମଣ ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା । ଘଟଣାସ୍ଥଳ ନିକଟରେ ଦୁଇଟି ସକ୍ରିୟ IED ମିଳିଥିଲା, ଯାହାକୁ ବୋମା ସ୍କ୍ବାଡ୍ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା''।

ସେହିପରି ସେ ଆହୁରି କହିଛନ୍ତି, ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦୁଇ ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ଏପରି ଘଟଣା ରୋକିବା ପାଇଁ ଧାର୍ମିକ ସ୍ଥଳଗୁଡ଼ିକରେ ପୋଲିସ ରହିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sydney Massacre: Father-Son Duo Behind Terror Attack Using Licensed Guns | Argus News