Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୬୦ ଦିନରୁ କାହିଁକି ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ଆମେରିକା? କ'ଣ ରହିଛି ଦେଶର ନିୟମ?

International

US 60 Days War Law / ୬୦ ଦିନରୁ କାହିଁକି ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ଆମେରିକା? କ'ଣ ରହିଛି ଦେଶର ନିୟମ?

Subhramjit Ray
Browse all articles by Subhramjit Ray
·1 day ago·2 min read
୬୦ ଦିନରୁ କାହିଁକି ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ଆମେରିକା? କ'ଣ ରହିଛି ଦେଶର ନିୟମ?
US 60 Days War Law

Key Points

ଆମେରିକାରେ ୬୦ ଦିନିଆ ଯୁଦ୍ଧ ଆଇନ ଉପରେ ବର୍ତ୍ତମାନ ବିତର୍କ ଚାଲିଛି। ହେଲେ ୧୯୭୩ ମସିହାର ପ୍ରଣୟନ ହୋଇଥିବା ଏହି ଆଇନ କ'ଣ? କାହିଁକି ସେତେବେଳେ ଦେଶରେ ଏପରି ଆଇନ ଲାଗୁ ହୋଇଥିଲା?

America War Law: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତି ମଧ୍ୟରେ ୨ ମାସ ପୂରଣ ହୋଇସାରିଛି। ଦେଶରେ ପ୍ରଚଳିତ ରହିଥିବା ଏକ ବହୁ ପୁରୁଣା ନିୟମ ଅନୁସାରେ ଆମେରିକା ସେନାର ୬୦ ଦିନରୁ ଅଧିକ ସମୟ ଧରି ଯୁଦ୍ଧ ଲଢ଼ିବା ଉପରେ ଆଇନଗତ ପ୍ରତିବନ୍ଧକ ରହିଛି। ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଥିବା, ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସଂସଦ କଂଗ୍ରେସ ମଧ୍ୟରେ ଏହି ଆଇନକୁ ମତଭେଦ ଦେଖାଦେଇଛି। ଇରାନ ବିରୋଧରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆନୁଷ୍ଠାନିକ ବିଜ୍ଞପ୍ତି ଗତ ମାର୍ଚ୍ଚ ୨ ତାରିଖରେ ପ୍ରକାଶ ପାଇଥିଲା। ଯାହାର ଅର୍ଥ ହେଉଛି ଯେ ଏହି ୬୦ ଦିନର ସମୟସୀମା ଗତକାଲି ଠାରୁ (ମେ ୧ ) ଶେଷ ହୋଇସାରିଛି। ହେଲେ ତଥାପି ଟ୍ରମ୍ପ ପ୍ରଶାସନ ଦାବି କରିଛ ଯେ ଯୁଦ୍ଧବିରତି ଯୋଗୁଁ ଏହି ସମୟସୀମା ସ୍ଥଗିତ ରହିଥିଲା।

ଯୁଦ୍ଧ ଲଢିବା ପାଇଁ ଆମେରିକାର ୬୦ ଦିନିଆ ନିୟମ କ'ଣ?
ପ୍ରାୟ ୫୩ ବର୍ଷେ ପୂର୍ବେ ଯୁଦ୍ଧ ଲଢିବାକୁ ନେଇ ଆମେରିକୀୟ ସଂସଦ କଂଗ୍ରେସରେ ଏକ ନିୟମ ପାରିତ ହୋଇଥିଲା। ଯାହା ଅଧିନରେ ରାଷ୍ଟ୍ରପତିଙ୍କ ଅନିୟନ୍ତ୍ରିତ ସାମରିକ ଶକ୍ତିକୁ ସୀମିତ କରିବାର ବ୍ୟବସ୍ଥା ହୋଇଥିଲା। ଏହି ଆଇନ ରାଷ୍ଟ୍ରପତିଙ୍କୁ ପୂର୍ବ ଅନୁମୋଦନ ବିନା ଆମେରିକୀୟ ସଶସ୍ତ୍ର ବାହିନୀକୁ କେବଳ ୬୦ ଦିନ ପାଇଁ ଯୁଦ୍ଧ ଲଢିବାକୁ ପଠାଇବାକୁ ଅନୁମତି ଦେଇଥାଏ। ଏହା ଜରୁରୀକାଳୀନ ପରିସ୍ଥିତିରେ ରାଷ୍ଟ୍ରପତିଙ୍କୁ ସହାୟକ ହୋଇଥାଏ। ହେଲେ ଏହା ଗଣତାନ୍ତ୍ରିକ ଉପାୟରେ ହେଉଥିବା ଯାଞ୍ଚ ବିନା ଦୀର୍ଘ କାଳୀନ ଯୁଦ୍ଧ ଉପରେ ରୋକ ଲଗାଇ ପାରିବ।

