Trump Hails Modi / ଏଥର ଯୁଦ୍ଧ ହେବ ବନ୍ଦ: ପଶ୍ଚିମବଙ୍ଗ ବିଜୟ ପରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ
·2 hours ago·2 min read

Key Points
ମୋଦୀଙ୍କୁ ଟ୍ରମ୍ପଙ୍କ ଶୁଭେଚ୍ଛା
ପଶ୍ଚିମବଙ୍ଗ ବିଜୟ ପରେ ଟ୍ରମ୍ପଙ୍କ ଆସିଲା କଲ
ପଶ୍ଚିମବଙ୍ଗ ବିଜୟ ପରେ ଟ୍ରମ୍ପଙ୍କ ଆସିଲା କଲ
ଶେଷରେ ସବୁ ଭୁଲି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପ୍ରଚଣ୍ଡ ଓ ଐତିହାସିକ ବିଜୟ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୂଅ ସୁଟୁଛି। ବଙ୍ଗଳାର ଏହି ଫଳାଫଳ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏକ ବଡ଼ ରାଜନୈତିକ ପରିବର୍ତ୍ତନ। ଦଶନ୍ଧିରୁ ଅଧିକ ସମୟ ଧରି ଶାସନ କରିଥିବା ଟିଏମସିକୁ ହରାଇ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛି। ଆଉ ମମତାଙ୍କୁ ଶେଷରେ ମାଟି କାମୁଡ଼ିବାକୁ ପଡ଼ିଛି।
ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ଵାଇଟ ଉସ୍ ପକ୍ଷରୁ ଏହି ବିଜୟକୁ 'ଐତିହାସିକ ଏବଂ ନିର୍ଣ୍ଣାୟକ' ବୋଲି ବର୍ଣ୍ଣନା କରାଯାଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ଉଭୟ ଆସନରେ ବିଜୟୀ ହୋଇଛନ୍ତି। ଭବାନୀପୁର ଆସନରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟରେ ପରାଜିତ କରିଛନ୍ତି। ଏହି ନିର୍ବାଚନରେ ସ୍ୱାଧୀନତା ପରଠାରୁ ସବୁଠାରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୨.୮% ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୧.୪୭% ଭୋଟ୍ ପଡ଼ିଥିଲା।
ଏଥିସହ ପଢ଼ନ୍ତୁ: ୬୦ ଦିନରୁ କାହିଁକି ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ଆମେରିକା? କ'ଣ ରହିଛି ଦେଶର ନିୟମ?
ହ୍ଵାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇଙ୍କ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ଫୋନ୍ ଯୋଗେ କଥା ହେବା ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, "ଭାରତ ସୌଭାଗ୍ୟଶାଳୀ ଯେ ମୋଦୀଙ୍କ ଭଳି ନେତା ପାଇଛି।"ଏହି ବିଜୟ ସହିତ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟିଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୨୦୭ଟି ଆସନ ଜିତି ଇତିହାସ ରଚିଥିବା ବେଳେ ଟିଏମସି ମାତ୍ର ୮୦ଟି ଆସନରେ ସୀମିତ ରହିଯାଇଛି।
ସେପଟେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତି ମଧ୍ୟରେ ୨ ମାସ ପୂରଣ ହୋଇସାରିଛି। ଦେଶରେ ପ୍ରଚଳିତ ରହିଥିବା ଏକ ବହୁ ପୁରୁଣା ନିୟମ ଅନୁସାରେ ଆମେରିକା ସେନାର ୬୦ ଦିନରୁ ଅଧିକ ସମୟ ଧରି ଯୁଦ୍ଧ ଲଢ଼ିବା ଉପରେ ଆଇନଗତ ପ୍ରତିବନ୍ଧକ ରହିଛି। ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଥିବା, ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସଂସଦ କଂଗ୍ରେସ ମଧ୍ୟରେ ଏହି ଆଇନକୁ ମତଭେଦ ଦେଖାଦେଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories