Donald Trump / ଗଞ୍ଜେଇକୁ ବ୍ୟବହାର କରି ଔଷଧ ତିଆରି କରିବାକୁ ବିଚାର କରୁଛନ୍ତି ଟ୍ରମ୍ପ...
·7 months ago·2 min read

Key Points
ଏହି ଔଷଧକୁ ଘୋଷଣା କଲେ “ସାମୁହିକ ବିନାଶର ଅସ୍ତ୍ର”
ଗଞ୍ଜେଇକୁ ପ୍ରବଳ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସବୁବେଳେ କିଛି ନା କିଛି ବିବାଦକୁ ନେଇ ଚର୍ଚ୍ଚାରେ ଥାନ୍ତି। ଏଥର ପୁଣି ଏଭଳି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଟ୍ରମ୍ପ। କୁହାଯାଉଛି କି ଗଞ୍ଜେଇ ପ୍ରେମରେ ପଡିଛନ୍ତି ଟ୍ରମ୍ପ। ଏହାସହ ଟ୍ରମ୍ପ ଫେଣ୍ଟାନାଇଲ ଏକ ଗଣବିନାଶକାରୀ ଅସ୍ତ୍ର ଘୋଷଣା କରି ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ତେବେ ସୂଚନାନୁସାରେ, ଫେଣ୍ଟାନାଇଲ ଏକ ଗଣବିନାଶକାରୀ ଅସ୍ତ୍ର ବୋଲି ମିଥ୍ୟା ଦାବି ଉପରେ ଆମେରିକା ଏବଂ ବ୍ରିଟେନ ୨୦୦୩ ମସିହାରେ ଇରାକ ଉପରେ ଆକ୍ରମଣ କରିଥିଲେ।
ଟ୍ରମ୍ପଙ୍କ ଅନୁସାରେ, ସୀମା ଦେଇ ଆସୁଥିବା ଫେଣ୍ଟାନାଇଲର ପରିମାଣ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ଚୀନ୍ ମଧ୍ୟ ଏହି ପ୍ରସଙ୍ଗରେ ଆମେରିକା ସହିତ କାମ କରୁଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଫେଣ୍ଟାନାଇଲର ସୀମିତ ଚିକିତ୍ସା ବ୍ୟବହାର ଅଛି, କିନ୍ତୁ ଏହାର ଅବୈଧ ଉତ୍ପାଦନ ଏବଂ ଅନ୍ୟାନ୍ୟ ପଦାର୍ଥ ସହିତ ମିଶ୍ରଣ ଯୋଗୁଁ ଏହା ଅତ୍ୟନ୍ତ ଘାତକ ହୋଇଯାଇଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ସିନ୍ଥେଟିକ୍ ଓପିଓଏଡ୍ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି ଏବଂ ଏହାର ଅବୈଧ ବାଣିଜ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରାଯିବ।ଏହି ସମୟରେ, ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଗଞ୍ଜେଇ ଉପରେ କଟକଣାକୁ ସହଜ କରିବେ।
ଏଥିସହ ପଢ଼ନ୍ତୁ: ପଥିରାନାଙ୍କୁ ଏତିକି କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ
ସେପଟେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଗଞ୍ଜେଇକୁ ଏକ କମ୍ ବିପଦପୂର୍ଣ୍ଣ ଔଷଧ ଭାବରେ ବର୍ଗୀକରଣ କରିବାକୁ “ବିଚାର” କରୁଛି। ଏହି ପଦକ୍ଷେପ କଟକଣାକୁ କମ କରିପାରିବ ଏବଂ ଗଞ୍ଜେଇ ଶିଳ୍ପକୁ ଆଶ୍ୱସ୍ତି ପ୍ରଦାନ କରିପାରିବ। ଏହି ପ୍ରସଙ୍ଗ ବିଷୟରେ ପଚରାଯିବାରୁ ଟ୍ରମ୍ପ କହିଥିଲେ, “ଆମେ ଏହାକୁ ବିଚାର କରୁଛୁ। କାରଣ ବହୁତ ଲୋକ ଏହାକୁ ପୁନଃବର୍ଗୀକୃତ ଦେଖିବାକୁ ଚାହାଁନ୍ତି। କାରଣ ଏଥିରେ ଏକ ବିପୁଳ ପରିମାଣର ଗବେଷଣା ଜଡିତ ଯାହା ପୁନଃବର୍ଗୀକୃତ ନହେବା ପର୍ଯ୍ୟନ୍ତ କରାଯାଇପାରିବ ନାହିଁ। ତେଣୁ ଆମେ ଏହାକୁ ବହୁତ ଦୃଢ଼ ଭାବରେ ବିଚାର କରୁଛୁ।”
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଆଜି ମୁଁ ଏକ ଐତିହାସିକ ଆଦେଶରେ ସ୍ୱାକ୍ଷର କରୁଛି ଯାହା ଫେଣ୍ଟାନାଇଲକୁ ଗଣବିନାଶର ଅସ୍ତ୍ର ଭାବରେ ନିର୍ଣ୍ଣୟ କରିବ। କୌଣସି ବୋମା ଏହି ଔଷଧ ପରି କ୍ଷତି କରିପାରିବ ନାହିଁ। ଫେଣ୍ଟାନାଇଲ ଦ୍ୱାରା ହେଉଥିବା ମୃତ୍ୟୁ ସଂଖ୍ୟା ସରକାରୀ ସଂଖ୍ୟା ଅପେକ୍ଷା ବହୁତ ଅଧିକ। ପ୍ରତିବର୍ଷ ୨ ରୁ ୩ ଲକ୍ଷ ଲୋକ ଏହି ଔଷଧ ଯୋଗୁଁ ମୃତ୍ୟୁବରଣ କରନ୍ତି, ଯାହା ଆମେରିକୀୟ ପରିବାରକୁ ଧ୍ୱଂସ କରୁଛି। ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ଶତ୍ରୁ ଦେଶଗୁଡ଼ିକ ଜାଣିଶୁଣି ଆମେରିକାକୁ ଫେଣ୍ଟାନାଇଲ୍ ଚୋରା ଚାଲାଣ କରୁଛନ୍ତି। ଆମେରିକାକୁ ଫେଣ୍ଟାନାଇଲ୍ ପଠାଇବା ପଛରେ ଉଦ୍ଦେଶ୍ୟ ହେଉଛି ଆମେରିକୀୟମାନଙ୍କୁ କ୍ଷତି ପହଞ୍ଚାଇବା। ମେ ମାସରେ, ଆମେ ଆମେରିକୀୟ ଇତିହାସରେ ସବୁଠାରୁ ଅଧିକ ଫେଣ୍ଟାନାଇଲ୍ ଜବତ କରିଥିଲୁ । ଏପରିକି ଏକାଥରେ ତିନି ଲକ୍ଷ ଫେଣ୍ଟାନାଇଲ୍ ବଟିକା ଜବତ କରିଥିଲୁ।” ତେବେ ଆଗକୁ ପରିସ୍ଥିତି କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories