Videos
|
International

Trump Secret Escape / ଟ୍ରକ୍‌ରେ ଲୁଚିକି ଯାଇ ପ୍ଲେନ୍ ବଦଳାଇଲେ ଟ୍ରମ୍ପ; ତୁର୍କୀରୁ ଗଲେ ଆମେରିକା

Sushanta Sahoo
Browse all articles by Sushanta Sahoo
·33 mins ago·2 min read
ଟ୍ରକ୍‌ରେ ଲୁଚିକି ଯାଇ ପ୍ଲେନ୍ ବଦଳାଇଲେ ଟ୍ରମ୍ପ; ତୁର୍କୀରୁ ଗଲେ ଆମେରିକା
Catering Truck Used in Turkey Amid Iran Threat

Key Points

ଟ୍ରମ୍ପଙ୍କୁ ହତ୍ୟା ପାଇଁ ଇରାନ ରଚିଥିଲା ଷଡ଼ଯନ୍ତ୍ର
ଆମେରିକୀୟ ଗୁଇନ୍ଦା ବିଭାଗକୁ ମିଳିଲା ବଡ଼ ଖବର 
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି, କ୍ୟାଟରିଂ ଟ୍ରକ, ଟ୍ରମ୍ପଙ୍କ ସିକ୍ରେଟ୍ ରେସ୍କ୍ୟୁ ଅପରେସନ । ଯେଉଁ ବ୍ୟକ୍ତି ଜଣଙ୍କର ଟିକିଏ ଇସାରାରେ ପୂରା ବିଶ୍ୱର ଅର୍ଥନୀତି ଆଉ ରାଜନୀତି ଦୋହଲିଯାଏ । ଯାହାର ସୁରକ୍ଷା ବଳୟ ଭେଦ କରିବା କାହା ପକ୍ଷରେ ବି ସମ୍ଭବ ନୁହେଁ । ନିଜ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଏୟାରପୋର୍ଟରେ କ୍ୟାଟରିଂ ଟ୍ରକ ଭିତରେ ଲୁଚିବାକୁ ପଡ଼ିଲା ।

ୱାଶିଂଟନ୍ ପୋଷ୍ଟର ରିପୋର୍ଟରେ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ । ଇରାନର ହତ୍ୟା ଷଡ଼ଯନ୍ତ୍ରରୁ ଟ୍ରମ୍ପଙ୍କୁ ତୁର୍କୀ ମାଟିରେ କିପରି ଅତି ଗୋପନୀୟ ଭାବେ ଉଦ୍ଧାର କରାଗଲା, ତାର ଏହି ଖୁଲାସା ଏବେ ପୂରା ଦୁନିଆକୁ ସ୍ତବ୍ଧ କରିଦେଇଛି ।

ଟ୍ରକ୍‍, ତୁର୍କୀ ଓ ବ୍ରିଟେନ୍

ଘଟଣାଟି ହେଉଛି ଜୁଲାଇ ମାସର । ରାଷ୍ଟ୍ରପତି ଟ୍ରମ୍ପ NATO ସମ୍ମିଳନୀରେ ଯୋଗ ଦେବା ପାଇଁ ତୁର୍କୀର ରାଜଧାନୀ ଅଙ୍କାରାରେ ପହଞ୍ଚିଥିଲେ । କିନ୍ତୁ ହଠାତ ଆମେରିକୀୟ ଗୁଇନ୍ଦା ବିଭାଗକୁ ଏକ ଖବର ମିଳିଲା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଯୋଜନା କରିସାରିଛି ।

ବିଶେଷକରି ତୁର୍କୀରୁ ବ୍ରିଟେନ୍ ଫେରିବା ବାଟରେ ଏହି ବିପଦ ସବୁଠାରୁ ଅଧିକ ଥିଲା । ସଙ୍କଟର ଏହି ସ୍ଥିତିରୁ ବର୍ତ୍ତିବା ପାଇଁ ଆମେରିକାର ସୁରକ୍ଷା ବିଭାଗ ଏକ ଚାଞ୍ଚଲ୍ୟକର ମାଷ୍ଟରପ୍ଲାନ ଆପଣାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ଲାନ ବିଷୟରେ ମିଡିଆ ତ ଦୂରର କଥା, ହ୍ୱାଇଟ ହାଉସର ବରିଷ୍ଠ କର୍ମଚାରୀମାନଙ୍କୁ ବି କିଛି ଜଣା ନଥିଲା ।

