Videos
|
International

Donald Trump / ଇରାନକୁ ହରାଇବା ପରେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଂଶ ଘୋଷଣା କରିବି: ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଇରାନକୁ ହରାଇବା ପରେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଂଶ ଘୋଷଣା କରିବି: ଟ୍ରମ୍ପ
Trump’s Big Claim Triggers Iran Response

Key Points

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନକୁ ହରାଇବା ପରେ ଆମେରିକା ହର୍ମୁଜ୍ ପ୍ରଣାଳୀକୁ ନିଜ ଅଞ୍ଚଳ ଭାବେ ଘୋଷଣା କରିବ ।
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଆହୁରି ବଢ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନକୁ ହରାଇବା ପରେ ଆମେରିକା ହର୍ମୁଜ୍ ପ୍ରଣାଳୀକୁ ନିଜ ଅଞ୍ଚଳ ଭାବେ ଘୋଷଣା କରିବ ।

ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, "ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ପାଇଁ ଆମେରିକା ଲଢ଼େଇ କରୁଛି । ଏଥିପାଇଁ ଆମେରିକୀୟମାନଙ୍କୁ ଯଦି ପେଟ୍ରୋଲ ପାଇଁ କିଛି ଅଧିକ ଟଙ୍କା ଦେବାକୁ ପଡ଼େ, ତାହାକୁ ସହିବାକୁ ପଡ଼ିବ ।"

ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି। ଇରାନ କହିଛି ଯେ, "ହର୍ମୁଜ୍ ପ୍ରଣାଳୀ ସବୁବେଳେ ଇରାନର ନିୟନ୍ତ୍ରଣ ଅଞ୍ଚଳର ଅଂଶ ଥିଲା ଏବଂ ରହିବ । ଆମେରିକାର ଏଭଳି ଦାବିକୁ ଇରାନ ଗ୍ରହଣ କରୁନାହିଁ ।"

ଏଥିସହ ପଢ଼ନ୍ତୁ: ଟ୍ରକ୍‌ରେ ଲୁଚିକି ଯାଇ ପ୍ଲେନ୍ ବଦଳାଇଲେ ଟ୍ରମ୍ପ; ତୁର୍କୀରୁ ଗଲେ ଆମେରିକା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହର୍ମୁଜ୍ ପ୍ରଣାଳୀ ବିଶ୍ୱ ତୈଳ ବ୍ୟବସାୟ ପାଇଁ ଏକ ଅତ୍ୟନ୍ତ ଜରୁରୀ ସମୁଦ୍ର ପଥ । ଏହି ରାସ୍ତାରେ ସାଧାରଣ ସମୟରେ ବିଶ୍ୱର ମୋଟ ତେଲ ଯୋଗାଣର ପ୍ରାୟ ଏକ-ପଞ୍ଚମାଂଶ ତୈଳ ପରିବହନ ହୋଇଥାଏ । ଏବେ ଏହି ସମୁଦ୍ର ପଥରେ ଜାହାଜ ଚଳାଚଳ ବହୁତ କମିଯାଇଥିବାରୁ ବିଶ୍ୱ ତୈଳ ବଜାର ଉପରେ ଚାପ ବଢ଼ିଛି ।

ଏହାର ପ୍ରଭାବ ଇନ୍ଧନ ଦର ଉପରେ ମଧ୍ୟ ପଡ଼ିଛି । ଟ୍ରମ୍ପ ନିଜେ ମଧ୍ୟ ଆମେରିକାରେ ପେଟ୍ରୋଲ ଦର ବଢ଼ିଥିବା କଥା ସ୍ୱୀକାର କରିଛନ୍ତି । ହର୍ମୁଜ୍ ଦେଇ ତେଲ ଯୋଗାଣ ଠପ୍‌ ହେବା କିମ୍ବା ଆହୁରି କମିବା ଆଶଙ୍କା ରହିଲେ ଅନ୍ତର୍ଜାତୀୟ ତେଲ ବଜାରରେ ଅସ୍ଥିରତା ଜାରି ରହିପାରେ ।

ଅନ୍ୟପଟେ, ଟ୍ରମ୍ପ ଗତ କିଛି ଦିନ ଧରି ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ନିୟନ୍ତ୍ରଣ ଥିବା ଦାବି କରିଆସୁଛନ୍ତି । ଅଗଷ୍ଟ ୧୨ରେ ମଧ୍ୟ ଟ୍ରମ୍ପ ଏହି ଜଳପଥ ଉପରେ ଆମେରିକା ନୌସେନା ‘ସମ୍ପୂର୍ଣ୍ଣ ନିୟନ୍ତ୍ରଣ’ ରଖିଥିବା କହିଥିଲେ ।

ହର୍ମୁଜ୍‌କୁ ନେଇ ଆମେରିକା ଓ ଇରାନର ଏହି ମୁହାଁମୁହିଁ ସ୍ଥିତି ଆଗକୁ କେତେ ବଢ଼ିବ, ତାହା ଉପରେ ଏବେ ବିଶ୍ୱର ନଜର ରହିଛି । ବିଶେଷକରି ତେଲ ଯୋଗାଣ ଓ ଇନ୍ଧନ ଦର ଉପରେ ଏହାର ପ୍ରଭାବକୁ ନେଇ ବଜାରରେ ଚିନ୍ତା ବଢ଼ିଛି ।