ମୃତ ବ୍ୟକ୍ତି ହେଲା ଜୀବିତ , ଅଙ୍ଗଦାନ ବେଳେ ହଠାତ ଖୋଲିଲା ଆଖି

Key Points
- ବ୍ରେନ୍ ଡେଡ୍ ପରେ ବଞ୍ଚିଗଲା ମଣିଷ
- ଆଖି ମିଟିମିଟି କଲା, ଗୋଡ ହଲଚଲ କଲା
ଅର୍ଗସ ବ୍ୟୁରୋ : ବ୍ରେନ୍ ଡେଡ୍ ହେବା ପରେ ସାଧାରଣତଃ ଲୋକ ମରିବା ଥୟ । କାରଣ ଅର୍ଦ୍ଧାଧିକ ଅଙ୍ଗ ଶରୀରର ଖରାପ ହୋଇଗଲେ ଅର୍ଥାତ୍ ଅଚଳ ହୋଇଗଲେ ଡାକ୍ତର ବ୍ରେନ୍ ଡେଡ୍ ବୋଲି ଘୋଷଣା କରନ୍ତି । ବ୍ରେନ୍ ଡେଡ୍ର ଅର୍ଥ ଜୀବନ କେଉଁ ମୁହୂର୍ତ୍ତରେ ଚାଲିଯିବ କହିବା ମୁସ୍କିଲ । କିନ୍ତୁ ଆମେରିକାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଦୋହଲାଇ ଦେବ । କାରଣ ବ୍ରେନ୍ ଡେଡ୍ ପରେ ବଞ୍ଚିଛି ମଣିଷ ।
- ଇଏ ରିଲ୍ ନୁହେଁ ରିୟଲ କାହାଣୀ
- ଫିଲ୍ମର କ୍ଲାଏମାକ୍ସ ଅନ୍ ରିୟଲ ଲାଇଫ୍
ସାଧାରଣତଃ ମୃତ ବ୍ୟକ୍ତି ଜୀବିତ ହେବା ଘଟଣା ଆମେ କେବଳ ଫିଲ୍ମରେ ଦେଖିଛନ୍ତି । ହେଲେ ସତରେ ଏହି ଘଟଣା ଶୁଣିଲେ କେହି ଏହାକୁ ବିଶ୍ବାସ କରିପାରିବେନି । ହେଲେ ଏପରି ଘଟଣା ଏବେ ସତରେ ସାମ୍ନାକୁ ଆସିଛି , ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର କେଣ୍ଟୁକିର ରିଚେମେଣ୍ଟର ବାପିଷ୍ଟ ହେଲଥ ହସପିଟାଲରେ ଜଣେ ୩୬ ବର୍ଷୀୟ ବ୍ୟକ୍ତି ଭର୍ତ୍ତି ହୋଇଥିଲେ ।ଏହି ବ୍ୟକ୍ତିଙ୍କ ନା ହେଉଛି ଆନ୍ଥୋନି ଥୋମାସ ଟିଜେ । ଅତ୍ୟଧିକ ଡ୍ରଗ୍ସ ନେଉଥିବରୁ ତାଙ୍କୁ ମେଡିକାଲରେ ୨୦୨୧ରୁ ଭର୍ତ୍ତି କରାଯାଇଥିଲା । ଶେଷରେ ତାଙ୍କ ବ୍ରେନ ଡେଡ ହୋଇ ଯାଇଥିବାରୁ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର ।
ସେଠାରେ ତାଙ୍କର ଭଉଣୀ ଏବଂ ତାଙ୍କର କିଛି ବନ୍ଧୁ ଉପସ୍ଥିତ ଥିଲେ। ଟିଜେଙ୍କ ଶେଷଇଚ୍ଛା ନିଜର ଅଙ୍ଗଦାନ ଥିବାରୁ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତ କରୁଥିଲେ ଡାକ୍ତର । ଏହି ସମୟରେ ତାଙ୍କ ଆଖି ଖୋଲା ଥିଲା, ଏବଂ ଲାଗୁଥିଲା ଯେପରି ସେ ଅପରେସନ ଥିଏଟରର ଅନ୍ୟ ପାର୍ଶ୍ବକୁ ଚାହିଁଛନ୍ତି । ବ୍ରେନ୍ ଡେଡ ପରେ କିଛିସମୟ ପାଇଁ ସାଧାରଣତଃ ଏପରି ଦେଖିବାକୁ ମିଳିଥାଏ ବୋଲି ହସ୍ପିଟାଲ କର୍ମଚାରୀମାନେ କହିଥିଲେ ।
ଅଧିକ ପଢନ୍ତୁ : ବିଶ୍ବର ସବୁଠୁ ଅପରିଷ୍କାର ମଣିଷ , ଗାଧେଇବାରୁ ଚାଲିଗଲା ଜୀବନ
📱 Get Argus News App
✨ହେଲେ ଏହି ବ୍ୟକ୍ତି ଜଣକ ଅଙ୍ଗଦାନ ପ୍ରକ୍ରିୟା ସମୟରେ ଜୀବିତ ଥିଲେ, ଏବଂ ତାଙ୍କ ଆଖିରୁ ଧାରଧାର ଲୁହ ବୋହୁଥିଲା । ନିୟମ ଅନୁଯାୟୀ, ଯଦି ରୋଗୀର ଅବସ୍ଥାରେ ସୁଧାର ନଆସେ ଏବଂ ଧାର୍ଯ୍ୟ ସମୟରେ ତାର ହୃଦଘାତ ନହୁଏ, ତାହେଲେ ତାଙ୍କର ଅଙ୍ଗଦାନ କରାଯାଇ ପାରିବ ନାହିଁ ବୋଲି କୁହାଯାଏ । ଏହି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଜିନିଷ ଘଟିଥିଲା । ଏବେ ସେ ଜୀବତ ଅଛନ୍ତି ଏବଂ ନିଜ ଭଉଣୀଙ୍କ ସହ ରହୁଛନ୍ତି ।