ଏହା ସହ ପଢନ୍ତୁ: ଇରାନ ଯୁଦ୍ଧରେ କେତେ ଟଙ୍କା ଉଡ଼ାଇଛି ଆମେରିକା? ସାମ୍ନାକୁ ଆସିଲା ଚିଠା

କାହିଁକି ଏହି ନିୟମରେ ସାମିଲ ହୋଇଥିଲା କଂଗ୍ରେସ?
ଏହି ୬୦ ଦିନିଆ ବ୍ୟବସ୍ଥା ସୁନିଶ୍ଚିତ କରେ ଯେ ଯୁଦ୍ଧ ସମ୍ବନ୍ଧୀୟ ନିଷ୍ପତ୍ତି ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିଆଯାଇ ପାରିବ ନାହିଁ। ଯଦି କୌଣସି ଏକ ଯୁଦ୍ଧ ୬୦ ଦିନରୁ ଅଧିକ ସମୟ ପାଇଁ ଜାରି ରଖିବାକୁ ହୋଇଥାଏ, ତାହେଲେ ଏ କ୍ଷେତ୍ରରେ ଆମେରିକୀୟ ସଂସଦ କଂଗ୍ରେସ ହସ୍ତକ୍ଷେପ କରିଥାଏ। କଂଗ୍ରେସ ସାମରିକ ଶକ୍ତି ବ୍ୟବହାରକୁ ଅନୁମୋଦନ କରି କିମ୍ବା ଆନୁଷ୍ଠାନିକ ଭାବରେ ଯୁଦ୍ଧ ଘୋଷଣା କରି ଏଥିରେ ହସ୍ତକ୍ଷେପ କରିପାରିବ।

୬୦ ଦିନକୁ ଛାଡ଼ି ରହିଛି ୪୮ ଘଣ୍ଟିଆ ନିୟମ
ରାଷ୍ଟ୍ରପତିଙ୍କୁ ଯେକୌଣସି ସାମରିକ ଅଭିଯାନ ଆରମ୍ଭ କରିବାର ୪୮ ଘଣ୍ଟା ମଧ୍ୟରେ କଂଗ୍ରେସକୁ ବାଧ୍ୟତାମୂଳକ ଭାବରେ ଅବଗତ କରିବାକୁ ହୋଇଥାଏ। ଏହା ଆଇନ ପ୍ରଣୟନକାରୀଙ୍କୁ ଯୁଦ୍ଧ ସମ୍ପର୍କରେ ସୂଚନା ଦେଇଥାଏ ଏବଂ ଆରମ୍ଭରୁ ସରକାରଙ୍କ ଉତ୍ତରଦାୟିତ୍ୱକୁ ମଜବୁତ କରିଥାଏ। ଯଦି ଆବଶ୍ୟକ ହୁଏ ତାହେଲେ ୬୦ ଦିନ ପରେ ରାଷ୍ଟ୍ରପତି ଚାହିଁଲେ ଆହୁରି ୩୦ ଦିନ ପାଇଁ ସାମରିକ ଉପସ୍ଥିତି କିମ୍ବା ଅଭିଯାନକୁ ଆଗକୁ ବଢାଇ ପାରିବେ। ହେଲେ ଏହା କେବଳ ଆମେରିକୀୟ ସୈନ୍ୟଙ୍କ ସୁରକ୍ଷିତ ପ୍ରତ୍ୟାହାରକୁ ନିଶ୍ଚିତ କରିବା ପାଇଁ ଲାଗୁ ହୋଇଥାଏ।

ଏହା ସହ ପଢନ୍ତୁ: ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ କରିଲାଣି ଆମେରିକା; ଏବେ କିପରି କରିବ କ୍ଷତିର ଭରଣା

କାହିଁକି ଆମେରିକୀୟ କଂଗ୍ରେସ କାର୍ଯ୍ୟକାରୀ କରିଥିଲା ଏହି ନିୟମ?
୧୯୫୫ ମସିହାରୁ ୧୯୭୫ ପର୍ଯ୍ୟନ୍ତ ଚାଲିଥିବା ଭିଏତନାମ ଯୁଦ୍ଧ ପରେ ଆମେରିକୀୟ କଂଗ୍ରେସ ଏହି ଆଇନ ପ୍ରଣୟନ କରିଥିଲା। ଯେତେବେଳେ ଆମେରିକର ରାଷ୍ଟ୍ରପତିଙ୍କ ବିରୋଧରେ ଉପଯୁକ୍ତ ଯାଞ୍ଚ ବିନା ଦେଶକୁ ଦୀର୍ଘକାଳୀନ ଯୁଦ୍ଧରେ ଟାଣି ନେଉଥିବାର ଅଭିଯୋଗ ଆସୁଥିଲା। ଏହି ଆଇନକୁ ରାଷ୍ଟ୍ରପତି ଏବଂ କଂଗ୍ରେସ ମଧ୍ୟରେ ସାମରିକ ପ୍ରସଙ୍ଗକୁ ନେଇ ଭାରସାମ୍ୟ ରକ୍ଷା କରିବା ପାଇଁ ଲାଗୁ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US War Powers Act: Why the President Must End Hostilities in 60 Days | Argus News