Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Asim Munir / ଆମେରିକୀୟ ଗୁଇନ୍ଦାର ବଡ଼ ଖୁଲାସା, ଟ୍ରମ୍ପ ପ୍ରଶାସନ ପାଇଁ ବିପଦ ଅସୀମ ମୁନୀର

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଆମେରିକୀୟ ଗୁଇନ୍ଦାର ବଡ଼ ଖୁଲାସା, ଟ୍ରମ୍ପ ପ୍ରଶାସନ ପାଇଁ ବିପଦ ଅସୀମ ମୁନୀର
Asim Munir

Key Points

ଟ୍ରମ୍ପଙ୍କ ପାଇଁ ‘ରେଡ୍ ଫ୍ଲାଗ୍’ ମୁନୀର
ଅସୀମ ମୁନୀର ଉପରେ ଆମେରିକାର ସନ୍ଦେହ
ଆମେରିକୀୟ ଗୁଇନ୍ଦାର ବଡ଼ ଖୁଲାସା
ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ, ଆମେରିକୀୟ ଗୁଇନ୍ଦା ବିଭାଗ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାଇଁ ଏକ ସମ୍ଭାବ୍ୟ ବିପଦ ଭାବରେ ଚିହ୍ନଟ କରିଛି । ଏହା ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରୁଛି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଟ୍ରମ୍ପ ପ୍ରଶାସନ ଏକ ରେଡ୍‌ ଫ୍ଲାଗ୍‌ ଭାବେ ବିବେଚନା କରିଛି ।
ଇରାନର ଶୀର୍ଷ ସାମରିକ ଅଧିକାରୀଙ୍କ ସହିତ ମୁନୀରଙ୍କ ଦୀର୍ଘକାଳୀନ ସମ୍ପର୍କ ଆମେରିକା ସ୍ୱାର୍ଥ ପାଇଁ ବିପଦ ସୃଷ୍ଟି କରିପାରେ । ମୁନିରଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଥିବା ଲୋକଙ୍କ ମଧ୍ୟରେ ଥିଲେ କୁଦସ୍ ଫୋର୍ସ କମାଣ୍ଡର କାସେମ ସୋଲେମାନି ଏବଂ ଆଇଆରଜିସି କମାଣ୍ଡର ହୋସେନ୍ ସଲାମି, ଯେଉଁମାନେ ଆମେରିକାର ଏକ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ଆମେରିକୀୟ ସ୍ୱାର୍ଥ ପାଇଁ କ୍ଷତିର ଭୟ

ଯଦିଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାର୍ବଜନୀନ ଭାବରେ ଅସୀମ ମୁନୀରଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ତାଙ୍କର ପ୍ରିୟ ଫିଲ୍ଡ ମାର୍ଶାଲ ବୋଲି କହିଛନ୍ତି, କିନ୍ତୁ ଗୁଇନ୍ଦା ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ତାଙ୍କର ଦ୍ୱୈତ ଭୂମିକା ଆମେରିକା ସ୍ୱାର୍ଥକୁ କ୍ଷତି ପହଞ୍ଚାଇପାରେ । ଏକ ଅବିଶ୍ୱାସୀ ସହଯୋଗୀ ଭାବରେ ପାକିସ୍ତାନର ଇତିହାସ କୌଣସି ଗୁପ୍ତ ନୁହେଁ । ଓସାମା ବିନ୍ ଲାଡେନ ମାମଲାରେ ଏହାର ଭୂମିକା ପୂର୍ବରୁ ପ୍ରକାଶ ପାଇଛି ।

ପାକିସ୍ତାନ ପ୍ରତି ସତର୍କ ରହିବାକୁ ପରାମର୍ଶ

ବିଲ୍ ରୋଗିଓ ଫକ୍ସ ନ୍ୟୁଜ୍ ଡିଜିଟାଲ୍‌କୁ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରତି ସତର୍କ ରହିବା ଉଚିତ, ଆଫଗାନିସ୍ତାନରେ ଏହାକୁ ଐତିହାସିକ ଭାବରେ ଅବିଶ୍ୱସନୀୟ ସହଯୋଗୀ ବୋଲି କହିଥିଲେ। ସେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ସହିତ ଅସୀମ ମୁନୀରଙ୍କ କଥିତ ସମ୍ପର୍କକୁ ଆମେରିକା ପାଇଁ ଏକ ଗମ୍ଭୀର ଚିନ୍ତା ବୋଲି ସେ କହିଥିଲେ । ବିଶେଷଜ୍ଞମାନେ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ ମୁନୀର ଟ୍ରମ୍ପଙ୍କ ସହିତ ତାଙ୍କର ଭଲ ସମ୍ପର୍କକୁ ଗୁପ୍ତ ଭାବରେ ଇରାନର ସ୍ୱାର୍ଥକୁ ଆଗକୁ ବଢ଼ାଇବା ପାଇଁ ବ୍ୟବହାର କରିପାରିବେ ।

ମୁନିର ଟ୍ରମ୍ପଙ୍କ ନିକଟତର । ୨୦୨୫ ମେ' ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ପରେ ଆମେରିକା ସହିତ ମୁନିରଙ୍କ ଘନିଷ୍ଠ ସମ୍ପର୍କ ବୃଦ୍ଧି ପାଇଥିଲା । ଡୋନାଲ୍ଡ ଟ୍ରମ୍ପ ମୁନୀରଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିଥିଲେ। ଆମେରିକା-ଇରାନ ବିବାଦରେ ଅସୀମ ମୁନୀର ମଧ୍ୟସ୍ଥି ଭୂମିକା ଗ୍ରହଣ କରୁଛନ୍ତି। ଯଦିଓ ଇସଲାମାବାଦରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା କିନ୍ତୁ ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆଶା ରହିଛି । କିନ୍ତୁ ଏହାରି ମଧ୍ୟରେ ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ ଚେତାବନୀ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନାରେ ଅସୀମ ମୁନୀରଙ୍କ ଭୂମିକା ଉପରେ ପ୍ରଶ୍ନ ଏବଂ ସନ୍ଦେହ ସୃଷ୍ଟି କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Asim Munir Seen as Threat to Donald Trump Administration: US Intel | Argus News