Donald Trump / ନିଜ ପିଠି ନିଜେ ଥାପୁଡ଼େଇଲେ ଟ୍ରମ୍ପ, କହିଲେ ମୁଁ କରିଛି ସବୁ...
·9 months ago·2 min read

Key Points
ନିଜକୁ ନିଜେ ସାବାସୀ ଦେଲେ ଟ୍ରମ୍ପ୍
କହିଲେ 'ମୁଁ ୮ଟି ଯୁଦ୍ଧ ବନ୍ଦ କରିଦେଇଛି'
କହିଲେ 'ମୁଁ ୮ଟି ଯୁଦ୍ଧ ବନ୍ଦ କରିଦେଇଛି'
ନିଜକୁ ନିଜେ ସାବାସୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ କହିଲେ ମୁଁ ସବୁ କରିଛି, ମୋ ପାଇଁ ସବୁ କିଛି ସମ୍ଭବ ହୋଇପାରିଛି। କିନ୍ତୁ ଏମିତି କଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ, ଯେଉଁଥିପାଇଁ ନିଜକୁ ନିଜେ ଏତା ବାହା ବାହା ନେଉଛନ୍ତି। ଆଉ ନିଜ ପିଠି ନିଜେ ଥାପୁଡେଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ସବୁ କଥାରେ କ୍ରେଡିଟ୍ ନେବାକୁ ପ୍ରସ୍ତୁତ ହେଉଥିବା ଟ୍ରମ୍ପ୍ ଆଉ ଥରେ ନିଜର ପ୍ରଶଂସା କରିଛନ୍ତି । ଗତ ୧୦ ମାସରେ ସେ ୮ଟି ଯୁଦ୍ଧ ରୋକିବା କଥା ଦୋହରାଇଛନ୍ତି । ଏହି ସଫଳତା ପଛର କାରଣ ଟାରିଫ୍ ବୃଦ୍ଧି ବୋଲି ସେ କହିଛନ୍ତି ।
ଏହାଛଡା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶ୍ନ କରିଛନ୍ତି । ଉଭୟ ନେତାଙ୍କ ପାଇଁ ଦେଶରେ ଦରଦାମ୍ ବୃଦ୍ଧି ପାଇଛି । ଏବେ କିନ୍ତୁ ଦେଶର ଅର୍ଥବ୍ୟବସ୍ଥା ସତରେ ଆଗକୁ ବଢୁଛି । ସେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେଲା ପରେ ଅନେକ ତ୍ରୁଟି ଧରିଥିଲେ । ଯାହାକୁ ସେ ଏବେ ସୁଧାରୁଥିବା କହିଛନ୍ତି ।ଗୋଟିଏ ଦିଗରେ ଆମେରିକାର ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଚିଛି । ସେଠାରେ ସବୁ କିଛି ଚଢା ଦାମରେ ବିକ୍ରି ହେଉଛି । ଯାହାକୁ ନଜର ଅନ୍ଦାଜ କରିଛନ୍ତି ଟ୍ରମ୍ପ୍ । ଏହାସହ କହିଛନ୍ତି ଯେ, ସେ କାନାଡା, ମେକ୍ସିକୋ, ବ୍ରାଜିଲ ଏବଂ ଭାରତ ଉପରେ ଟାରିଫ୍ ଲଗାଇଛନ୍ତି । ଯାହା ଆମେରିକାର ଅର୍ଥନୀତିକୁ ସୁଦୃଢ କରିଛି । ବର୍ଦ୍ଧିତ ଟାରିଫ୍ ୟୁଏସକୁ ଅଧିକ ଅର୍ଥ ପ୍ରଦାନ କରିଛି । ଆଗାମୀ ଦିନରେ ଆମେରିକୀୟଙ୍କ ଟିକସ୍ ହ୍ରାସ ହୋଇପାରେ ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଅସନ୍ତୋଷ, ବିପଦରେ ଇମ୍ରାନ ଖାନଙ୍କ ପରିବାର...
କେବଳ ସେତିକି ନୁହେଁ, ଟାରିଫକୁ ନେଇ ନୂଆ ଢ଼ାଞ୍ଚାରେ ଧମକ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ୍ କହିଛନ୍ତି ଯେ, ଟାରିଫ୍ ହେଉଛି ଇଂରାଜୀରେ ତାଙ୍କର ସବୁଠୁ ଫେଭରେଟ୍ ଶବ୍ଦ । ସେ ଆମେରିକାର ଶକ୍ତିକୁ ବୃଦ୍ଧି କରିଛନ୍ତି । ୧୦ ମାସ ଭିତରେ ୮ଟି ଯୁଦ୍ଧକୁ ବନ୍ଦ କରିଦେଇଛି । ଇରାନ ପୂର୍ବରୁ ପରମାଣୁ ଆକ୍ରମଣ ଧମକ ଦେଉଥିଲା । ଯାହାର ସେ ଅନ୍ତ କରିଛନ୍ତି । ଗାଜାରେ ଯୁଦ୍ଧ ଶେଷ କରି ୩ ହଜାର ବର୍ଷ ପରେ ଶାନ୍ତି ଆଣିଛନ୍ତି । ଏହାସହ ଅନେକ ବନ୍ଦୀଙ୍କୁ ଜୀବିତ ଅବସ୍ଥାରେ ଫେରାଇ ଆଣିଛନ୍ତି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । ୩୯ ଦେଶ ଉପରେ କଡ଼ା ନିର୍ଦ୍ଦେଶ। ଆଉ ଆମେରିକାକୁ ଆସିପାରିବେନି କିଛି ଦେଶର ନାଗରିକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହିତ, ଅନ୍ୟ ୧୫ ଟି ଦେଶର ନାଗରିକଙ୍କ ପାଇଁ ଆଂଶିକ ପ୍ରବେଶ ପ୍ରତିବନ୍ଧକ ଲାଗୁ କରାଯାଇଛି। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଆମେରିକା ଦ୍ୱାରା ଯାତ୍ରା ପ୍ରତିବନ୍ଧକ କିମ୍ବା ପ୍ରବେଶ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଦେଶର ସଂଖ୍ୟା ୩୯ କୁ ପହଞ୍ଚିଛି। ହ୍ୱାଇଟ୍ ହାଉସର ଏକ ତଥ୍ୟ ଅନୁଯାୟୀ, ଏହି ଯାତ୍ରା ପ୍ରତିବନ୍ଧକ ଏବଂ ପ୍ରବେଶ ପ୍ରତିବନ୍ଧକ ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories