united kingdom breakdown / ବିଭାଜିତ ହୋଇପାରେ ବ୍ରିଟେନ୍; ଯୁକ୍ତରାଜ୍ୟରୁ ଅଲଗା ହୋଇଯିବେ ସ୍କଟଲ୍ୟାଣ୍ଡ-ୱେଲ୍ସ, ଇଂଲଣ୍ଡ, ସ୍କଟଲ୍ୟାଣ୍ଡ-ୱେଲ୍ସ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ?
·3 hours ago·4 min read

Key Points
ସ୍କଟଲାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡ ଆଉ ଯୁକ୍ତରାଜ୍ୟ (UK) ଅଂଶ ହୋଇନପାରନ୍ତି। କାରଣ ଏହି ୩ ଦେଶ ଏବେ ପୃଥକୀକରଣ ପାଇଁ ଆହ୍ୱାନ ଦେଇଛନ୍ତି।
କେବେ ବିଶ୍ୱକୁ ଶାସନ କରୁଥିବା ବ୍ରିଟିଶ ଏବେ ନିଜେ ନିଜକୁ ସମ୍ଭାଳିବା କରିବା କଷ୍ଟକର ହୋଇପଡ଼ିଛି। ଏବେ ଏହାକୁ ନେଇ ଦାବି ଉଠିବାରେ ଲାଗିଛି। ଯଦି ଏହି ଦାବି ପୂରଣ ହୋଇଯାଏ, ଯୁକ୍ତରାଜ୍ୟ (United Kingdom) ମାନଚିତ୍ର ସବୁଦିନ ପାଇଁ ବଦଳିବ। ଯୁକ୍ତରାଜ୍ୟର ବିଭାଜନ କରିବା ପାଇଁ ଏବେ ଦାବି ତେଜିବାରେ ଲାଗିଲାଣି। ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡ ଆଦି ୩ ଦେଶ ଯିଏ ଇଂଲଣ୍ଡ ସହ ମିଶି ୟୁକେ (UK) ଗଠନ କରିଥିଲେ, ଏବେ ସେମାନେ ଇଂଲଣ୍ଡ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ଏହି ୩ ଦେଶ ଭବିଷ୍ୟତ ନିଷ୍ପତ୍ତି ନେବାର ଅଧିକାର ଦାବି କରୁଛନ୍ତି।
ବ୍ରିଟିଶ ଖବରକାଗଜ "ଦି ଟେଲିଗ୍ରାଫ" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡ ଦାୟିତ୍ୱରେ ରହିଥିବା ଫାର୍ଷ୍ଟ ମିନିଷ୍ଟର (First Minister) କାର୍ଡିଫ (Cardiff) ଠାରେ ଏକ ଘୋଷଣାପତ୍ରରେ (Declaration) ସ୍ୱାକ୍ଷର କରିପାରନ୍ତି। ଯାହା ସେମାନଙ୍କୁ ୟୁକେ ସହ ରହିବା କିମ୍ବା ନ ରହିବା ଉପରେ ନିଷ୍ପତ୍ତି ନେବାର ଅଧିକାର ଦେଇଥାଏ। ଏହି ସମୟରେ ମଧ୍ୟ ଏକ ଜନମତ ସଂଗ୍ରହ କରିବା ଉପରେ ମଧ୍ୟ ଆଲୋଚନା ହୋଇପାରେ। ସେହି ୩ ଦେଶ ବର୍ତ୍ତମାନର ବ୍ୟବସ୍ଥାରେ ପରିବର୍ତ୍ତନ ଚାହାଁନ୍ତି।
ଯୁକ୍ତରାଜ୍ୟରେ ଚାଲିଛି କ'ଣ?
