Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Warns War / ବୟାନ ବଦଳାଇଲେ ଟ୍ରମ୍ପ, କହିଲେ ହେବ ବଡ଼ ଯୁଦ୍ଧ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବୟାନ ବଦଳାଇଲେ ଟ୍ରମ୍ପ, କହିଲେ ହେବ ବଡ଼ ଯୁଦ୍ଧ...

Key Points

ପୁଣି ମତ ବଦଳାଇଲେ ଡୋନାଲ୍ଡ ଟ୍ରମ୍ପ
ହେବ ଭୟଙ୍କର ଯୁଦ୍ଧ!
ସେନାକୁ ଏମିତି ନିର୍ଦ୍ଦେଶ ଦେଲେ ଟ୍ରମ୍ପ, ବିଶ୍ୱରେ ଚହଳ
ହେବ ବଡ଼ ଯୁଦ୍ଧ। ଯୁଦ୍ଧକୁ ନେଇ ପ୍ରସ୍ତୁତ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଖବର ବର୍ତ୍ତମାନ ଦେଶରେ ଚିନ୍ତା ସୃଷ୍ଟି କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ଯଦି ନାଇଜେରିଆ ସରକାର ଖ୍ରୀଷ୍ଟିଆନମାନଙ୍କ ହତ୍ୟା ବନ୍ଦ କରିବାରେ ବିଫଳ ହୁଏ, ତେବେ ଆମେରିକା ତୁରନ୍ତ ନାଇଜେରିଆକୁ ସମସ୍ତ ସହାୟତା ବନ୍ଦ କରିବ। ଆମେ ସେହି କୁଖ୍ୟାତ ଦେଶକୁ ଯାଇ ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ।

ମୁଁ ପ୍ରତିରକ୍ଷା ବିଭାଗକୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି। ଯଦି କୌଣସି ଆକ୍ରମଣ ହୁଏ, ତେବେ ଏହା ଦ୍ରୁତ, ବିପଜ୍ଜନକ ଏବଂ ନିର୍ଣ୍ଣାୟକ ହେବ – ଯେପରି ଏହି ଆତଙ୍କବାଦୀମାନେ ଆମର ପ୍ରିୟ ଖ୍ରୀଷ୍ଟିଆନମାନଙ୍କୁ ଆକ୍ରମଣ କରନ୍ତି। ଗୋଟିଏ ପଟେ, ଆମେରିକା ଭେନେଜୁଏଲା ସହିତ ଲଢ଼ିବାକୁ ପ୍ରସ୍ତୁତ ଥିବା ବେଳେ ଅନ୍ୟପଟେ, ସେ ତାଙ୍କ ସୈନ୍ୟବାହିନୀକୁ ଏକ ଆଫ୍ରିକୀୟ ଦେଶ ବିରୁଦ୍ଧରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ନାଇଜେରିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଆମେରିକାର ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନାଇଜେରିଆ ସରକାର ଦେଶର ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଟ୍ରମ୍ପଙ୍କ ବୟାନ ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନାଇଜେରିଆକୁ ଧାର୍ମିକ ଅସହିଷ୍ଣୁ ଦେଶ ଭାବରେ ଚିହ୍ନିତ କରିବା ଭୁଲ। ଟିନୁବୁ କହିଛନ୍ତି ଯେ ଧାର୍ମିକ ସ୍ବାଧୀନତା ଏବଂ ସହିଷ୍ଣୁତା ଆମର ପରିଚୟର ଅଂଶ। ନାଇଜେରିଆ ସମସ୍ତ ଧର୍ମର ନାଗରିକଙ୍କ ସୁରକ୍ଷାକୁ ଗ୍ୟାରେଣ୍ଟି ଦିଏ। ନାଇଜେରିଆରେ ଖ୍ରୀଷ୍ଟିଆନିଟି ଏକ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଏହା ପଛରେ ମୌଳବାଦୀ ଇସଲାମିକ ଆତଙ୍କବାଦୀ ଅଛନ୍ତି ବୋଲି ଟ୍ରମ୍ପଙ୍କ ବୟାନର ଜବାବରେ ସେ ଏହି ବୟାନ ଦେଇଛନ୍ତି।

ଏଥିସହ ପଢ଼ନ୍ତୁ: ମତ ବଦଳାଇଲେ ଟ୍ରମ୍ପ, କହିଲେ ଆକ୍ରମଣ କରିବେ ନାହିଁ...

ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଭେନେଜୁଏଲା ଉପରେ ଆକ୍ରମଣ କରିବ ନାହିଁ ଆମେରିକା। ଶୁକ୍ରବାର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେରବିଆନରେ ଡ୍ରଗ୍ସ ନେଟୱାର୍କକୁ ଟାର୍ଗେଟ କରି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଶୁକ୍ରବାର ଏହି କଥା କହିଛନ୍ତି। ଏନେଇ ସାମ୍ବାଦିକମାନେ ପଚାରିଥିଲେ ଯେ ଏପରି କାର୍ଯ୍ୟାନୁଷ୍ଠାନ ହେବ କି ? ଟ୍ରମ୍ପ ସଂକ୍ଷିପ୍ତରେ ଉତ୍ତର ଦେଲେ "ନା।" ଏହାପୂର୍ବରୁ ଟ୍ରମ୍ପ କହିଥିଲେ କି, ସେ ଭେନେଜୁଏଲା ଉପରେ ଆକ୍ରମଣ କରିବେ। କିନ୍ତୁ ଏବେ ମନା କରୁଛନ୍ତି ଟ୍ରମ୍ପ। ତେବେ କେଉଁଟା ସତ କେଉଁଟା ମିଛ ତାହା ତ କେବଳ ଡୋନାଲ୍ଡ ଟ୍ରମ୍ପ ହିଁ ଜାଣିଥିବେ।କାହିଁକିନା ପ୍ରତ୍ୟେକ ସମୟରେ ନିଜର ମତ ବଦଳାଉଛନ୍ତି ଟ୍ରମ୍ପ। ପ୍ରଥମେ କହୁଛନ୍ତି ଯୁଦ୍ଧ କରିବେ ପୁଣି କହୁଛନ୍ତି ଯୁଦ୍ଧ କରିବେ ନାହିଁ। ତେବେ ଆଗକୁ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Warns War | Warns War | Trump Changes Statement, Warns of a Major War | Argus News | Argus News