Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

International

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଅର୍ଗସ ବ୍ୟୁରୋ : ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଆଗାମୀ ୫ବର୍ଷ ପାଇଁ ପାକିସ୍ତାନ ଗଢ଼ିବ ରାଜନୈତିକ ଭବିଷ୍ୟତ । ଯେଉଁ ସମୟରେ ଦେଶ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ଓ ବିଭିନ୍ନ ଆହ୍ନାନର ମୁକାବିଲା କରୁଛି ସେ ସମୟରେ ସାଧାରଣ ନିର୍ବାଚନ ବଡ ଭୂମିକା ନିର୍ବାହ କରିବ । କାରଣ ଏହି ନିର୍ବାଚନ ହିଁ ପାକିସ୍ତାନର ଭବିଷ୍ୟତ ନିର୍ଦ୍ଦାରଣ କରିବ । ପାକିସ୍ତାନ ମୁସଲିମ ଲିଗ ବା ପି-ଏମ-ଏଲ-ଏନ ମୁଖ୍ୟ ନୱାଜ ସରିଫ ଏଥର କ୍ଷମତାକୁ ଫେରିପାରନ୍ତି । ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ପନାମା ପେପର ଲିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କିଛି ବର୍ଷ ବିଦେଶରେ ସେ ରହିଥିଲେ ।

ଅଧିକ ପଢନ୍ତୁ : ପାକିସ୍ତାନରେ ପିଲାଙ୍କ ଜୀବନ ନେଉଛି ନିମୋନିଆ

ଗତବର୍ଷ ପାକିସ୍ତାନ ଫେରିବା ପରେ ଏଥରକ ନିର୍ବାଚନ ରେସରେ ନୱାଜ ସରିଫଙ୍କ ଏଟ୍ରିଂ ହୋଇଛି । ସେହିପରି ପାକିସ୍ତାନ ପିପୁଲ ପାର୍ଟିର ମୁଖ୍ୟ ବିଲାବଲ ଭୁଟୋ ଜର୍ଦାରୀ ଅନ୍ୟତମ ପ୍ରମୁଖ ଦାବିଦାର ଅଟନ୍ତି । ଯଦି ପାକିସ୍ତାନରେ ମେଣ୍ଟ ସରକାର ଗଠନ ହୁଏ ତେବେ ଭୁଟୋଙ୍କ ଦଳ କିଙ୍ଗମେକର ହୋଇପାରେ । ଏପଟେ ଦୁର୍ନୀତି ମାମଲାରେ ଜେଲରେ ସଜା କାଟୁଥିବା ଇମ୍ରାନଙ୍କ ଦଳ ନିର୍ବାଚନରୁ ବାଦ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Today is the general election in Pakistan | Argus News