ଏଥିସହ ପଢ଼ନ୍ତୁ: ସିରିଆର ପୂର୍ବତନ ରାଷ୍ଟ୍ରପତି ବାଶାର ଅଲ୍-ଆସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ; କଣ ଥିଲା ଦୋଷ 

ଟ୍ରମ୍ପ ବିମାନରେ ଚଢ଼ିଲେ, ଭିଡିଓ ରେକର୍ଡ ହେଲା ପରେ କ୍ୟାମେରା ବନ୍ଦ ହେଲା, ଆଉ ଆରମ୍ଭ ହେଲା ଅସଲ ଖେଳ । ଟ୍ରମ୍ପ୍ ନିଜେ ସୋସିଆଲ ମିଡିଆରେ ଘୋଷଣା କଲେ ଯେ, ସେ ତାଙ୍କର ପୁରୁଣା ଏୟାରଫୋର୍ସ ୱାନ ବିମାନରେ ବ୍ରିଟେନ ଯିବେ ।

ମିଡିଆ କ୍ୟାମେରା ସାମ୍ନାରେ ସେ ବିମାନରେ ଚଢ଼ିବାର ଦୃଶ୍ୟ ବି ରେକର୍ଡ ହେଲା । ସମସ୍ତେ ଭାବିଲେ, ଟ୍ରମ୍ପ ସେହି ବିମାନରେ ଉଡ଼ାଣ ଭରିଲେ । କିନ୍ତୁ ଅସଲ ଖେଳ ଆରମ୍ଭ ହୋଇଥିଲା କ୍ୟାମେରା ବନ୍ଦ ହେବା ପରେ । ମିଡିଆର ନଜର ହଟାଇ, ଅତି ଚତୁରତାର ସହ ରାଷ୍ଟ୍ରପତିଙ୍କୁ ଗୋଟିଏ ଏୟାରପୋର୍ଟ କ୍ୟାଟରିଂ ଟ୍ରକ ଭିତରେ ଲୁଚାଇ ବିମାନବନ୍ଦରର ଅନ୍ୟ ଏକ ସ୍ଥାନକୁ ନିଆଗଲା ।

ସେଠାରୁ C-32A ନାମକ ଏକ ଛୋଟ ଏବଂ ସିକ୍ରେଟ ମିଲିଟାରୀ ପ୍ଲେନ୍‌ରେ ବସାଇ ତାଙ୍କୁ ସୁରକ୍ଷିତ ଭାବେ ବ୍ରିଟେନ ପଠାଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସେହି ପୁରୁଣା ଏୟାରଫୋର୍ସ ୱାନ ଗୋଟିଏ ନକଲି ବିମାନ ଭାବରେ ବ୍ୟବହାର କରାଯାଇଥିଲା । ଶତ୍ରୁକୁ ଭୁଆଁ ବୁଲାଇବା ପାଇଁ ଏହା ଚାଲ ଥିଲା ।

ସେଥିରେ ବସିଥିବା ସାମ୍ବାଦିକମାନଙ୍କୁ ବିମାନର ଝରକା ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଏପରିକି ସେଥିରେ ଥିବା ହ୍ୱାଇଟ ହାଉସ କର୍ମଚାରୀମାନେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରପତି ସେହି ବିମାନରେ ଆଦୌ ନାହାନ୍ତି ।

ରାତି ପ୍ରାୟ ୧୦:୩୦ ରେ ଟ୍ରମ୍ପଙ୍କ ଛୋଟ ସିକ୍ରେଟ ପ୍ଲେନ ବ୍ରିଟେନରେ ପହଞ୍ଚିବାର କିଛି ସମୟ ପରେ, ସେହି ଅନ୍ୟ ବିମାନଟି ସେଠାରେ ଅବତରଣ କରିଥିଲା । ଦର୍ଶକବନ୍ଧୁ ଇରାନ ଏବଂ ଆମେରିକାର ଏହି ଯୁଦ୍ଧ ଏବେ କେବଳ ଦୁଇ ଦେଶର ଲଢ଼େଇ ହୋଇ ରହିନାହିଁ, ବରଂ ଏହା ଏବେ ବିଶ୍ୱ ଶାନ୍ତି ପାଇଁ ଏକ ପ୍ରଶ୍ନ ହୋଇରହିଛି । କ୍ଷମତା ଯେତେ ବଡ଼ ହେଉନା କାହିଁକି, ଆତଙ୍କର କଳା ଛାଇ ସବୁବେଳେ ପଛରେ ଗୋଡ଼ାଇଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: