Middle East War / ଇରାନ ଉପରେ ଆକ୍ରମଣ ପାଇଁ ମନ୍ତ୍ରୀଙ୍କୁ ଦାୟୀ କଲେ ଟ୍ରମ୍ପ, କହିଲେ 'ତୁମେ ତ କହିଥିଲ...'
·5 months ago·2 min read

Key Points
ଇରାନ ସହ ଯୁଦ୍ଧ ଆରମ୍ଭକୁ ନେଇ ନୂଆ ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ ପ୍ରଶ୍ନ ଉଠିଛି ଯେ, ଇରାନ ଯୁଦ୍ଧ କେମିତି ଓ କିଭଳି ଆରମ୍ଭ ହେଲା ।
ନୂଆଦିଲ୍ଲୀ: ଇରାନ ସହିତ ଚାଲିଥିବା ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି । ଆଉ ଏହାରି ଭିତରେ ଯୁଦ୍ଧ ଆରମ୍ଭକୁ ନେଇ ନୂଆ ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ ପ୍ରଶ୍ନ ଉଠିଛି ଯେ, ଇରାନ ଯୁଦ୍ଧ କେମିତି ଓ କିଭଳି ଆରମ୍ଭ ହେଲା ।
ଆମେରିକାର ଟେନେସିରେ ଏକ ବୈଠକରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ସର୍ବପ୍ରଥମେ ଇରାନ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ସପକ୍ଷରେ କହିଥିଲେ । ଟ୍ରମ୍ପଙ୍କ ଅନୁସାରେ, ହେଗସେଥ କହିଥିଲେ କି ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରିରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ଅଟେ ।
ଏଥିସହ ପଢ଼ନ୍ତୁ: ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ
ରୋଲିଂ ଷ୍ଟୋନର ରିପୋର୍ଟ ଅନୁସାରେ, ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ପ୍ରଶାସନ ମଧ୍ୟରେ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । କିଛି ଲୋକଙ୍କ କହିବା କଥା ହେଲା, "ପୂର୍ବରୁ ଇସ୍ରାଏଲ୍ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା, ତେଣୁ ଆମେରିକାକୁ ସାମିଲ୍ ହେବାକୁ ପଡ଼ିଲା ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ଯ କିଛିଙ୍କ ଅନୁସାରେ, "ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରିର ନିକଟର ଥିଲା । " ଏହାରି ଭିତରେ ଟ୍ରମ୍ପ କହିଛନ୍ତି, "ମୁଁ ଏକାଧିକ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥିଲି । ସମସ୍ୟାକୁ ଅଣଦେଖା ନ କରି ସିଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶେଷ କରି ଦେବାକୁ । କିନ୍ତୁ ସ୍ଥିତି ସେତିକି ସ୍ପଷ୍ଟ ନୁହେଁ ।"
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ପ୍ରତି ଆକ୍ରମଣ ଅଚାନକ ହୋଇଥିଲା । ଆମେରିକା ମଧ୍ୟ ଭାବି ନଥିଲା ଇରାନର ଜବାବୀ ଆକ୍ରମଣ ଏତେ ଭୟଙ୍କର ହେବ । ଅନ୍ୟ କିଛି ରିପୋର୍ଟ ଅନୁସାରେ, ପ୍ରଥମରୁ ଚେତାବନୀ ଦିଆଯାଇଥିଲେ ବି କେହି ତାହା ଉପରେ ଧ୍ୟାନ ଦେଇ ନଥିଲେ ।
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ
ଏହି ମାମଲାରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ ସବୁଠୁ ଅଧିକ ସାମ୍ନାକୁ ଆସୁଛନ୍ତି । ସେ ପେଣ୍ଟାଗନରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ଇରାନର ମିସାଇଲ୍, ଡ୍ରୋନ୍ ଓ ନୌସେନା ଶକ୍ତି ଦୁର୍ବଳ କରିବା ହେଉଛି ଆମେରିକାର ଲକ୍ଷ୍ୟ ।" ତେବେ ଯୁଦ୍ଧ କେବେ ସରିବ ତାହା କହିବା ମୁସ୍କିଲ୍, ଆକ୍ରମଣ ଯୋଜନା ଅୁନସାରେ ଚାଲିଥିବା କହିଛନ୍ତି ହେଗସେଥ ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ଘୋଷଣା: ୫ ଦିନ ପାଇଁ ଯୁଦ୍ଧ ବନ୍ଦ
ଜେଡି ଭ୍ୟାନ୍ସଙ୍କ ଭୂମିକା
ଟ୍ରମ୍ପ ମାନିଛନ୍ତି ଯେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ଯାନ୍ସ ଯୁଦ୍ଧକୁ ନେଇ ଉତ୍ସାହିତ ନଥିଲେ । ତେବେ ସେ ଆକ୍ରମଣକୁ ସାର୍ବଜନୀନ ଭାବେ ବିରୋଧ ମଧ୍ୟ କରିନାହାନ୍ତି । ରିପୋର୍ଟ ଅନୁସାରେ, ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଗ୍ରହୀ ଥିଲେ । ଯେତେବେଳେ କି ଅନ୍ୟ କିଛି ଲୋକ ସାବଧାନ ରହିବାକୁ ପରାମର୍ଶ ଦେଇଥିଲେ ।

ଇରାନ ସହ ବୁଝାମଣା
ଇରାନ ସହ ଯୁଦ୍ଧ ଚାଲିଥିବା ବେଳେ ଟ୍ରମ୍ପ ବୁଝାମଣା କଥା ଉଠାଇଛନ୍ତି । ଟ୍ରମ୍ପ କହିଛନ୍ତି, "ତାଙ୍କ ଜ୍ଵାଇ ଜେରେଡ କୁଶନର ଓ ରାଷ୍ଟ୍ରଦୂତ ଷ୍ଟିଭ୍ ବିଟକଫ ଇରାନର ବଡ଼ ନେତାଙ୍କ ସହ ଆଲୋଚନା କରୁଛନ୍ତି । ଇରାନ ସହ ଚୁକ୍ତି କରାଯିବ ।" ତେବେ ଟ୍ରମ୍ପଙ୍କ ଏହି ଦାବିକୁ ଇରାନ ଅଗ୍ରାହ୍ୟ କରି ସାରିଛି ।

Related Topics
Explore more stories