Videos
|
International

Ahmed al Sharaa / ୬୦ ବର୍ଷ ପରେ ଜାତିସଂଘରେ ଭାଷଣ ଦେବାକୁ ସୁଯୋଗ ପାଇଲେ ଏହି ଦେଶର ରାଷ୍ଟ୍ରପତି

Sushanta Sahoo
Browse all articles by Sushanta Sahoo
·11 months ago·2 min read
୬୦ ବର୍ଷ ପରେ ଜାତିସଂଘରେ ଭାଷଣ ଦେବାକୁ ସୁଯୋଗ ପାଇଲେ ଏହି ଦେଶର ରାଷ୍ଟ୍ରପତି

Key Points

୬ ଦଶନ୍ଧି ଅର୍ଥାତ୍ ୬୦ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଜାତିସଂଘର ମହାସଭାକୁ ସମ୍ବୋଧିତ କରିଛନ୍ତି ସିରିଆ ରାଷ୍ଟ୍ରପତି । ୬୦ ବର୍ଷ ପରେ ସିରିଆ ରାଷ୍ଟ୍ରପତି ଜାତିସଂଘରେ ଅଭିଭାଷଣ ରଖିଥିବା ବେଳେ ଏଥିପାଇଁ ଦେଶର ଗଳି ଗଳିରେ ଲାଗିଥିଲା ବଡ଼ ବଡ଼ ପରଦା ।

ନ୍ୟୁୟର୍କ: ଗଳି ଗଳିରେ ବଡ଼ ପରଦା, ରାସ୍ତାଠୁ ପଡ଼ିଆ ସବୁଠି ଭିଡ଼ । କାରଣ ୬୦ ବର୍ଷର ଦୀର୍ଘ ପ୍ରତିକ୍ଷା ପରେ ଜାତିସଂଘରେ ଅଭିଭାଷଣ ରଖୁଛନ୍ତି ରାଷ୍ଟ୍ରପତି । ଗୋଟିଏ ପିଢ଼ି ପରେ ଦେଶର କଥା ଜାତିଂସଘରେ ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଆଉ ଏଥିପାଇଁ ଲୋକଙ୍କ ମନରେ ଏତେ ଉତ୍କଣ୍ଠା, ଏତେ ଉତ୍ସାହ ।


ଆଜ୍ଞା ହଁ, ୬ ଦଶନ୍ଧି ଅର୍ଥାତ୍ ୬୦ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଜାତିସଂଘର ମହାସଭାକୁ ସମ୍ବୋଧିତ କରିଛନ୍ତି ସିରିଆ ରାଷ୍ଟ୍ରପତି । ୬୦ ବର୍ଷ ପରେ ସିରିଆ ରାଷ୍ଟ୍ରପତି ଜାତିସଂଘରେ ଅଭିଭାଷଣ ରଖିଥିବା ବେଳେ ଏଥିପାଇଁ ଦେଶର ଗଳି ଗଳିରେ ଲାଗିଥିଲା ବଡ଼ ବଡ଼ ପରଦା । ରାଷ୍ଟ୍ରପତିଙ୍କ ଭାଷଣ ଶୁଣିବାକୁ ଜମିଥିଲା ଲୋକଙ୍କ ଭିଡ଼ ।


ଏଥିସହ ପଢ଼ନ୍ତୁ: ବିହାର ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ନିଯୁକ୍ତ କଲା ବିଜେପି, ସିଆର୍ ପାଟିଲ୍ ଓ କେଶବ ମୌର୍ଯ୍ୟ ସହ ପ୍ରଭାରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାତିସଂଘକୁ ସମ୍ବୋଧିତ କରି ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶରା ବୁଧବାର କହିଛନ୍ତି, "ସିରିଆ ଦୁନିଆର ଦେଶଗୁଡ଼ିକ ଭିତରେ ତାର ଉଚିତ ସ୍ଥାନ ପୁଣି ଫେରି ପାଇଛି ।" ଆଉ ରାଷ୍ଟ୍ରପତି ଅହମଦ ଅଲ-ଶରାଙ୍କ ଏହି ଭାଷଣରେ ଲୋକଙ୍କ ଭିଡ଼ ହିଁ ବୟାନ କରୁଛି ଏଥିପାଇଁ କେତେ ଅପେକ୍ଷା କରିଥିଲା ସିରିଆ ।


