Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran US Conflict / ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ, ଯୁଦ୍ଧ ଜାହାଜ ପଠାଇବାକୁ ଆହ୍ୱାନ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ, ଯୁଦ୍ଧ ଜାହାଜ ପଠାଇବାକୁ ଆହ୍ୱାନ
Donald Trump

Key Points

ହର୍ମୁଜ ପ୍ରଣାଳୀରେ ତିବ୍ରତା
ମିତ୍ର ଦେଶମାନଙ୍କୁ ଯୁଦ୍ଧ ଜାହାଜ ପଠାଇବାକୁ କହିଲେ ଟ୍ରମ୍ପ
ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ
ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ । ହର୍ମୁଜ ପ୍ରଣାଳୀ ପାଇଁ ସହଯୋଗୀ ଦେଶମାନଙ୍କୁ ଯୁଦ୍ଧ ଜାହାଜ ପଠାଇବାକୁ ଆହ୍ୱାନ ଦେଲେ ଟ୍ରମ୍ପ । ହର୍ମୁଜ ପ୍ରଣାଳୀର ସୁରକ୍ଷା ପାଇଁ ଯୁଦ୍ଧ ଜାହାଜ ପଠାଇବାକୁ ସେ ମିତ୍ର ଶକ୍ତିମାନଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ତେହେରାନ ମଧ୍ୟ ନିଜର ପ୍ରତିକ୍ରିୟାକୁ ଜୋରଦାର କରିବାକୁ ଶପଥ ନେଇଛି । ଟ୍ରମ୍ପ କହିଛନ୍ତି ଯେ ଆମେରିକାର ଆକ୍ରମଣ ଖାର୍ଗ ଦ୍ୱୀପର ଅଧିକାଂଶ ଭାଗକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି । ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଚଳାଚଳକୁ ରୋକିବା ଯୋଗୁ ଆମେରିକା ଓ ତା’ର ସହଯୋଗୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହି ଯୁଦ୍ଧ କାରଣରୁ ବିଶ୍ୱରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଫେବୃଆରୀ ୨୮ ରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇରାନର ।

ସେପଟେ ଯୁଦ୍ଧ ମଧ୍ୟରେ ଭାରତକୁ ଶକ୍ତି ସୁରକ୍ଷା କ୍ଷେତ୍ରରେ ମିଳିଛି ବଡ଼ ସଫଳତା । କାରଣ 'ଶିବାଲିକ' ପରେ ଭାରତର ଦ୍ୱିତୀୟ LPG ବାହୀ ଜାହାଜ 'ନନ୍ଦା ଦେବୀ' ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି । ବର୍ତ୍ତମାନ ଏହି ଜାହାଜଟି ଖୋଲା ସମୁଦ୍ରରେ ପ୍ରବେଶ କରିଥିବା ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭାରତୀୟ ନୌସେନା ବର୍ତ୍ତମାନ ଏହି ଜାହାଜକୁ ଏସ୍କର୍ଟ ପ୍ରଦାନ କରୁଛି । ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଭାରତୀୟ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ମୁମ୍ବାଇ କିମ୍ବା କାଣ୍ଡଲା ବନ୍ଦର ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ଏହି ଜାହାଜଟି ନିଜର ମାଲ୍ ଖଲାସ କରିପାରେ ।

'ନନ୍ଦା ଦେବୀ' ଜାହାଜରେ ୪୬,୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ LPG ଗ୍ୟାସ ରହିଛି । ଏହା ପୂର୍ବରୁ 'ଶିବାଲିକ' ନାମକ ଜାହାଜକୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ଏଥିରେ ମଧ୍ୟ ୪୬,୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ LPG ଗ୍ୟାସ ରହିଥିବା ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ସୂଚନା ଦେଇଛନ୍ତି । ସରକାରଙ୍କ ସଫଳ କୂଟନୈତିକ ଆଲୋଚନା ପରେ ଏହି ଜାହାଜଗୁଡ଼ିକର ଯାତ୍ରା ପାଇଁ ପଥ ପରିଷ୍କାର ହୋଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trump Warns of Fresh Strike on Iran’s Kharg Island; India Secures LPG Ship via Hormuz | Argus News