Trump Nuclear Weapons / ଟ୍ରମ୍ପଙ୍କ ବଡ଼ ବୟାନ, ଆମେରିକା ପୃଥିବୀକୁ ୧୫୦ ଥର ଧ୍ୱଂସ କରିପାରେ
·10 months ago·2 min read

Key Points
ପରମାଣୁ ଅସ୍ତ୍ରକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ । ବିଶ୍ବକୁ୧୫୦ ଥର ନଷ୍ଟ କରି ପାରିବ ପରମାଣୁ ଶକ୍ତି ।
ପରମାଣୁ ଶକ୍ତିକୁ ନେଇ ପୁଣି ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପୁଣିଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କ ପାଖରେ ବିଶ୍ୱକୁ ଅନେକ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ପରମାଣୁ ଅସ୍ତ୍ର ଅଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କ ସାକ୍ଷାତକୁ ଜବରଦସ୍ତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ସେହିପରି ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି ଏକ ପରମାଣୁ ମୁକ୍ତ ବିଶ୍ୱ ଗଠନ କରିବା । ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି, "ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଚମତ୍କାର ଜିନିଷ ହେବ । ଆମେ ବିଶ୍ବକୁ ୧୫୦ ଥର ଉଡ଼ାଇ ଦେଇପାରିବୁ, କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ।"
ଆମେରିକା ପାଖରେ ସର୍ବାଧିକ ପରମାଣୁ ଅସ୍ତ୍ର ଅଛି
ଟ୍ରମ୍ପଙ୍କ ଅନୁସାରେ, ଆମେରିକା ପାଖରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ର ଅଛି । ଆମେରିକା ପରେ ଏହି ତାଲିକାରେ ଋଷ ଓ ଚୀନ୍ ରହିଛି । ସେ ଏହି ବିଷୟରେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଆଲୋଚନା କରିଥିବା ମଧ୍ୟ ସୂଚନା ଦେଇଛନ୍ତି । ଟ୍ରମ୍ପ୍ଙ୍କ ମତରେ, ବିଶ୍ୱର ପ୍ରମୁଖ ନେତାମାନେ ଅସ୍ତ୍ରଶସ୍ତ୍ର ତିଆରି ଏବଂ ରକ୍ଷଣାବେକ୍ଷଣରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ, ସେହି ଅର୍ଥକୁ ଦେଶ ଓ ଜନସାଧାରଣଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଟ୍ରମ୍ପ ।
ଆମେ ଏକ ନମ୍ବର ପରମାଣୁ ଶକ୍ତି: ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ଆମେ ଆମର ପରମାଣୁ ଅସ୍ତ୍ରକୁ ପୁଣି ଥରେ ପ୍ରସ୍ତୁତ କରିଛୁ । ଆମେ ଏକ ନମ୍ବର ପରମାଣୁ ଶକ୍ତି, ଯାହା ଶୁଣିବାକୁ ଭୟଙ୍କର ଲାଗୁଛି କାରଣ ଏହା ଏତେ ଭୟଙ୍କର । ପରମାଣୁ ଅସ୍ତ୍ରଶସ୍ତ୍ରରେ ଋଷ ଦ୍ୱିତୀୟ ଏବଂ ଚୀନ୍ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ସେମାନେ ଆଗାମୀ ଚାରି କିମ୍ବା ପାଞ୍ଚ ବର୍ଷ ମଧ୍ୟରେ ଆମ ସହିତ ମିଶିପାରିବେ। ମୁଁ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି।
ଗତ ସପ୍ତାହରେ, ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ଆମେରିକା ପରମାଣୁ ପରୀକ୍ଷଣ ପୁଣି ଆରମ୍ଭ କରିବ। ଟ୍ରମ୍ପ୍ ଘୋଷଣା କରିଥିଲେ ଯେ ସେ ପେଣ୍ଟାଗନକୁ ଅସ୍ତ୍ର ପରୀକ୍ଷଣ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଥିଲେ, " ଯଦି ଅନ୍ୟ ଦେଶ ପରମାଣୁ ପରୀକ୍ଷଣ କରନ୍ତି ତେବେ ଆମେ ମଧ୍ୟ ଏହା କରିବୁ'।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ୍ ପାକିସ୍ତାନର ନାମ ନେଇ ମଧ୍ୟ ଉଲ୍ଲେଖ କରିଥିଲେ
ଟ୍ରମ୍ପ କିଛି ଦିନ ପୂର୍ବେ କହିଥିଲେ, "ମୁଁ ଭାବୁଛି ସେମାନେ (ଋଷ ଏବଂ ଚୀନ୍) ସମସ୍ତେ ପରମାଣୁ ପରୀକ୍ଷଣ କରୁଛନ୍ତି। ଆମର ଅନ୍ୟ କୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି। ଆମେ ପରୀକ୍ଷଣ କରୁନାହୁଁ, ପ୍ରକୃତରେ, ଆମେ ଏହାକୁ ବହୁ ବର୍ଷ ପୂର୍ବରୁ ବନ୍ଦ କରିଦେଇଥିଲୁ । କିନ୍ତୁ ଯେହେତୁ ଅନ୍ୟମାନେ ପରୀକ୍ଷଣ କରୁଛନ୍ତି, ମୁଁ ଭାବୁଛି ଆମକୁ ମଧ୍ୟ ଏହା କରିବା ଉଚିତ୍।" ଟ୍ରମ୍ପ୍ ଉତ୍ତର କୋରିଆ ଏବଂ ପାକିସ୍ତାନର ନାଁ ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ ସେମାନେ ମଧ୍ୟ ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ କରୁଛନ୍ତି ।

Related Topics
Explore more stories