ସ୍କଟଲ୍ୟାଣ୍ଡ ଏବଂ ୱେଲ୍ସ ଯୁକ୍ତରାଜ୍ୟ ପାଖରୁ ସ୍ୱାଧିନତା ଚାହାଁନ୍ତି। ଯେତେବେଳେ ଉତ୍ତର ଆୟର୍ଲାଣ୍ଡ, ମୂଳ ଆୟର୍ଲାଣ୍ଡ ସହ ସମ୍ମିଳିତ ହେବାକୁ ଚାହେଁ। ଏହି ଘଟଣାକ୍ରମ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ ପରାମର୍ଶ ଦେଇଥିଲେ ଯେ ଯଦି ସ୍କଟଲ୍ୟାଣ୍ଡ, ଯୁକ୍ତରାଜ୍ୟ ଠାରୁ ପୃଥକ ହେବା ସପକ୍ଷରେ ସର୍ବସମ୍ମତି ଆଣେ, ତାହେଲେ ଏହି ପ୍ରସଙ୍ଗରେ ଜନମତ ସଂଗ୍ରହ ହୋଇପାରିବ। ଏହାର ତୁରନ୍ତ ସ୍କଟିଶ ନ୍ୟାସନାଲ ପାର୍ଟି ଏହି ପ୍ରସଙ୍ଗକୁ ଗ୍ରହଣ କରିଥିଲେ।
ସ୍କଟିଶ ନ୍ୟାସନାଲ ପାର୍ଟି ନେତା ଏବଂ ସ୍କଟଲ୍ୟାଣ୍ଡ ଫାର୍ଷ୍ଟ ମିନିଷ୍ଟର ଜନ୍ ସ୍ୱିନି ଦାବି କରିଥିଲେ ଯେ ଆଣ୍ଡି ବର୍ନହାମ, ଯୁକ୍ତରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ହେବେ। ସେ କହିଥିଲେ ଯେ ୩ ଦେଶ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡ ସ୍ୱାଧିନତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଛି। ୟୁକେ ସରକାର ଏବେ "ୟୁକେ-ପରବର୍ତ୍ତୀ ଭବିଷ୍ୟତ" ପାଇଁ ପ୍ରସ୍ତୁତ ହେବା ଉଚିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ ଆଣ୍ଡି ବର୍ନହାମ; ରାଜାଙ୍କୁ ଭେଟିବା ପରେ ଗ୍ରହଣ କଲେ ପଦଭାର
ୟୁକେ-ବ୍ରିଟେନ୍ କ'ଣ?
ପ୍ରାୟତଃ ଲୋକେ ଯୁକ୍ତରାଜ୍ୟ (United Kingdom), ବ୍ରିଟେନ୍ (Britain), ଗ୍ରେଟ୍ ବ୍ରିଟେନ୍ (Great Britain) ଆଦି ନାମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ହେଲେ ବାସ୍ତବରେ ଏହା ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ପ୍ରାୟ ୫୦୦ ବର୍ଷ ପୂର୍ବେ ପର୍ଯ୍ୟନ୍ତ, କେବଳ ଇଂଲଣ୍ଡ (England) ର ଅସ୍ତିତ୍ୱ ରହିଥିଲା। ପରେ ୱେଲ୍ସ ଉପରେ ଧିରେ ଧିରେ ବ୍ରିଟିଶ ନିୟନ୍ତ୍ରଣ ହାସଲ କରିବାରେ ଲାଗିଲା। ଶେଷରେ ୧୫୩୬ ମସିହାରେ ଆଇନ ମାଧ୍ୟମରେ ୱେଲ୍ସ, ଇଂଲଣ୍ଡ ସହ ସମ୍ମିଳିତ ହୋଇଥିଲା।
ଏହା ପରେ ୧୬୦୩ ମସିହାରେ ସ୍କଟଲ୍ୟାଣ୍ଡ ରାଜାଙ୍କୁ, ଇଂଲଣ୍ଡର ରାଜା କରାଯାଇଥିଲା। ଏହା ପରେ ୧୭୦୭ ମସିହାରେ ଉଭୟ ସ୍କଟଲ୍ୟାଣ୍ଡ-ଇଂଲଣ୍ଡ ସଂସଦ, "ଆକ୍ଟ ଅଫ୍ ୟୁନିଅନ ୧୭୦୭" ଆଇନ (Act of Union 1707) ପାସ୍ କରି ଗ୍ରେଟ୍ ବ୍ରିଟେନ ରାଜ୍ୟ ଗଠନ କରିଥିଲେ।
