Tariff Refund / ମୋଟା ଟାରିଫ୍ ଆଦାୟ କରିଥିଲେ ଟ୍ରମ୍ପ; ଫେରାଇବା ପ୍ରକ୍ରିୟା ଆରମ୍ଭ କଲା ଆମେରିକା
·4 months ago·2 min read

Key Points
ଅବୈଧ ଭାବେ ଟ୍ରମ୍ପ ଆଦାୟ କରିଥିଲେ ଟାରିଫ୍ । ଏବେ ଫେରାଇବା ପ୍ରକ୍ରିୟା ଆରମ୍ଭ କଲା ଆମେରିକା ।
ନୂଆଦିଲ୍ଲୀ: ଟ୍ରମ୍ପ ଆଦାୟ କରିଥିଲେ ମୋଟା ଟାରିଫ୍ । ଏବେ ଫେରାଇବ ଆମେରିକା । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍କୁ ଆମେରିକା ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବାର ୨ ମାସରୁ ଅଧିକ ସମୟ ପରେ ଆରମ୍ଭ ହୋଇଛି ଆଦାୟ ଟାରିଫ୍ ଫେରସ୍ତ ପ୍ରକ୍ରିୟା ।
ମଙ୍ଗଳବାର ଆମେରିକାର ଅନ୍ତର୍ଜାତୀୟ ବ୍ଯାପାର ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଟାରିଫ୍ ଅର୍ଥ ଫେରସ୍ତ ମେ ୧୧ ତାରିଖରୁ ଆରମ୍ଭ ହେବା ଆଶା କରାଯାଉଛି । ଏହି ଟାରିଫ୍ ଅର୍ଥ ଆମଦାନକାରୀଙ୍କୁ ଫେରସ୍ତ କରାଯିବ ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ଏହି ପ୍ରକ୍ରିୟା ଉପରେ ନଜର ରଖିଥିବା ଜଜ୍ ରିଚର୍ଡ ଈଟନ କହିଛନ୍ତି, "ଟାରିଫ୍ ଭିତରେ ଆସୁଥିବା ସମସ୍ତ ୨୧ ପ୍ରତିଶତ ଆମଦାନୀ ସାମଗ୍ରୀକୁ CAPE ନାମକ ନୂଆ ସିଷ୍ଟମ ମାଧ୍ୟମରେ ଟାରିଫ୍ ହଟାଇବା ଲାଗି ଅନୁମୋଦନ କରାଯାଇଛି । ଯେଉଁଥିରୁ ପ୍ରାୟ ୩ ପ୍ରତିଶତର ସେଟଲମେଣ୍ଟ ହୋଇଛି ଏବଂ ଅନ୍ୟଗୁଡ଼ିକ ଫେରସ୍ତ ପ୍ରକ୍ରିୟାରେ ରହିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୬୬ ଅରବ ଡଲାର୍ର ରିଫଣ୍ଡ
ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ପ୍ରାୟ ୧୭ ଲକ୍ଷ ସାମଗ୍ରୀର ସେଟଲମେଣ୍ଟ ହୋଇ ସାରିଛି । କୋର୍ଟରେ ଦାଖଲ ତଥ୍ୟ ଅନୁସାରେ, ଏହା ମାଧ୍ୟମରେ ପ୍ରାୟ ୫୩ ମିଲିୟନ୍ ଆମଦାନୀ ଲାଗି ୩ ଲକ୍ଷ ୩୦ ହଜାରରୁ ଅଧିକ ଆମଦନୀକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି । ଯାହା ପ୍ରାୟ ୧୬୬ ବିଲିୟନ୍ ଡଲାର ଶୁଳ୍କ ସହ ସାମିଲ୍ ।
କେତେ ପାଇବ ଭାରତ ?
ଏହି କ୍ରମରେ ଭାରତ କଥା କହିଲେ, ଅନୁମାନ କରାଯାଉଛି ଭାରତୀୟ ରପ୍ତାନୀକାରୀ ପ୍ରାୟ ୧୦ରୁ ୧୨ ଅରବ ଡଲାର ପର୍ଯ୍ୟନ୍ତ ଫେରସ୍ତ ପାଇବେ । ତେବେ ଏହି ଅର୍ଥ ଫେରସ୍ତ ସିଧା ସଳଖ ଭାରତୀୟ ରପ୍ତାନୀକାରୀଙ୍କୁ ମିଳିବ ନାହିଁ । ନିୟମ ଅନୁସାରେ, ରିଫଣ୍ଡ କ୍ଲେମ୍ କେବଳ ଆମେରିକୀୟ ଆମଦାନୀକାରୀ କରିପାରିବେ ।
ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍କା, ଟାରିଫ୍କୁ ବେଆଇନ୍ କହିଲେ ଆମେରିକା ସୁପ୍ରିମକୋର୍ଟ
ତେଣୁ ଭାରତୀୟ ରପ୍ତାନୀକାରୀଙ୍କୁ ଏହି ରିଫଣ୍ଡ ଲାଗି ସେମାନଙ୍କ ଆମେରିକୀୟ ଆମଦାନୀକାରୀଙ୍କ ସହ ଆଲୋଚନା କରିବାକୁ ପଡ଼ିବ । ଉଭୟ ପକ୍ଷ ମଧ୍ୟରେ ସହମତି ପରେ ଭାରତୀୟ ରପ୍ତାନୀକାରୀଙ୍କ ଖାତାକୁ ଅର୍ଥ ଫେରସ୍ତ ହୋଇ ପାରିବ ।

ଟାରିଫ୍କୁ ଅବୈଧ କହିଥିଲେ କୋର୍ଟ
ଆମେରିକା ରାଷ୍ଟ୍ରପତି ଦୁନିଆର ବିଭିନ୍ନ ଦେଶ ଉପରେ ମନ ଇଚ୍ଛା ଟାରିଫ୍ କଷିଥିଲେ । ଯାହାକୁ ୨୦୨୬ ଫେବ୍ରୁଆରୀ ୨୦ ତାରିଖରେ ଆମେରିକାର ସୁପ୍ରିମକୋର୍ଟ ୬-୩ ବହୁମତରେ ରଦ୍ଦ କରିଥିଲେ । କୋର୍ଟଙ୍କ ଅନୁସାରେ, ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଆର୍ଥିକ କ୍ଷମତା ଅଧିନିୟମ (୧୯୭୭ ଆଇନ୍) ଅନୁସାରେ, ତାଙ୍କ ଅଧିକାରର ଦୁରୂପଯୋଗ କରିଛନ୍ତି ।

Related Topics
Explore more stories