Videos
|
International

Toxic Alcohol Tragedy / ବିଷାକ୍ତ ମଦ ନେଲା ଜୀବନ, ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଗୁରୁତର ଅସୁସ୍ଥ

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିଷାକ୍ତ ମଦ ନେଲା ଜୀବନ, ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଗୁରୁତର ଅସୁସ୍ଥ
Toxic alcohol

Key Points

ନାଇଜେରିଆରେ ବିଷାକ୍ତ ମଦ ନେଲା ଜୀବନ
୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଗୁରୁତର ଅସୁସ୍ଥ
ନକଲି ମଦର ସନ୍ଧାନ ପାଇଁ ତଳାସି ଅଭିଯାନ ଆରମ୍ଭ କରିଛି ପ୍ରଶାସନ
ନୂଆଦିଲ୍ଲୀ, ୧୭/୦୯: ବିଷାକ୍ତ ଦେଶୀ ମଦ ପିଇ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ନାଇଜେରିଆର ଓଣ୍ଡୋ ରାଜ୍ୟରେ ବିଷାକ୍ତ ଦେଶୀ ମଦ ପିଇ ୪୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୦୦ ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କର୍ତ୍ତୃପକ୍ଷ ନକଲି ମଦର ସନ୍ଧାନ ପାଇଁ ତଳାସି ଅଭିଯାନ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ  ପ୍ରସ୍ତୁତ ଦେଶୀ ମଦ ପିଇବା ପରେ ଲୋକଙ୍କ ଦେହ ଖରାପ ହେବା ଆରମ୍ଭ ହୋଇଥିଲା। ପ୍ରଥମେ ଅନେକଙ୍କଠାରେ ଝାପ୍ସା ଦେଖାଯିବା, ବାନ୍ତି ଓ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଇଥିଲା। ପରେ ସେମାନଙ୍କ ଅବସ୍ଥା ଧୀରେ ଧୀରେ ଗୁରୁତର ହୋଇପଡ଼ିଥିଲା। ଅସୁସ୍ଥଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା।

ଓଣ୍ଡୋ ରାଜ୍ୟର ସ୍ୱାସ୍ଥ୍ୟ କମିଶନର ବାଞ୍ଜି ଆଜାକାଙ୍କ କହିବା ଅନୁଯାୟୀ, ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ରୋଗୀମାନଙ୍କ ଜୀବନ ରକ୍ଷା ପାଇଁ ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ନୂଆ ରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ଦେବା ପାଇଁ ସ୍ୱତନ୍ତ୍ର ମେଡିକାଲ ଟିମ୍‌ ମୁତୟନ କରାଯାଇଛି।

ପଢନ୍ତୁ ଏହି ଖବର: ବିଭାଜିତ ହୋଇପାରେ ବ୍ରିଟେନ୍; ଯୁକ୍ତରାଜ୍ୟରୁ ଅଲଗା ହୋଇଯିବେ ସ୍କଟଲ୍ୟାଣ୍ଡ-ୱେଲ୍ସ, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ-ୱେଲ୍ସ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?

ଅନ୍ୟପଟେ ଘଟଣା ପରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଓଣ୍ଡୋ ପୋଲିସ ମୁଖପାତ୍ର ଆବାୟୋମି ଜିମୋହଙ୍କ ସୂଚନା ଅନୁଯାୟୀ, ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଉପରେ ବିଷାକ୍ତ ମଦ ପ୍ରସ୍ତୁତ କରିବାର ଅଭିଯୋଗ ରହିଛି। ସନ୍ଦିଗ୍ଧମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଷାକ୍ତ ମଦ କେଉଁଠାରୁ ଆସିଥିଲା ଏବଂ ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି  ସେନେଇ ଖୋଳତାଡ଼ ଚାଲିଛି।

ପ୍ରାଥମିକ ଭାବେ ମଦରେ ମିଥାନଲ୍‌ ମିଶାଯାଇଥିବା ସନ୍ଦେହ କରାଯାଉଛି। ମିଥାନଲ୍‌ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ ହୋଇଥିବାରୁ ଏହା ମିଶ୍ରିତ ମଦ ସେବନ କରିବା ଫଳରେ ଗୁରୁତର ବିଷକ୍ରିୟା ହୋଇଥାଇପାରେ ବୋଲି ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି।

ତେବେ ମଦରେ ପ୍ରକୃତରେ କ’ଣ ମିଶାଯାଇଥିଲା, ତାହା ପରୀକ୍ଷା ପରେ ସ୍ପଷ୍ଟ ହେବ। ଘଟଣା ପରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ବିଷାକ୍ତ ମଦର ଉତ୍ସ ଏବଂ ଯୋଗାଣ ସ୍ଥାନଗୁଡ଼ିକରେ ତଦନ୍ତ ଚଳାଇଛନ୍ତି। ଏପରି ଘଟଣା ଯେପରି ପୁଣି ନଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସ୍ଥାନୀୟ ପ୍ରଶାସନ ଲୋକଙ୍କୁ କୌଣସି ସନ୍ଦିଗ୍ଧ କିମ୍ବା ପରୀକ୍ଷିତ ନଥିବା ଦେଶୀ ମଦ ସେବନ ନକରିବାକୁ ସତର୍କ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: