Gaza Peace Plan / 'ଆତଙ୍କବାଦ ମୁକ୍ତ'ରୁ ଇସ୍ରାଏଲ୍ ନିୟନ୍ତ୍ରଣକୁ ନା; ଟ୍ରମ୍ପଙ୍କ ୨୦ ସୂତ୍ରୀ ଫ୍ରେମୱର୍କରେ ଅଛି କ'ଣ ?
·10 months ago·2 min read

Key Points
ଆମେରିକା ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ବିପୁଳ ସମର୍ଥନ ମିଳିଛି । ଯାହା ପରେ ୨୦ ସୂତ୍ରୀୟ ରୋଡ୍ ମ୍ୟାପ୍ ଏବେ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ ଶାନ୍ତି ଢାଞ୍ଚା ବନିଛି ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ମୋହର । ଅନୁମୋଦନ କଲା ଜାତିସଂଘର ସୁରକ୍ଷା ପରିଷଦ । ଆମେରିକା ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ପ୍ରସ୍ତାବ ଉପରେ ହୋଇଥିବା ମତଦାନରେ ବିପୁଳ ସମର୍ଥନ ମିଳିଛି । ଯାହା ପରେ ୨୦ ସୂତ୍ରୀୟ ରୋଡ୍ ମ୍ୟାପ୍ ଏବେ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ ଶାନ୍ତି ଢାଞ୍ଚା ବନିଛି ।
ଏହି ପ୍ରସ୍ତାବରେ ରହିଛି ଅନ୍ତର୍ଜାତୀୟ ସୈନିକଙ୍କୁ ଗାଜାରେ ମୁତୟନ କରିବା । ୱାଶିଂଟନର ୨୦ ସୂତ୍ରୀ ଫ୍ରେମୱର୍କପେ ଗାଜାରେ ଯୁଦ୍ଧ ବିରାମ, ପୁନଃ ନିର୍ମାଣ ଓ ଶାସନ ପାଇଁ ବ୍ୟାପକ ଅନ୍ତର୍ଜାତୀୟ ରୋଡମ୍ୟାପ୍ କଥା କୁହାଯାଇଛି ।
ଏଥିସହ ପଢ଼ନ୍ତୁ: ଦେହ ଖରାପ ସତ୍ତ୍ଵେ ହ୍ୟୁମାନଙ୍କୁ ନେଇ କିଏ କରାଉଥିଲା ଷ୍ଟେଜ୍ ଶୋ' ? ମାଆ ଆଣିଲେ ସାଂଘାତିକ ଅଭିଯୋଗ
ଗତମାସରେ ଇସ୍ରାଏଲ୍ ଓ ହମାସ୍ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତି ବ୍ୟକ୍ତି କରି ୨ ବର୍ଷ ପାଇଁ ଯୁଦ୍ଧ ବନ୍ଦ କରିଛନ୍ତି । ମୁକ୍ତ ହୋଇଛନ୍ତି ବନ୍ଧକ ଓ ପଣବନ୍ଦୀ । ସୋମବାର ହୋଇଥିବା ମତଦାନରେ ଏହି ବ୍ଲୁ ପ୍ରିଣ୍ଟ ଏବେ କାର୍ଯ୍ୟ ଖସଡ଼ାରେ ପରିଣତ ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ମୋହର ପ୍ରସ୍ତାବକୁ ଏକ ଅନ୍ତର୍ଜାତୀୟ ଆଦେଶରେ ପରିଣତ କରିଛି । ଫଳରେ ଟ୍ରାଞ୍ଜିସନଲ ଅଥରିଟି ଗଠନର ରାସ୍ତା ଆହୁରି ସ୍ପଷ୍ଟ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରସ୍ତାବରେ କ'ଣ ରହିଛି ?
ଟ୍ରମ୍ପଙ୍କ ବ୍ଲୁପ୍ରିଣ୍ଟରେ ଗାଜାକୁ ନେଇ ଅନେକ ପ୍ରସ୍ତାବ ରହିଛି । ଯେଉଁଥିରେ ଜାତିସଂଘର ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରସ୍ତାବିତ 'ବୋର୍ଡ ଅଫ୍ ପିସ୍'ରେ ସାମିଲ୍ ଲାଗି ଆମନ୍ତ୍ରିତ କରାଯାଇଛି । ଅସ୍ତ୍ରଶସ୍ତ୍ର ନଷ୍ଟ ସହ ସେନା ଭିତ୍ତିଭୂମି ନଷ୍ଟ କରିବାକୁ କୁହାଯାଇଛି ।
ହମାସ୍ର ବିରୋଧ
ତେବେ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଛି ହମାସ୍ । ଫିଲିସ୍ତୀନର ଅଧିକାରୀଙ୍କ ଦାବି ପୂରଣରେ ପ୍ରସ୍ତାବ ବିଫଳ ହୋଇଛି । ଗାଜା ଉପରେ ଅନ୍ତର୍ଜାତୀୟ ଅଧିକାର ସାବ୍ୟସ୍ତ ପାଇଁ ପ୍ରୟାସ ହେଉଥିବା ହମାସ୍ କହିଛି ।
ଏଥିସହ ପଢ଼ନ୍ତୁ: 'ଫାଶୀ ଦଣ୍ଡାଦେଶ ଅନ୍ତରୀଣ ସରକାରର ଉଗ୍ରବାଦୀ ଏଜେଣ୍ଡା': ଶେଖ ହସିନା
ବିଶେଷ କରି ହମାସ୍ ସ୍ଥିରତ ଓ ସଶସ୍ତ୍ର ସୈନିକଙ୍କୁ ନିଷ୍କ୍ରିୟ ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ କଡ଼ା ବିରୋଧ କରିଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ ହମାସ୍ କହିଛି, "ଗାଜା ପଟ୍ଟିରେ ଅନ୍ତର୍ଜାତୀୟ ଫୋର୍ସଙ୍କୁ ଭର୍ତ୍ତି କରିବା ଏବଂ ଶାନ୍ତି ଦାୟିତ୍ଵ ଦେବା, ପ୍ରତିବାଦକୁ ନିଷ୍କ୍ରିୟ କରିବା ଇତ୍ୟାଦି କବ୍ଜାକାରୀଙ୍କ ପକ୍ଷରେ ସଂଘର୍ଷକୁ ଗୋଟିଏ ପକ୍ଷ କରି ଦେଇଛି ।"

Related Topics
Explore more stories