୧୯୬୭ରେ ଶେଷଥର ପାଇଁ ସିରିଆ ରାଷ୍ଟ୍ରପତି ଜାତିସଂଘର ମହାସଭାରେ ଭାଗ ନେଇଥିଲେ । ଏହା ଥିଲା ଅସଦ ପରିବାରର ପାଞ୍ଚ ଦଶନ୍ଧି ପୂର୍ବର ଶାସନ କାଳ କଥା । ସେତେବେଳେ ନୌରେଦ୍ଦିନ ଅତ୍ତାସୀ ସିରିଆ ରାଷ୍ଟ୍ରପତି ଭାବେ ଜାତିସଂଘରେ ଭାଷଣା ଦେଇଥିଲେ । ଆରବ-ଇସ୍ରାଏଲ୍ ଯୁଦ୍ଧ ପରେ ଜାତିସଂଘରେ ମତ ରଖିଥିଲା ସିରିଆ ।


୧୯୭୦ରେ ଅସଦଙ୍କ ପରିବାର ସିରିଆରେ କ୍ଷମତାକୁ ଆସିଥିଲା । ଆଉ ସେବେଠୁ ଆମେରିକା ସହ ସିରିଆ ସମ୍ପର୍କ ତିକ୍ତ ଥିଲା । ଆଉ ସିରିଆ, ସୋଭିଏତ ୟୁନିଅନ୍ ସହ ସମ୍ବନ୍ଧ ଦୃଢ଼ କରିଥିଲା । ଆଉ ସମୟ ସହ ସିରିଆ ବଦଳିବା ସହ ଗତବର୍ଷ ଜାତିସଂଘର ମହାସଭାରେ ଦେଶର ପ୍ରତିନିଧିତ୍ଵ କରିଥିଲେ ବିଦେଶ ମନ୍ତ୍ରୀ ।


ଏଥିସହ ପଢ଼ନ୍ତୁ: ଭଲ ନାହିଁ ପାକିସ୍ତାନ ଫର୍ମ, ଫିଲ୍ଡିଂ ବି ଢିଲା..


ସୂଚନା ଯୋଗ୍ୟ, ଅସଦଙ୍କ ପରିବାର ସିରିଆକୁ ୫୦ ବର୍ଷ ଧରି ଶାସନ କରିବା ପରେ ନିରଙ୍କୁଶ କ୍ଷମତାର ଅନ୍ତ ଡିସେମ୍ବରରେ ହୋଇଥିଲା । ଅଲ-ଶରାଙ୍କ ନେତୃତ୍ଵରେ ହୋଇଥିବା ଅଭିଯାନ ଯୋଗୁଁ ପଦରୁ ହଟିଥିଲେ ତତ୍କାଳୀନ ରାଷ୍ଟ୍ରପତି ବଶର ଅଲ-ଅସଦ । ଅସଦ ପଦରୁ ହଟିବା ସହ ପ୍ରାୟ ୧୪ ବର୍ଷ ଧରି ସିରିଆରେ ଜାରି ରହିଥିବା ଗୃହ ଯୁଦ୍ଧ ବି ବନ୍ଦ ହୋଇଥିଲା ।


ଏବେ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶରା ଜାତିସଂଘରେ ଅଭିଭାଷଣ ରଖି ଇସ୍ରାଏଲ୍‌କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, "ଅସଦଙ୍କ ପତ୍ତନ ପର ଠାରୁ ଇସ୍ରାଏଲ୍, ସିରିଆକୁ ଧମକ ଦେବା ବନ୍ଦ କରି ନଥିଲା । ଇସ୍ରାଏଲ୍‌ର ନୀତି, ଅନ୍ତର୍ଜାତୀୟ ସମୁଦାୟ ଦ୍ଵାରା ଓ ଏହାର ଲୋକଙ୍କ ସମର୍ଥନ ବିରୋଧୀ । ଆଉ ଏହା ହିଁ ଆମ ପାଇଁ ବିପଦ ।"
ଏବେ ଇସ୍ରାଏଲ୍-ସିରିଆ ମଧ୍ୟରେ ସୁରକ୍ଷା ଚୁକ୍ତି ନେଇ ଆଲୋଚନା ଜାରି ରହିଛି । ସିରିଆ ରାଷ୍ଟ୍ରପତି ଆଶା ରଖିଛନ୍ତି ଚୁକ୍ତି ପରେ ଇସ୍ରାଏଲ୍ ସେନା ଫେରିଯିବ । ଏଥିସହ ୧୯୭୪ ଚୁକ୍ତି ପୁଣି କାର୍ଯ୍ୟକାରୀ ହେବ ।

Related Topics

Explore more stories