Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Thailand Mass Shooting / ଡେ' କେୟାର ସେଣ୍ଟରରେ ଭୟଙ୍କର ଗୁଳିକାଣ୍ଡ, ୨୨ ଶିଶୁ ସହ ୩୪ ଜଣଙ୍କ ମୃତ୍ୟୁ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·1 min read
ଡେ' କେୟାର ସେଣ୍ଟରରେ ଭୟଙ୍କର ଗୁଳିକାଣ୍ଡ, ୨୨ ଶିଶୁ ସହ ୩୪ ଜଣଙ୍କ ମୃତ୍ୟୁ
Thailand

Key Points

ରକ୍ତରଞ୍ଜିତ ହେଲା ଡେ' କେୟାର ସେଣ୍ଟର
୨୨ ଶିଶୁ ସହ ୩୪ ମୃତ୍ୟୁ
ଥାଇଲାଣ୍ଡରେ ଇତିହାସର ସବୁଠାରୁ ଭୟାବହ ଗୁଳିକାଣ୍ଡ
ଥାଇଲାଣ୍ଡରେ ବଡ଼ ଧରଣର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଦୁଇଟି ପୃଥକ ଘଟଣାରେ ୨୨ ଜଣ ଶିଶୁଙ୍କ ସମେତ ୩୪ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାଗୁଡ଼ିକ ସମଗ୍ର ଦେଶକୁ ଚକିତ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ପୂର୍ବତନ ପୋଲିସ ଅଧିକାରୀ ଏକ ଡେ'କେୟାର ସେଣ୍ଟରରେ ପ୍ରବେଶ କରି ୩୪ ଜଣଙ୍କୁ ହତ୍ୟା କରିଥିଲେ । ଏହା ସହିତ ଦକ୍ଷିଣ ଥାଇଲାଣ୍ଡର ହାଟ ୟାଇରେ ଜଣେ ୧୮ ବର୍ଷୀୟ ଯୁବକ ଏକ ସ୍କୁଲରେ ଗୁଳି ଚଳାଇ ଦୁଇ ଜଣଙ୍କୁ ଗୁରୁତର ଆହତ କରିଥିଲେ ଏବଂ ଜଣେ ମହିଳା କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ ।

ଏହାକୁ ଥାଇଲାଣ୍ଡର ଇତିହାସର ସବୁଠାରୁ ଭୟଙ୍କର ଘଟଣା ଭାବରେ ବିବେଚନା କରାଯାଉଛି । ଜଣେ ପୂର୍ବତନ ପୋଲିସ ଅଧିକାରୀ ଏକ ଡେ'କେୟାର ସେଣ୍ଟରରେ ଅଚାନକ ଗୁଳି ଚଳାଇଥିଲେ, ଯେଉଁଥିରେ ଅତି କମରେ ୨୨ ଜଣ ଶିଶୁ ଏବଂ ୧୨ ଜଣ ବୟସ୍କଙ୍କ ମୃତ୍ୟୁ ଘଟିଥିଲା । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏହା ଦେଶର ଇତିହାସରେ ସବୁଠାରୁ ଭୟଙ୍କର ଗଣ ଗୁଳିକାଣ୍ଡ । ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ଏବଂ କ୍ରୋଧ ସୃଷ୍ଟି କରିଛି । ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଆକ୍ରମଣ ପଛର ଉଦ୍ଦେଶ୍ୟ ଖୋଜିବାକୁ ଚେଷ୍ଟା କରୁଛି ।

ଏଥିସହ ପଢ଼ନ୍ତୁ: ବ୍ରିଜ ଉପରୁ ୨୦ ଫୁଟ୍‌ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thailand Daycare Mass Shooting: 34 Dead, 22 Children Killed | Argus News