Videos
|
International

Trump Not Good Person / ଡୋନାଲ୍ଟ ଟ୍ରମ୍ପ ବିଷୟରେ ଏମିତି କହିଲେ ନେତୁଣୀ, ସେ ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି !

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଡୋନାଲ୍ଟ ଟ୍ରମ୍ପ ବିଷୟରେ ଏମିତି କହିଲେ ନେତୁଣୀ, ସେ ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି !
Trump Not Good Person

Key Points

ମୋ ଜେଜେବାପା ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି
ଏମିତି କାହିଁକି କହିଲେ ଟ୍ରମ୍ପଙ୍କ ନାତୁଣୀ
ଜାଣନ୍ତୁ ପୁରା ଘଟଣା
ନିଜ ଜେଜେବାପାଙ୍କ ବିଷୟରେ କହିଲେ ନାତୁଣୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ବଖାଣିଲେ ସତ। କହିଲେ, ମୋ ଜେଜେବାପା 'ଭଲ ବ୍ୟକ୍ତି' ନୁହଁନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାତୁଣୀ କାଇ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଜଣେ ପ୍ରମୁଖ ଏବଂ ପ୍ରଭାବଶାଳୀ ରାଜନୈତିକ ନେତାଙ୍କ ପରିବାରର ଅଂଶ ହେବା ଫଳରେ ସେ ବାସ୍ତବ ଜୀବନରେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ସରନେମ୍‌ ଯୋଗୁ ଲୋକମାନେ ତାଙ୍କ ସହିତ କଥା ହେବା ପୂର୍ବରୁ ପ୍ରାୟତଃ ତାଙ୍କ ବିଷୟରେ ଏକ ନକାରାତ୍ମକ ପୂର୍ବ ଧାରଣା ସୃଷ୍ଟି କରନ୍ତି।

କାଇ ଟ୍ରମ୍ପ ପୂର୍ବରୁ ରିପବ୍ଲିକାନ ନ୍ୟାଶନାଲ କନଭେନସନ (RNC) ସମୟରେ ତାଙ୍କ ଭାଷଣ ପାଇଁ ଚର୍ଚ୍ଚରେ ସ୍ଥାନ ପାଇଥିଲେ। ଏଠାରେ ସେ ବିଶ୍ୱକୁ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷକୁ ‘ପ୍ରେମମୟ ପିତାମହ’ ଭାବରେ ଉପସ୍ଥାପନ କରିଥିଲେ। କାଇ ଟ୍ରମ୍ପ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଝିଅ। ସେ ଇଣ୍ଟରନେଟରେ ବହୁତ ଲୋକପ୍ରିୟ, ଇନଷ୍ଟାଗ୍ରାମରେ ତାଙ୍କର ୨.୬ ନିୟୁତ ଫଲୋଅର୍ସ ଅଛନ୍ତି। କାଇ ମଧ୍ୟ ଜଣେ ସଫଳ ଗଲ୍ଫର। ଅପରିଚିତ ଲୋକମାନେ ପ୍ରାୟତଃ ତାଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କ ଜେଜେବାପା (ଡୋନାଲ୍ଡ ଟ୍ରମ୍ପ)ଙ୍କ ବିଷୟରେ ଅପମାନଜନକ କଥା କୁହନ୍ତି।

ମୋତେ ସିଧାସଳଖ କୁହନ୍ତି ଯେ ମୋ ଜେଜେବାପା (ଟ୍ରମ୍ପ) ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି।”କାଇ ଟ୍ରମ୍ପ କହିଛନ୍ତି, ଲୋକମାନେ ମୋତେ ଜାଣିବା ପୂର୍ବରୁ ମୋ ସରନେମ୍‌ ଆଧାରରେ ମୋ ବିଷୟରେ ମତାମତ ତିଆରି କରନ୍ତି। ଜଣେ ରାଜନେତା କିମ୍ବା ଜଣେ ସେଲିବ୍ରିଟି ବହୁତ ପ୍ରସିଦ୍ଧ ହୋଇଗଲେ, ଲୋକମାନେ ସେମାନଙ୍କର ପରିବାର ଏବଂ ପିଲାମାନଙ୍କୁ ସମାନ ଦୃଷ୍ଟିକୋଣରୁ ଦେଖିବାକୁ ଆରମ୍ଭ କରନ୍ତି। ଅନେକ ସମୟରେ, ଲୋକମାନେ ମୋତେ ସିଧାସଳଖ କୁହନ୍ତି ଯେ ମୋ ଜେଜେବାପା (ଟ୍ରମ୍ପ) ଜଣେ ‘ଭଲ ବ୍ୟକ୍ତି’ ନୁହଁନ୍ତି।”କିନ୍ତୁ ଏହା ଠିକ ନୁହେଁ, ମୋ ଜେଜେବାପା ବହୁତ ଭଲ। ରାଜନୈତିକ ଦୃଷ୍ଟିକୋଣରୁ ଦେଖି ଲୋକମାନଙ୍କ ଚିନ୍ତାଧାରା ଏଭଳି କିଛି ରହିଛି। ଯେଉଁଥି ପାଇଁ ଅନେକ ଥର ମୋତେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।

ଏଥିସହ ପଢ଼ନ୍ତୁ: ମୋଟା ଟାରିଫ୍ ଆଦାୟ କରିଥିଲେ ଟ୍ରମ୍ପ; ଫେରାଇବା ପ୍ରକ୍ରିୟା ଆରମ୍ଭ କଲା ଆମେରିକା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଶୁଣିବାକୁ ମିଳୁଛି ଯେ, ଟ୍ରମ୍ପ ଆଦାୟ କରିଥିଲେ ମୋଟା ଟାରିଫ୍ । ଏବେ ଫେରାଇବ ଆମେରିକା । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌କୁ ଆମେରିକା ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବାର ୨ ମାସରୁ ଅଧିକ ସମୟ ପରେ ଆରମ୍ଭ ହୋଇଛି ଆଦାୟ ଟାରିଫ୍ ଫେରସ୍ତ ପ୍ରକ୍ରିୟା । ମଙ୍ଗଳବାର ଆମେରିକାର ଅନ୍ତର୍ଜାତୀୟ ବ୍ଯାପାର ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଟାରିଫ୍ ଅର୍ଥ ଫେରସ୍ତ ମେ ୧୧ ତାରିଖରୁ ଆରମ୍ଭ ହେବା ଆଶା କରାଯାଉଛି । ଏହି ଟାରିଫ୍ ଅର୍ଥ ଆମଦାନକାରୀଙ୍କୁ ଫେରସ୍ତ କରାଯିବ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Related Topics

Explore more stories