Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରିଓ ଡି ଜେନେରିଓରେ ୧୯ ତମ G20 ସମିଟ ଆରମ୍ଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରିଓ ଡି ଜେନେରିଓରେ ୧୯ ତମ G20 ସମିଟ ଆରମ୍ଭ

ଅର୍ଗସ ବ୍ୟୁରୋ : ବ୍ରାଜିଲ ରାଜଧାନୀ ରିଓରେ ଆରମ୍ଭ ହୋଇଥିବା 19 ତମ G20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସାମିଲ ହୋଇଛନ୍ତି G20 ସଦସ୍ୟଭୂକ୍ତ ରାଷ୍ଟ୍ରନେତା ।  ମୋଦିଙ୍କ ପ୍ରୟାସରେ ପ୍ରଥମ ଥର ପାଇଁ ଆଫ୍ରିକାନ ୟୁନିଅନ ମଧ୍ୟ G20 ବୈଠକରେ ସାମିଲ ହୋଇଛି । G-20କୁ ସାଧାରଣ ଜନତାଙ୍କ ସହ ଯୋଡ଼ିବା ସହ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା ଭାରତ । ବ୍ରାଜିଲ ମଧ୍ୟ ଭାରତରୁ ପ୍ରେରଣା ନେବା ସହ ଏହି ପରମ୍ପରାକୁ ଆଗକୁ ନେଇଛି । ଏଥର ବୈଠକରେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପ୍ରସଙ୍ଗକୁ ନେଇ ମନ୍ଥନ ଜାରି ରହିଛି ।

ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ବ୍ରାଜିଲ ଗସ୍ତ କାର୍ଯ୍ୟକ୍ରମ

ବୈଠକରେ ପ୍ରଧାନମନ୍ତ୍ରୀ ମୋଦି G20 ସଦସ୍ୟଭୂକ୍ତ ରାଷ୍ଟ୍ରନେତା ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଯାଉଛନ୍ତି । ପିଏମ ମୋଦି ୟୁଏନ ସେକ୍ରାଟୀରୀ ଜେନେରାଲ ଆଣ୍ଟେନିଓ ଗୁଟେରସ, ବ୍ରାଜିଲ ରାଷ୍ଟ୍ରପତି, ସିଙ୍ଗାପୁର ପିଏମ ଲୟରେନ୍ସ ୱଙ୍ଗଙ୍କୁ ଭେଟିଛନ୍ତି । ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରି ଅଭିଭୂତ କରଛନ୍ତି ପ୍ରବାସୀ ଭାରତୀୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 19th G20 Summit begins in Rio de Janeiro | Argus News