Videos
|
Sports

Smruti Palash / ବିବାହ ଭାଙ୍ଗିଲେ, ଏବେ ଉଭୟ ଉଭୟଙ୍କୁ ଅନଫଲୋ କଲେ...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବିବାହ ଭାଙ୍ଗିଲେ, ଏବେ ଉଭୟ ଉଭୟଙ୍କୁ ଅନଫଲୋ କଲେ...
Smruti Palash

Key Points

ବିବାହ ଭାଙ୍ଗିବା ପରେ ପରସ୍ପରକୁ ଅନଫଲୋ କଲେ ସ୍ମୃତି-ପଲାଶ
ଡିଲିଟ କଲେ ସମସ୍ତ ଫଟୋ
ଗାୟକ ତଥା କମ୍ପୋଜର ପଲାଶ ମୁଚ୍ଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଛି । ଦୁହେଁ ରବିବାର ଅଫିସିଆଲି ଭାବେ ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ କରିଛନ୍ତି। କିଛି ଦିନର ନୀରବତା ପରେ ଏହି ପ୍ରସଙ୍ଗକୁ ନେଇ ପ୍ରଥମେ ମୁହଁ ଖୋଲିଛନ୍ତି ସ୍ମୃତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଉଭୟଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଥିବା ସେ ନିଶ୍ଚିତ କରିଥିଲେ । ଏହା ସହ ଏହି ବାହାଘର ଭାଙ୍ଗି ଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ମୁଁ ଭାବୁଛି ଯେ ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟକ୍ତି ଏବଂ ମୁଁ ମୋ ଜୀବନକୁ ସେହିପରି ରଖିବାକୁ ଚାହୁଁଛି। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ ହୋଇଯାଇଛି''।

ଏହାସହ ପଲାଶ ଲେଖିଛନ୍ତି, 'ମୁଁ ମୋ ଜୀବନରେ ଆଗକୁ ବଢ଼ିବାକୁ ଏବଂ ବ୍ୟକ୍ତିଗତ ସମ୍ପର୍କରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ମୋତେ ଭୟଭୀତ କରୁଥିବା ଭିତ୍ତିହୀନ ଗୁଜବ ପ୍ରତି ଲୋକମାନେ ଯେଉଁ ପ୍ରତିକ୍ରିୟା ଦେଉଛନ୍ତି ତାହା ମୋତେ କଷ୍ଟ ଦେଇଛି । ଏହା ମୋ ଜୀବନର ସବୁଠାରୁ କଷ୍ଟକର ସମୟ । ମୁଁ ଏହାକୁ ଦୃଢ଼ତାର ସହିତ ମୁକାବିଲା କରିବି । ମୁଁ ଆଶା କରୁଛି ଯେ, ଆମେ ଯେଉଁ ସମାଜରେ ରହୁଛନ୍ତି ସେଇ ସମାଜରେ ଅଯଥା ଚର୍ଚ୍ଚା କରୁଥିବା ଲୋକ ଟିକେ ସତ୍ୟତା ଉପରେ ଗୁରୁତ୍ୱ ଦିଅନ୍ତୁ । ବିନା କୌଣସି ଆଧାରରେ ଏଭଳି ଚର୍ଚ୍ଚା ନକରି ବାସ୍ତବରେ କ'ଣ ଘଟିଛି ତାହା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ । ମୋ ଟିମ୍‌ ମିଥ୍ୟା ଖବର ଏବଂ ମାନହାନିଜନକ ବିଷୟବସ୍ତୁ ପ୍ରସାରଣ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।' ଏହି କଷ୍ଟକର ସମୟରେ ମୋ ସହିତ ଠିଆ ହୋଇଥିବା ଲୋକଙ୍କୁ ବହୁତ ଧନ୍ୟବାଦ।

ଏଥିସହ ପଢ଼ନ୍ତୁ: ବିଗ୍‌ ବସ୍‌ ୧୯: ଟ୍ରଫି ହାତେଇବା ସହ କେତେ ଟଙ୍କା ପାଇଲେ ଗୌରବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏତିକିରେ ଅଟକି ନଥିଲା ଦୁହିଁଙ୍କ କଥାକଟାକଟି। ଏହା ପରେ ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି । ସ୍ମୃତି କହିଛନ୍ତି, ଉଭୟ ପରିବାରର ଗୋପନୀୟତା ପାଇଁ ଆବେଦନ କରିଛନ୍ତି । ପଲାଶ ଏବଂ ସ୍ମୃତି ସେମାନଙ୍କର ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଅଫିସିଆଲି ବିବୃତ୍ତି ପ୍ରକାଶ କରିଛନ୍ତି। ବିବୃତ୍ତିରେ ଉଭୟ ସେଲିବ୍ରିଟି ସେମାନଙ୍କ ବିବାହ ଭାଙ୍ଗିଯିବା ଘୋଷଣା କରିଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିବୃତ୍ତି ପରେ ପଲାଶ ଏବଂ ସ୍ମୃତିଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର୍ସ ତାଲିକା ଯାଞ୍ଚ କରିବାରୁ ପଲାଶ କିମ୍ବା ସ୍ମୃତି କେହି କାହାକୁ ଫଲୋ କରୁ ନାହାନ୍ତି।

ଏହା ସ୍ପଷ୍ଟ ଯେ, ବିବାହ ଭାଙ୍ଗିଯିବା ନିଶ୍ଚିତ ହେବା ମାତ୍ରେ ଉଭୟ ସେଲିବ୍ରିଟି ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଆଉ ଦୁହିଁଙ୍କ ବିବାହ ବର୍ତ୍ତମାନ ହେବାର ନାହିଁ। ଦୁହେଁ ଅଲଗା ହୋଇଯାଇଛନ୍ତି।ବିବାହ ପୂର୍ବ ଦିନ ରାତିରେ ପଲାଶ ଚାର୍ଟ ଭାଇରାଲ ହୋଇଥିଲା। ଯାହା ପରେ କୁହାଯାଉଥିଲା କି ସ୍ମୃତିଙ୍କୁ ଚିଟ୍ କରିଛନ୍ତି ପଲାଶ । ଶେଷରେ ଦୁହେଁ ଅଲଗା ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ ଖେଳ ଖବର: 

Related Topics

Explore more stories

Smruti Palash | Smruti & Palash Unfollow Each Other After Marriage Breakup | Argus News | Argus News