Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚୀନରେ ପହଞ୍ଚିଲେ ଟ୍ରମ୍ପ, ସ୍ବାଗତ କରିବାକୁ ଆସିଲେନି ସି ଜିନପିଙ୍ଗ

International

Trump China Visit / ଚୀନରେ ପହଞ୍ଚିଲେ ଟ୍ରମ୍ପ, ସ୍ବାଗତ କରିବାକୁ ଆସିଲେନି ସି ଜିନପିଙ୍ଗ

Santosh Kumar Sahoo
Browse all articles by Santosh Kumar Sahoo
·4 hours ago·2 min read
ଚୀନରେ ପହଞ୍ଚିଲେ ଟ୍ରମ୍ପ, ସ୍ବାଗତ କରିବାକୁ ଆସିଲେନି ସି ଜିନପିଙ୍ଗ
Donald Trump

Key Points

ଟ୍ରମ୍ପ ଚୀନ ପହଞ୍ଚିଲେ
କିନ୍ତୁ ସି ଜିନପିଙ୍ଗ ଗାୟବ
ଏୟାରପୋର୍ଟରେ ଟ୍ରମ୍ପଙ୍କୁ ରିସିଭ୍ କଲେନି ସି ଜିନପିଙ୍ଗ !
ଆମେରିକା ରାଷ୍ଟ୍ରପତି ତାଙ୍କ ଦୁଇ ଦିନିଆ ଗସ୍ତ ପାଇଁ ଚୀନରେ ପହଞ୍ଚିଛନ୍ତି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ଖବର ହେଉଛି ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ପହଞ୍ଚି ନଥିଲେ । ଚୀନ୍ ଉପରାଷ୍ଟ୍ରପତି ହାନ ଝେଙ୍ଗ ବେଜିଂରେ ରାଷ୍ଟ୍ରପତିଙ୍କ ସମେତ ଆମେରିକୀୟ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରିଥିଲେ ।

ଚୀନର ଏକ ସମାଚାର ଏଜେନ୍ସି ଅନୁଯାୟୀ, ଟ୍ରମ୍ପଙ୍କୁ ଚୀନର ଉପରାଷ୍ଟ୍ରପତି ବେଜିଂରେ ସ୍ୱାଗତ କରିଥିଲେ । ଉପରାଷ୍ଟ୍ରପତି ଝେଙ୍ଗଙ୍କ ସହିତ ବିମାନବନ୍ଦରରେ ବେଜିଂରେ ଆମେରିକାର ରାଷ୍ଟ୍ରଦୂତ ଡେଭିଡ୍ ପେର୍ଡରେଉ, ଆମେରିକାରେ ଚୀନର ରାଷ୍ଟ୍ରଦୂତ ସି ଫେଙ୍ଗ ଏବଂ ଚୀନର କାର୍ଯ୍ୟକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ମା ଝାଓକ୍ସୁ ଉପସ୍ଥିତ ଥିଲେ ।

୨୦୦୯ ମସିହାରେ ସି ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଓବାମାଙ୍କୁ ସ୍ୱାଗତ କରିଥିଲେ

୨୦୧୭ ମସିହା ପରେ ଏହା ଟ୍ରମ୍ପଙ୍କ ଦ୍ୱିତୀୟ ଚୀନ୍ ଗସ୍ତ । ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ୟୁଏଇ, ଇସ୍ରାଏଲ, ସାଉଦି ଆରବ ଏବଂ କାତାର ଭଳି ଦେଶ ଗସ୍ତ କରିଛନ୍ତି, ଯେଉଁଠାରେ ତାଙ୍କୁ ସେମାନଙ୍କ ରାଷ୍ଟ୍ରମୁଖ୍ୟମାନେ ସ୍ୱାଗତ କରିଛନ୍ତି। ତଥାପି, ଏହା ପ୍ରଥମ ଥର ଯେ କୌଣସି ଦେଶର ରାଷ୍ଟ୍ରମୁଖ୍ୟ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିନାହାଁନ୍ତି ।


ପୂର୍ବରୁ, ୨୦୧୭ ମସିହାରେ ଟ୍ରମ୍ପ ଯେତେବେଳେ ଚୀନରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଷ୍ଟେଟ ଡିପାର୍ଟମେଣ୍ଟର ଜଣେ ଅଧିକାରୀ ସ୍ୱାଗତ କରିଥିଲେ । ଏଥର ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଉପରାଷ୍ଟ୍ରପତିଙ୍କୁ ପଠାଇଛନ୍ତି । ସି ଜିନପିଙ୍ଗ ଶେଷ ଥର ପାଇଁ ୨୦୦୯ ମସିହାରେ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରୁଥିବାର ଦେଖାଯାଇଥିଲେ, ଯେତେବେଳେ ସେ ଚୀନର ଉପରାଷ୍ଟ୍ରପତି ଥିଲେ । ସେ ଓବାମାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରକୁ ଯାଇଥିଲେ ।

ସେପଟେ ଚୀନ୍ ଗସ୍ତ ପୂର୍ବରୁ ଇରାନ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ସହ ଚାଲିଥିବା ବିବାଦର ସମାଧାନ ପାଇଁ ତାଙ୍କୁ କାହାର ସାହାଯ୍ୟ ଦରକାର ନାହିଁ । ଆମେ ଶାନ୍ତିପୂର୍ଣ୍ଣ ଭାବରେ ହେଉ କିମ୍ବା ଅନ୍ୟ କୌଣସି ଉପାୟରେ, ଏଥିରେ ବିଜୟୀ ହେବୁ ବୋଲି କହିଛନ୍ତି ଟ୍ରମ୍ପ ।

ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବିଶେଷ କରି ଟାରିଫ୍, ଟ୍ରେଡ୍, ସୁରକ୍ଷା ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଟ୍ରମ୍ପଙ୍କ ସହ ଏଲନ ମସ୍କ ଏବଂ ଟିମ୍ କୁକ୍‌ଙ୍କ ଭଳି ୧୭ଟି ପ୍ରମୁଖ କମ୍ପାନୀର ସିଇଓ ମଧ୍ୟ ଚୀନ୍‌ ଗସ୍ତରେ ଯାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Arrives in China, Xi Jinping Skips Airport Welcome | Argus News