Bangladesh Political Crisis / ୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ
·8 months ago·2 min read

Key Points
୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ
ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ଆଶା
ତାରିକ କହିଛନ୍ତି, ଗଠିତ ହେବ ସ୍ବପ୍ନର ବାଂଲାଦେଶ

୧୭ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି ତାରିକ ରେହମାନ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନପିର ସମର୍ଥକ ଢାକା ବିମାନବନ୍ଦରରେ ରେହମାନ ଏବଂ ତାଙ୍କ ପରିବାରକୁ କରିଥିଲେ ସ୍ୱାଗତ । ଦେଶକୁ ପୁନର୍ଗଠନ କରିବା ପାଇଁ ଆମ ସମସ୍ତଙ୍କୁ ଏକତ୍ର ହେବାର ସମୟ ଆସିଛି କହିଲେ ତାରିକ ।
୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ । ବାଂଲାଦେଶ ଜାତୀୟତାବାଦୀ ପାର୍ଟି ବା ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଲାଗି ଢାକାରେ ଏକାଠି ହୋଇଥିଲେ ଲକ୍ଷାଧିକ ସମର୍ଥକ। ବିଭିନ୍ନ କାରଣରୁ ସେ ପ୍ରାୟ ୧୭ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ କଟାଉଥିଲେ । ତାରିକ ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ପୁଅ। ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଏନପି ଯୋଗ ଦେବାକୁ ଯାଉଥିବାରୁ କ୍ଷେତ୍ର ପ୍ରସ୍ତୁତ ଲାଗି ତାରିକ ବାଂଲାଦେଶ ଫେରିଥିବା ଚର୍ଚ୍ଚା ହେଉଛି । ଭାରତ ସପକ୍ଷବାଦୀ ଆୱାମି ଲିଗକୁ ବାଂଲାଦେଶ ସାଧାରଣ ନିର୍ବାଚନ ଲଢିବା ଲାଗି ବାରଣ କରାଯାଇଥିବା ବେଳେ ତାରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଗ୍ରହଣ କରୁଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।
ସେପଟେ ତାରିକଙ୍କ ମା ବେଗମ ଖାଲେଦା ଜିଆ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସମ୍ବୋଧନରେ ତାରିକ କହିଛନ୍ତି, ଦେଶକୁ ପୁନର୍ଗଠନ କରିବା ପାଇଁ ଆମ ସମସ୍ତଙ୍କ ଏକତ୍ର ହେବାର ସମୟ ଆସିଛି । ସମସ୍ତ ସମୁଦାୟକୁ ଏକ ସାଥିରେ ନେଇ ଗଠିତ ହେବ ସ୍ବପ୍ନର ବାଂଲାଦେଶ ।
ଆୱାମି ଲିଗ୍ ଶାସନ କାଳରେ ତାରିକଙ୍କ ବିରୋଧରେ ଆଇନଗତ ପ୍ରତିବନ୍ଧକ ଲାଗିଥିବାରୁ ସେ ଫେରିପାରୁ ନଥିଲେ। ବିଭିନ୍ନ ହାଇପ୍ରୋଫାଇଲ ମାମଲାରୁ ସେ ଖଲାସ ହେବା ପରେ ତାରିକ ଢାକା ଫେରିଛନ୍ତି । ୨୦୦୮ରୁ ସେ ଲଣ୍ଡନରେ ବାସ କରିଆସୁଥିଲେ । ସେବେଠାରୁ ସେ ଲଣ୍ଡନରୁ ବିଏନପିକୁ ପରିଚାଳନା କରୁଥିଲେ । ୨୦୦୧ରୁ ୨୦୦୬ ଯାଏ ବିଏନପିର ବିବାଦୀୟ ମୁଖ୍ୟ କାର୍ଯ୍ୟାଳୟ ଥିଲା ହାୱା ଭବନ । ତେବେ ହାୱା ଭବନ ଥିଲା ଅନେକ ଦୁର୍ନୀତି, ରାଜନୈତିକ ହିଂସାର ପ୍ରମୁଖ କେନ୍ଦ୍ର । ଆୱାମି ଲିଗର ଛାତ୍ର ସଂଗଠନ ସଭାପତି ସଦ୍ଦାମ୍ ହୁସେନ କହିଛନ୍ତି, ବାଂଲାଦେଶରେ ହେବାକୁ ଯାଉଛି ଏକପକ୍ଷୀୟ ନିର୍ବାଚନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶ ରାଜନୀତିର ଡାର୍କ ପ୍ରିନ୍ସ ଭାବେ ପରିଚିତ ତାରିକ । ତେବେ ବାଂଲାଦେଶର ରାଜନୀତି ଆଗକୁ କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।
Related Topics
Explore more stories