ଏହା ବ୍ୟତୀତ, ୧୮୦୧ ମସିହାରେ ଆୟରଲ୍ୟାଣ୍ଡ ଏବଂ ଗ୍ରେଟ୍ ବ୍ରିଟେନ ଏକତ୍ରିତ ହୋଇଥିଲେ। ହେଲେ ୧୯୨୨ ମସିହାରେ, ଆୟରଲ୍ୟାଣ୍ଡର ଏକ ଅଂଶ ଅଲଗା ହୋଇ ଆୟରଲ୍ୟାଣ୍ଡ ଗଣରାଜ୍ୟ (Ireland Republic) ଗଠନ କରିଥିଲା, ଯେତେବେଳେ ଅବଶିଷ୍ଟ ଉତ୍ତର ଆୟରଲ୍ୟାଣ୍ଡ (Northern Ireland), ଯୁକ୍ତରାଜ୍ୟ ସହ ସମ୍ମିଳିତ ହୋଇଥିଲା।
ୟୁକେ (UK) ଚାରୋଟି ଦେଶକୁ ନେଇ ଗଠିତ। ଇଂଲଣ୍ଡ, ୱେଲ୍ସ, ସ୍କଟଲ୍ୟାଣ୍ଡ ଏବଂ ଉତ୍ତର ଆୟରଲ୍ୟାଣ୍ଡ। ଯାହାର ସରକାରୀ ନାମ ହେଉଛି, ୟୁନାଇଟେଡ୍ କିଙ୍ଗଡମ୍ ଅଫ୍ ଗ୍ରେଟ୍ ବ୍ରିଟେନ ଆଣ୍ଡ ନର୍ଦ୍ଦନ ଆୟରଲ୍ୟାଣ୍ଡ" (United Kingdom of Great Britain & Northern Launda)। ଇଂଲଣ୍ଡ-ୱେଲ୍ସ କୁ ନେଇ ବ୍ରିଟେନ୍ (Britain) ଗଠିତ ହୋଇଥାଏ। ଏଥିରେ ସ୍କଟଲ୍ୟାଣ୍ଡ ମିଶିଲେ ଗ୍ରେଟ୍ ବ୍ରିଟେନ୍ ଗଠିତ। ଗ୍ରେଟ୍ ବ୍ରିଟେନ୍ ସହ ଉତ୍ତର ଆୟରଲ୍ୟାଣ୍ଡ ମିଶିଲେ ଯୁକ୍ତରାଜ୍ୟ ଗଠିତ ହୋଇଥାଏ।
ଏହା ସହ ପଢନ୍ତୁ: ୧୦ ବର୍ଷରେ ଗାଦି ହରାଇଲେଣି ୫ ପ୍ରଧାନମନ୍ତ୍ରୀ; ଏବେ ପଡ଼ିଛି ଷ୍ଟାର୍ମରଙ୍କ ପାଳି

ଯୁକ୍ତରାଜ୍ୟ ବିଭାଜିତ ହେଲେ କ'ଣ ହେବ?
ୟୁକ୍ତରାଜ୍ୟ ସଂଘରୁ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ, ପୃଥକ ହୋଇଯିବା ବିଶ୍ୱ ଇତିହାସରେ ଏକ ପ୍ରମୁଖ ଘଟଣା ହେବ। ଯଦି ଏହା ହୁଏ, ତାହେଲେ ୟୁକ୍ତରାଜ୍ୟ ଏହାର ପ୍ରାୟ ଅଧା କ୍ଷେତ୍ରଫଳ ହରାଇବ। ଏହାର ମାନଚିତ୍ର ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇଯିବ। ଏହି ତିନୋଟି ଦେଶର ପୃଥକୀକରଣ ସହିତ କେବଳ ଇଂଲଣ୍ଡ ଅସ୍ଥିତ୍ୱରେ ରହିବ।
ଭୂମି: ଏହି ତିନୋଟି ଦେଶର ପୃଥକୀକରଣ ଫଳରେ ଯୁକ୍ତରାଜ୍ୟ ପ୍ରାୟ ଏହାର ୪୬.୩% ଭୂମି ହରାଇବ। ବର୍ତ୍ତମାନ, ଏହାର ମୋଟ କ୍ଷେତ୍ରଫଳ ହେଉଛି ୨ ଲକ୍ଷ ୪୨ ହଜାର ୫୦୦ ବର୍ଗ କିଲୋମିଟର। ତିନୋଟି ଦେଶ ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ ସଂଘରୁ ଅଲଗା ହୋଇଯିବା ପରେ, ଯୁକ୍ତରାଜ୍ୟ ପ୍ରାୟ ୧ ଲକ୍ଷ ୧୨ ହଜାର ୨୨୦ ବର୍ଗ କିଲୋମିଟର କ୍ଷେତ୍ରଫଳ ହରାଇବ।
ଜନସଂଖ୍ୟା: ଏହା ଦ୍ୱାରା ଯୁକ୍ତରାଜ୍ୟର ଜନସଂଖ୍ୟା ପ୍ରାୟ ୧୬% ହ୍ରାସ ପାଇବ। ଏବେ ଯୁକ୍ତରାଜ୍ୟର ଜନସଂଖ୍ୟା ହେଉଛି ପ୍ରାୟ ୬.୮ କୋଟି। ଯେଉଁଥିରୁ କେବଳ ଇଂଲଣ୍ଡର ଜନସଂଖ୍ୟା ହେଉଛି କେବଳ ୫.୭ କୋଟି ଏବଂ ଅନ୍ୟ ତିନୋଟି ଦେଶର ଜନସଂଖ୍ୟା ହେଉଛି ୧.୧ କୋଟି।
