Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ

International

Middle East War / ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ

Rashmita Mishra
Browse all articles by Rashmita Mishra
·1 month ago·3 min read
ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ
War Update

Key Points

ଇରାନ- ଆମେରିକା ଯୁଦ୍ଧ ବିରାମକୁ ନେଇ ଆରୋପ ପ୍ରତ୍ୟାରୋପ
ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବି
ଇସ୍ରାଏଲ ଗଣମାଧ୍ୟମ ଦାବି କରିବା ପରେ ଖଣ୍ଡନ କଲା ଇରାନ

ଇରାନ- ଆମେରିକା ଯୁଦ୍ଧ ବିରାମକୁ ନେଇ ଆରୋପ ପ୍ରତ୍ୟାରୋପ । ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବି କଲା ଇସ୍ରାଏଲ ଗଣମାଧ୍ୟମ । ଖଣ୍ଡନ କଲା ଇରାନ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ରଣନୀତି କହିଲେ ଇରାନ ବାଚସ୍ପତି । ସେପଟେ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କହିଲେ ହ୍ବାଇଟ ହାଉସ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ନହେବା ଯାଏ କଳ୍ପନାଜଳ୍ପନାକୁ ଚୂଡ଼ାନ୍ତ ବୋଲି ଧରାଯିବା ଉଚିତ ନୁହେଁ ।

ଇରାନ- ଆମେରିକା ଯୁଦ୍ଧ ବିରାମକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ଇସ୍ରାଏଲ ଗଣମାଧ୍ୟମ ଦାବି କରିଛି ଯେ, ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ଆମେରିକା ଅଧିକାରୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ୱିଟକୋଫ୍ ଏବଂ ଜାରେଡ୍ କୁଶନର୍‌ଙ୍କ ସହ ଆଲୋଚନା କରିଛନ୍ତି। ତେବେ ଘାଲିବାଫ୍ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ।

କେତେକ ଲୋକ ତାଙ୍କୁ ସମାଲୋଚନା କରୁଥିବା ବେଳେ ଅନ୍ୟମାନେ ଏହାକୁ ଇସ୍ରାଏଲର ଏକ ଅପପ୍ରଚାର ବୋଲି କହିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଆମେରିକା ଏବଂ ଇରାନ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା । ବିଶେଷ କରି ଯେତେବେଳେ ହର୍ମୁଜ୍ ପ୍ରଣାଳୀ ପୁଣି ଖୋଲିବା ନେଇ ଆଶା ସୃଷ୍ଟି ହୋଇଛି, ସେତେବେଳେ ଏଭଳି ଖବର ଆସିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଇରାନ ବାଚସ୍ପତି କହିଛନ୍ତି ଇରାନବାସୀ ଆକ୍ରମଣକାରୀଙ୍କୁ ସମ୍ପୂର୍ଣ୍ଣ ଏବଂ କଠୋର ଦଣ୍ଡ ଦେବାକୁ ଦାବି କରୁଛନ୍ତି । ସମସ୍ତ ଇରାନୀ ଅଧିକାରୀ ସେମାନଙ୍କ ସର୍ବୋଚ୍ଚ ନେତା ଏବଂ ଜନସାଧାରଣଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ସହ କୌଣସି ଆଲୋଚନା ହୋଇନାହିଁ ।

ଏଥିସହ ପଢ଼ନ୍ତୁ: ଭାରତର ବଡ଼ କୂଟନୈତିକ ସଫଳତା, ହର୍ମୁଜ ପ୍ରଣାଳୀ ପାର୍‌ କଲା ଦୁଇଟି LPG ଜାହାଜ

ଆର୍ଥିକ ଏବଂ ତୈଳ ବଜାରକୁ ପ୍ରଭାବିତ କରିବା ପାଇଁ ଏବଂ ନିଜର ବିଫଳତାକୁ ଲୁଚାଇବା ପାଇଁ ଏଭଳି 'ଫେକ୍ ନ୍ୟୁଜ୍'ର ସାହାଯ୍ୟ ନିଆଯାଉଛି । ଅନ୍ୟପଟେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକା ଇରାନର କେବଳ ଜଣେ ବ୍ୟକ୍ତି ନୁହେଁ ବରଂ ଅନେକ ନେତାଙ୍କ ସହ କଥାବାର୍ତ୍ତା କରୁଛି ।

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଜଣେ ବିଶେଷ ବରିଷ୍ଠ ନେତାଙ୍କ ସହ କଥା ହେଉଛନ୍ତି, ଯିଏକି ନୂତନ ସର୍ବୋଚ୍ଚ ନେତା ନୁହନ୍ତି । ଟ୍ରମ୍ପ ପୂର୍ବରୁ ହର୍ମୁଜ୍ ପ୍ରଣାଳୀରୁ ଅବରୋଧ ହଟାଇବା ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିଥିଲେ। ପରେ ସେ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ୫ ଦିନ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ, ଯାହାଦ୍ୱାରା ଆଲୋଚନା ଆଗକୁ ବଢ଼ିପାରିବ ।

ସେପଟେ ଇରାନ-ଆମେରିକା ଆଲୋଚନା ସଂପର୍କରେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲିଭିଟ୍ କହିଛନ୍ତି ଏଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ କୂଟନୈତିକ ଆଲୋଚନା । ଆମେରିକା ଗଣମାଧ୍ୟମ ଜରିଆରେ ଏନେଇ କୌଣସି ପ୍ରତିକ୍ରିୟା ରଖିବ ନାହିଁ ।

ଏହା ଏକ ପରିବର୍ତ୍ତନଶୀଳ ପରିସ୍ଥିତି, ଏବଂ ବୈଠକଗୁଡ଼ିକ ସମ୍ପର୍କରେ କରାଯାଉଥିବା କଳ୍ପନାଜଳ୍ପନାକୁ ସେପର୍ଯ୍ୟନ୍ତ ଚୂଡ଼ାନ୍ତ ବୋଲି ଧରାଯିବା ଉଚିତ ନୁହେଁ, ଯେପର୍ଯ୍ୟନ୍ତ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । ଏହି ପ୍ରସଙ୍ଗରେ ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀଙ୍କୁ ପଚରାଯାଇଥିଲା ।

ଏହାସହ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ଶାନ୍ତି ମିଶନ ପାଇଁ ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରପତି ଦୂତ ଷ୍ଟିଭ୍ ୱିଟକୋଫ୍ ଏବଂ ବ୍ୟବସାୟୀ ତଥା ଆମେରିକା ରାଷ୍ଟ୍ରପତିଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁଶନର୍ ଏହି ସପ୍ତାହରେ ଇସଲାମାବାଦରେ ଇରାନ ଅଧିକାରୀମାନଙ୍କୁ ଭେଟିବେ କି ପ୍ରଶ୍ନରେ ଏହି ଉତ୍ତର ଦେଇଥିଲେ ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ । ..

ଏଥିସହ ପଢ଼ନ୍ତୁ:  ଆମେରିକା ବି ମାନିଲାଣି ହାର୍‌: ଇରାନର ବଡ଼ ପ୍ଲାନ, ସମୁଦ୍ର ଭିତରେ ରଖିଛି...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
War Update | Iran Denies US Claim of Talks with Its Spokesperson | Argus News