୭୦ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

Key Points
- ୭୦ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ
- ୬ ବର୍ଷର ଥିବାବେଳେ ହୋଇଥିଲେ ଅପହରଣ
ଅର୍ଗସ ବ୍ୟୁରୋ : ଇଏ ବର୍ଷ କି ଦୁଇବର୍ଷର କଥା ନୁହେଁ ୭୦ ବର୍ଷର କଥା । ହଜିଥିଲେ ଯେ ହଜିଥିଲେ ଫେରି ପାରିନଥିଲେ । ହେଲେ ଏବେ ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ଆତ୍ମୀୟସୋଜନ । ଖାଲି ଆତ୍ମହରା ହେଲେ ତାହା ନୁହେଁ ବରଂ ଖୁସି କହିଲେ ନସରେ । ପୁଅର ଫେରିବା ବାଟକୁ ଚାହିଁଚାହିଁ ମାଆ ଆଖି ବୁଜିଦେଲା । ହେଲେ ପୁଅ ଫେରିଲାନି । ପରିବାର ଲୋକେ ତ ଧରିନେଇଥିଲେ ପୁଅ ବୋଧହୁଏ ଆଉ ଜୀବିତ ନାହିଁ । କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାଶ ହେବାକୁ ଲାଗିଗଲା ୭୦ ବର୍ଷ । ହଁ ଠିକ୍ ଶୁଣିଲେ ଆପଣ...୭୦ ବର୍ଷ । ଆମେ କହୁଛୁ ଆମେରିକାର ଲୁଇସ ଅରମାନ୍ଡୋ ଆଲବିନୋଙ୍କ କଥା । ଯିଏ କି ୭୦ ବର୍ଷ ପରେ ଘରକୁ ଫେରିଛନ୍ତି ।
ଆମେରିକାର ବାସିନ୍ଦା ଅଟନ୍ତି ଲୁଇସ ଅରମାନ୍ଡୋ । ସେ ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଓକଲ୍ୟାଣ୍ଡରେ ନିଜ ପରିବାର ସହ ରହୁଥିଲେ । ତାଙ୍କର ୫ ଭାଇ ଭଉଣୀ ଥିଲେ । ତାଙ୍କୁ ୬ ବର୍ଷ ହୋଇଥିବା ବେଳେ ସେ ତାଙ୍କର ୧୦ ବର୍ଷର ବଡ ଭାଇ ସହ ପାର୍କରେ ଖେଳୁଥିଲେ । ଏହି ସମୟରେ ଜଣେ ସ୍ତ୍ରୀ ଲୋକ ତାଙ୍କୁ ଚକୋଲେଟ ଦେବାର ବାହାନା ଦେଖାଇ ଡାକି ନେଇଥିଲା । ପରେ ସେଠାରେ ତାଙ୍କୁ ଅପହରଣ କରି ନିଆଯାଇଥିଲା, ଏବଂ ନ୍ୟୁୟର୍କର ଏକ ଦମ୍ପତ୍ତି ତାଙ୍କୁ କୋଳକୁ ନେଇଥିଲେ , ଏବଂ ପାଳିଥିଲେ । ଏ ଘଟଣା ଥିଲା ୨୧ ଫେବୃଆରୀ ୧୯୫୧ ମସିହାର। ତେବେ ତାଙ୍କର ସେତେବେଳେ କିପରି ଅପହରଣ ହୋଇଥିଲା, ସେ କେମିତି ଚାଲି ଯାଇଥଇଲେ, ତାହା ଅନେକ ବର୍ଷ ଧରି ରହସ୍ୟ ହୋଇ ରହିଥିଲା । ପରେ ସେ ନିଜେ ଏସବୁ କହିଥିଲେ।
ଆଲବିନୋଙ୍କ ମାଆ ତାଙ୍କ ଆସିବା ଅପେକ୍ଷାରେ ରହି ରହି ୨୦୦୫ ମସିହାରେ ଆରପାରିକୁ ଚାଲିଗଲେ । ଶେଷରେ ତାଙ୍କର ୬୩ ବର୍ଷୀୟ ଝିଆରି ମିସେସ ଆଲିକ୍ୟୁନ୍ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ । ୨୦୨୦ରେ ସେ ଅନଲାଇନ ଡିଏନଏ ଟେଷ୍ଟ କରାଇ ଖୋଜିବା ଆରମ୍ଭ କରିଥିଲେ । ବିଭିନ୍ନ ଖବରକାଗଜ, ମାଗାଜିନ, ଲାଇବ୍ରେରୀ ମାଧ୍ୟମରେ ସେ ଖୋଜିବା ପରେ, ଶେଷରେ ଲୁଇସ ଅଲବିନୋଙ୍କ ଫଟୋ ପାଇଥିଲେ । ଏବଂ ପରେ ତାଙ୍କୁ ସନ୍ଧାନ କରିବା ପରେ ତାଙ୍କର ୨୨ ପ୍ରତିଶତ ତାଙ୍କର ଝିଆରୀଙ୍କ ସହ ମ୍ୟାଚ ହୋଇଥିଲା ।
ଏହାପରେ ସେ ଯେତେବଳେ ଫେରିଥିଲେ, ସେତେବଳେ ସେ କିପରି ପୂର୍ବ ତଟରୁ ଅପହରଣ ହୋଇଥିଲେ ତାର କାହାଣୀ କହିଥିଲେ । ହେଲେ ଅନେକ ଜିନିଷ ସେ ସୋସିଆଳ ମିଡିଆରେ ରିଭିଲ କରିନଥିଲେ । ହେଲେ ପହଞ୍ଚିବା ପରେ ସେ ପରିବାରର ସମସ୍ତଙ୍କୁ ଦେଖି ଭାବବିହ୍ବଳ ହୋଇପଡିଥିଲେ । ତାଙ୍କ ଭାଇଙ୍କୁ ଖୁବ ଜୋରରେ କୁଣ୍ଢାଇ ପକାଇଥିଲେ । ଏବଂ ଉଭୟ ଖୁବ କଥା ହୋଇଥିଲେ । ହେଲେ ସେ ଖୁସି ତାଙ୍କର ଅଧିକ ଦିନ ରହିନଥିଲା । କାରଣ ପୂର୍ବ ମାସରେ ହିଁ ୮୨ ବର୍ଷରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଗଲା ।
📱 Get Argus News App
✨