GDP: ଯୁକ୍ତରାଜ୍ୟ ବିଭାଜିତ ହେବା ପରେ ଦ୍ୱାରା ଏହାର GDP ମଧ୍ୟ ପ୍ରାୟ ୧୪% ହ୍ରାସ ପାଇବ। IMF ଅନୁଯାୟୀ, ଯୁକ୍ତରାଜ୍ୟର GDP ବର୍ତ୍ତମାନ ୪.୨୬ ଟ୍ରିଲିୟନ ଡଲାର ରହିଛି। ଯେଉଁଥିରୁ କେବଳ ଇଂଲଣ୍ଡ ୮୬% ଭାଗ ରଖିଛି।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷତି ହେବ
ପୃଥକୀକରଣ ଯୋଗୁଁ ଯୁକ୍ତରାଜ୍ୟ କେବଳ ଜମି, ଜନସଂଖ୍ୟା ଏବଂ GDP ହରାଇବ ନାହିଁ, ବରଂ ଏହାକୁ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷତି ସହିବାକୁ ପଡ଼ିପାରେ। କେବଳ ସ୍କଟଲାଣ୍ଡ, ଯୁକ୍ତରାଜ୍ୟର ମୋଟ ଭୂମି କ୍ଷେତ୍ରଫଳର ପ୍ରାୟ ୩୨% ଅଂଶକୁ ନିୟନ୍ତ୍ରଣ କରୁଛି। ସ୍କଟଲାଣ୍ଡର ଉପକୂଳ, ଯୁକ୍ତରାଜ୍ୟର ମୋଟ ସାମୁଦ୍ରିକ କ୍ଷେତ୍ରଫଳର ୬୦ ପ୍ରତିଶତରୁ ଅଧିକ ଅଂଶ କେବଳ ସ୍କଟଲ୍ୟାଣ୍ଡରେ ରହିଛି। ଯଦି ସ୍କଟଲାଣ୍ଡ ଅଲଗା ହୋଇଯାଏ, ତାହେଲେ ଉତ୍ତର ସାଗରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଇଂଲଣ୍ଡ ହାତରୁ ଖସିଯିବ। ଏହା ସହିତ, ଯୁକ୍ତରାଜ୍ୟର ପ୍ରାୟ ୮୫ ପ୍ରତିଶତରୁ ୯୦% ତୈଳ ଏବଂ ପ୍ରାକୃତିକ ଗ୍ୟାସ ସଂରକ୍ଷଣ ସ୍କଟଲ୍ୟାଣ୍ଡର ଆଞ୍ଚଳିକ ଜଳ ସୀମା ମଧ୍ୟରେ ରହିଛି। ପୃଥକୀକରଣ ପାଇଁ ଇଂଲଣ୍ଡକୁ ବିଦ୍ୟୁତ୍ ଏବଂ ଗ୍ୟାସ ଆମଦାନୀ କରିବାକୁ ପଡିବ।
ଏହା ବ୍ୟତୀତ, ଯୁକ୍ତାରାଜ୍ୟର ସମ୍ପୂର୍ଣ୍ଣ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ସ୍କଟଲ୍ୟାଣ୍ଡର ଫାସଲେନ୍ ନୌସେନା ଘାଟିରେ ଅବସ୍ଥିତ। ଇଂଲଣ୍ଡର ନିଜସ୍ୱ ଉପକୂଳରେ ଏପରି କୌଣସି ବନ୍ଦର ନାହିଁ ଯେଉଁଠାରେ ଏହି ପରମାଣୁ ଘାଟିକୁ ରାତାରାତି ସ୍ଥାନାନ୍ତର କରାଯାଇପାରିବ। ଏହାକୁ ପୁନଃନିର୍ମାଣ କରିବାକୁ କୋଟି କୋଟି ପାଉଣ୍ଡ ଖର୍ଚ୍ଚ ହେବ ଏବଂ ଏଥିପାଇଁ ୧୫-୨୦ ବର୍ଷ ସମୟ ଲାଗିବ। ସାମଗ୍ରିକ ଭାବରେ ଏହି ବିଭାଜନ ଫଳରେ ଜମି, ଜନସଂଖ୍ୟା ଏବଂ GDP କ୍ଷତି ହେବ। ଏହା ବ୍ୟତୀତ, ବିଶ୍ୱ ଶକ୍ତି (World Power) ହେବା ନେଇ ୟୁକେ (United Kingdom) ପକ୍ଷରୁ କରାଯାଉଥିବା ଦାବି ମଧ୍ୟ ଦୁର୍ବଳ ହୋଇଯିବ।

Related Topics
Explore more stories