Donald Trump / କେହି ମାନିଲେନି ଟ୍ରମ୍ପଙ୍କ କଥା, କମ୍ବୋଡିଆ ଉପରେ ଥାଇଲାଣ୍ଡର ବୋମାବର୍ଷା
·9 months ago·2 min read

Key Points
ଟ୍ରମ୍ପଙ୍କୁ ବଡ଼ ଧକ୍କା
୪୫ ଦିନ କାମ କଲାନି ଅସ୍ତ୍ର ବିରତି ଚୁକ୍ତି
୪୫ ଦିନ କାମ କଲାନି ଅସ୍ତ୍ର ବିରତି ଚୁକ୍ତି
ଏକ ବଡ଼ ପ୍ଲାନ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସବୁ ପ୍ଲାନ ଫସର ଫାଟିଗଲା। କାମ ଦେଲାନି ବଡ ବଡ କଥା । ଦିନକୁ ଦିନ ଆମେରିକା ରାଷ୍ଟ୍ରପତିଙ୍କ କଥାକୁ ଆଉ କେହି ଶୁଣୁନାହାନ୍ତି। ଗୋଟେ ପଟେ ଟ୍ରମ୍ପ କହୁଛନ୍ତି ମୁଁ ଯୁଦ୍ଧ ବନ୍ଦ କରିଦେବି। ଅନ୍ୟପଟେ ମାତ୍ର ୪୫ ଦିନ ପରେ ପୁଣି ଥରେ ହେଲା ଅସ୍ତ୍ର ବିରତି। ଯୁଦ୍ଧ ରୋକିବା ପାଇଁ କରୁଥିବା ଦାବି ମିଛ ପ୍ରମାଣିତ ହେଲା । ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ପୁଣି ଥରେ ସଙ୍ଘର୍ଷ ପରେ ଟ୍ରମ୍ପଙ୍କ ଉଦ୍ୟମକୁ ଲାଗିଛି ଶକ୍ତ ଝଟକା । ଏହାସହ ନିଜକୁ ଶାନ୍ତିଦୂତ କହୁଥିବା ୟୁଏସ ପ୍ରେସିଡେଣ୍ଟଙ୍କ ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯାହାକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କୁ ମିଳିଛି ଶାନ୍ତି ପୁରସ୍କାର । ଫିଫା (FIFA)ର ନୂତନ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶୁକ୍ରବାର ୱାଶିଂଟନ ଡିସିରେ ଫିଫା ବିଶ୍ଵକପ୍ ୨୦୨୬ ପାଇଁ ଗ୍ରୁପ୍ ଲଟେରି କରାଯାଇଥିଲା । ସେହି କାର୍ଯ୍ୟକ୍ରମର ଆରମ୍ଭରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ମିଳିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ଖୋଲାଖୋଲି କହିଛନ୍ତି ଯେ, ସେ ନୋବେଲ୍ ଶାନ୍ତି ପୁରସ୍କାରର ହକ୍ଦାର । ଏଥିପାଇଁ ଟ୍ରମ୍ପ କ୍ୟାମ୍ପେନ୍ ବି କରିଥିଲେ । ହେଲେ ଟ୍ରମ୍ପଙ୍କୁ ତ ମିଳିଲା ଶାନ୍ତି ପୁରସ୍କାର। କିନ୍ତୁ କାମ ଦେଉନି ଟ୍ରମ୍ପ କଥା।
ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଜୁଲାଇ ମାସରେ ଦେଖାଦେଇଥିବା ସୀମା ବିବାଦ ଯୁଦ୍ଧରେ ବଦଳିଥିଲା । ଯାହାପରେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ୱର ଇବ୍ରାହିମ୍ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି କରିଥିଲେ । କ୍ୱାଲାଲମପୁରରେ ଗତ ଅକ୍ଟୋବରରେ ଥାଇଲାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ବୁଝାମଣା ହୋଇଥିଲା । ଯାହାର ସାକ୍ଷୀ ରହିଥିଲେ ନିଜେ ଟ୍ରମ୍ପ୍ ।କିନ୍ତୁଏହି ଅସ୍ତ୍ରିବରତି ଚୁକ୍ତି ଦୁଇ ମାସ ମଧ୍ୟ ଠିକସେ ଚାଲିପାରିନି ।
ଏଥିସହ ପଢ଼ନ୍ତୁ: ବିବାହ ଭାଙ୍ଗିଲେ, ଏବେ ଉଭୟ ଉଭୟଙ୍କୁ ଅନଫଲୋ କଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁସାରେ, ଥାଇଲାଣ୍ଡ କମ୍ବୋଡିଆ ଉପରେ ସୀମା ବିବାଦକୁ ନେଇ ବୋମା ବର୍ଷଣ କରିଛି । ଏନେଇ ଥାଇସେନାର ମୁଖପାତ୍ର ମେଜର ଜେନେରାଲ ବିନ୍ଥାଇ ସୁବାରୀ କହିଛନ୍ତି । ଏହା ପୂର୍ବରୁ ଉଭୟ ଦେଶ ଅସ୍ତ୍ରବିରତିର ଉଲ୍ଲଙ୍ଘନ କରିଥିଲେ । କୁହାଯାଉଛି ଯେ, ଥାଇ ସେନା କମ୍ବୋଡିଆ ସୀମାରେ ଏଫ-୧୬ ଯୁଦ୍ଧ ବିମାନକୁ ମୁତୟନ କରିଛି । ସେହିପରି ଓବୋନ୍ ରଚ୍ୟାଥାନୀ ଅଞ୍ଚଳର କିଛି ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଛନ୍ତି । ଏଥିରେ ଥାଇଲାଣ୍ଡର ଜଣେ ଯବାନ ପ୍ରାଣ ହରାଇଛନ୍ତି । ଏହାସହ୪ଜଣ ଆହତ ହୋଇଛନ୍ତି । ସୋମବାର ଓବୋନ୍ ପ୍ରାନ୍ତର ୟୁଆନ୍ ଜିଲ୍ଲାରେ ପ୍ରଥମେ କମ୍ବୋଡିଆ ପକ୍ଷରୁ ଗୁଳିମାଡ ହୋଇଥିଲା ।
ସେହିପରି ଥାଇଲାଣ୍ଡ କମ୍ବୋଡିଆ ଉପରେ ହିଂସାକୁ ଉସକାଉଥିବା ଅଭିଯୋଗ କରିଛି । ପ୍ରଥମେ ଥାଇଲାଣ୍ଡଡର ଆର୍ମୀ କମାଣ୍ଡର ସୀମାରେ ଉତ୍ତଜେନା ବାବଦରେ ସୂଚନା ଦେଇଥିଲେ । ନିୟମ ଅନୁସାରେ ଥାଇସେନା ଜବାବ ଦେଇଛି । ରବିବାର କମ୍ବୋଡିଆର ସେନା ଥାଇର ସି-ସା କ୍ୟାଟ୍ ପ୍ରାନ୍ତରେ ଆକ୍ରମଣ କରିଥିଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories