Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭୂକମ୍ପରେ ଥରିଲା ତାଇୱାନ : ସୁନାମୀ ସତର୍କତା ଜାରି

Jitendra Dash
Browse all articles by Jitendra Dash
·2 years ago·1 min read
ଭୂକମ୍ପରେ ଥରିଲା ତାଇୱାନ : ସୁନାମୀ ସତର୍କତା ଜାରି

ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ତାଇୱାନ । ଚାରିଆଡେ ଆତଙ୍କର ମାହୋଲ । ବୁଧବାର ତାଇୱାନର ରାଜଧାନୀ ତାଇପେରେ ଭୂମିକମ୍ପ ଆସିଥିଲା । ଯାହାର କେନ୍ଦ୍ର ବିନ୍ଦୁ ତାଇୱାନର ହି ହୁଆଲିଏନ ସହରରଠୁ ପାଖାପାଖି ୧୮ କିମି ଦୂରରେ କୁହାଯାଉଛି । ଏହି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲି ଯାଇଛି ତାଇୱାନ । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ  ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି । ଅଳ୍ପ କିଛି କ୍ଷଣ ମଧ୍ୟରେ ବଡ ବଡ କୋଠା, ଘର, ଦୋହଲିବାରେ ଲାଗିଥିଲା । ସଡ଼କ-ପୋଲ ସବୁକିଛି ଦୋହଲିବାରେ ଲାଗିଥିଲା । କିଛି ସହରରେ ବଡ଼ ବଡ଼ ବିଲଡ଼ିଂ ଭୁଷୁଡ଼ି ପଡିଥିଲା । 

୨୫ ବର୍ଷ ପରେ ତାଇୱାନରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପ ଯୋଗୁ ସହରର ଅନେକ ସ୍ଥାନରେ ବିଦ୍ୟୁତ ଠପ୍‌ ହୋଇଯାଇଛି । ପୂର୍ବ ତାଇୱାନରେ ଅନେକ କୋଠା ଭୁଶୁଡି ପଡିଛି, ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ପୁରା ସୂଚନା ମିଳିନଥିଲେ ମଧ୍ୟ  ୧୦ ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଥିବାର ସୂଚନା ମିଳିଛି । ଏବେ ସୁଦ୍ଧା ଅନେକ ଲୋକ ବଡ ବଡ ବିଲଡି ତଳେ ଚାପି ହୋଇ ରହିଥିବାର ଆସଙ୍କା କରାଯାଉଛି । ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ସୁନାମୀର ଆସଙ୍କା ମଧ୍ୟ କରାଯାଉଛି । 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାପାନ ପାଣିପାଗ ଏଜେନ୍ସିର ସୂଚନା ଅନୁଯାୟୀ ତାଇୱାନ ଭୂମିକମ୍ପର ୧୫ ମିନିଟ ପରେ ୟୋନାଗୁନି ଆଇସଲ୍ୟାଣ୍ଡର ଉପକୂଳରେ ପାଖାପାଖି 1 ଫୁଟ ଉଚ୍ଚତାର ଲହରୀ ଦେଖିବାକୁ ମିଳିଛି । ଏହି ଲହରୀ ଉପକୂଳ ଦ୍ୱୀପ ଅଂଚଳରେ ପ୍ରବେଶ କରିବାର ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନେଇ ଜାପାନ, ତାଇୱାନ ସମେତ ଫିଲପାଇନସରେ ମଧ୍ୟ ସୁନାମୀ ଆଲର୍ଟ ଜାରୀ କରାଯାଇଛି ।

Sponsored
The number of people injured in a 7.2 magnitude earthquake in eastern Taiwan climbed past 1,000 on Thursday though the death toll remained steady at nine, | Argus News