Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୧୦ ସେକେଣ୍ଡରେ ବୁଲିବେ ୩ଟି ଦେଶ , ଭ୍ରମଣକାରୀ ଭାଇରାଲ କଲେ ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୧୦ ସେକେଣ୍ଡରେ ବୁଲିବେ ୩ଟି ଦେଶ , ଭ୍ରମଣକାରୀ ଭାଇରାଲ କଲେ ଭିଡିଓ

ଅର୍ଗସ ବ୍ୟୁରୋ : ଗୋଟିଏ ଥର ଭ୍ରମଣରେ ହିଁ ଆପଣ ଏକା ଥରେ ୩ଟି ଦେଶ ବୁଲି ପାରିବେ । ଆଉ ତାହା ବି ମାତ୍ର ୧୦ ସେକେଣ୍ଡରେ । ଏକଥା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ , କି ମାତ୍ର ୧୦ ସେକେଣ୍ଡରେ ଗୋଟିଏ ସ୍ଥାନକୁ ବୁଲିବା ବି ସମ୍ଭବପର ନୁହେଁ, କିନ୍ତୁ ୩ଟି ଦେଶ କିପରି ଜଣେ ବୁଲି ପାରିବ । କିନ୍ତୁ ସ୍ବିସ ନିକଟରେ ଥିବା ସ୍ବିଜରଲ୍ୟାଣ୍ଡ , ଫ୍ରାନ୍ସ , ଜର୍ମାନର ବର୍ଡରରେ ଥିବା ଗୋଟିଏ ଜାଗାରେ ଯାଇଥିବା ବେଳେ ଆପଣ ୧୦ ସେକେଣ୍ଡରେ ୩ଟା ଦେଶ ବୁଲିପାରିବେ। ୟୁରୋପରେ ଥିବା ଏହି ୩ ଟି ଦେଶ ଆପଣ ୧୦ ସେକେଣ୍ଡରେ ବୁଲି ପାରିବେ ।

ଅଧିକ ପଢନ୍ତୁ : ସବୁଠାରୁ ପତଳା ଘର

ଜଣେ ଭ୍ରମଣକାରୀ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏପରି ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ୩ଟି ସ୍ଥାନ ଗୋଟିଏ ଜାଗାରେ ହିଁ ରହିଛି । ଏହି ସ୍ଥାନରେ ଆହୁରି ଅନେକ ଆକର୍ଷଣୀୟ ସ୍ଥାନ ମଧ୍ୟ ରହିଛି । ସ୍ବିଜରଲ୍ୟାଣ୍ଡର ବାସେଲ ସହରରେ ଅନେକ ଆକର୍ଷଣୀୟ ଭ୍ରମଣସ୍ଥାନ ରହିଛି । ଏଥିସହ ସ୍ବିଜରଲଣ୍ୟାଣ୍ଡ ଏକ ମହଙ୍ଗା ସହର ଅଟେ । ଯେଉଁଠାକୁ ଆସିଲେ ଭ୍ରମଣକାରୀଙ୍କୁ ପାଖାପାଖି ୪ ଦିନ ପାଇଁ ୧୪୯ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡେ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Travel 3 countries in 10 seconds, the traveler made the video viral | Argus News