Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ

International

Middle East War / ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ

Rashmita Mishra
Browse all articles by Rashmita Mishra
·2 months ago·2 min read
ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ
Donald Trump

Key Points

୧୦ ଦିନ ଯାଏଁ ଯୁଦ୍ଧ ବନ୍ଦ ।
ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ । 

ଇରାନ୍- ଆମେରିକା ଓ ଇସ୍ରାଏଲ ଯୁଦ୍ଧକୁ ମାସେ ପୂରିବାକୁ ଯାଉଥିବାବେଳେ । ଇରାନ କିମ୍ବା ଆମେରିକା କେହି ହେଲେ ପଛକୁ ହଟୁ ନାହାଁନ୍ତି । ପରସ୍ପରକୁ ମିସାଇଲ ମାଡ଼ କରୁଛନ୍ତି । ଏହା ଭିତରେ କିନ୍ତୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ଇରାନର ଶକ୍ତି ଉତ୍ସ ବା ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବେ ନାହିଁ । ପୂର୍ବରୁ ୫ଦିନ ଯାଏଁ ଆକ୍ରମଣ ହେବନି ବୋଲି କହିଥିଲେ ଆଉ ବର୍ତ୍ତମାନ ୧୦ ଦିନ ଯାଏଁ ଆକ୍ରମଣ କରାଯିବ ନାହିଁ ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ଏହି ନିଷ୍ପତ୍ତି ଇରାନ ସରକାରଙ୍କ ଅନୁରୋଧ ପରେ ନିଆଯାଇଛି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଆଲୋଚନା ଆଗକୁ ବଢିପାରିବ ।

ତେବେ ଯୁଦ୍ଧ ଆରମ୍ଭ ହେଲା ପରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ ଆମେରିକା ଇରାନର ଶକ୍ତି ଉତ୍ସ ଉପରେ ଆକ୍ରମଣ କରିବନି ବୋଲି ବିଧିବଦ୍ଧ ଭାବେ କହିଛି । ଗତ କିଛି ସପ୍ତାହ ହେଲା ଆମେରିକା ଏବଂ ଇସ୍ରାଏଲ ଲଗାତାର ଭାବେ ଇରାନର ତେଲ ଏବଂ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରୁଥିଲେ । ତେହେରାନକୁ ଆର୍ଥିକ ଭାବେ ଦୁର୍ବଳ କରିବା ଦୁଇ ଦେଶର ଲକ୍ଷ୍ୟ ଥିଲା ।

ୟୁଏସ ରାଷ୍ଟ୍ରପତି ନିଜ ସୋସିଆଲ ମିଡିଆ ପେଜ୍ ଟ୍ରୁଥରେ ଲେଖିଛନ୍ତି ଯେ, ଇରାନ ସରକାର ଅନୁରୋଧ କରୁଛନ୍ତି । ତେଣୁ ସେ ଇରାନର ଶକ୍ତି ଉତ୍ସ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି । ଏହା ଏପ୍ରିଲ ୬ ତାରିଖ ସୋମବାର ଯାଏଁ ଲାଗୁ ରହିବ । ଟ୍ରମ୍ପ୍ ସଙ୍କେତ ଦେଇଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଛି । ଯାହା ସକରାତ୍ମକ ଦିଗକୁ ବଢୁଛି ।

ଇରାନ ମଧ୍ୟ ଚୁପ୍ ବସିନଥିଲା । ୟୁଏସ ଏବଂ ଇସ୍ରାଏଲର ଆକ୍ରମଣର ପ୍ରତି ଜବାବରେ ମଧ୍ୟପ୍ରାଚ୍ୟରେ ଥିବା ୟୁଏସ ସାମରିକ ଘାଟି ଉପରେ ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ କରିଥିଲା । ଏବେ କିନ୍ତୁ ଆଗାମୀ ୧୦ଦିନ ଯାଏଁ ପରସ୍ପର ଉପରେ ମିସାଇଲ ଆକ୍ରମଣ କମିବ । କାରଣ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ନା ସାମୟିକ ସମୟ ପାଇଁ ଆଶ୍ୱସ୍ତି ବୋଲି ଜଣା ପଡି ନାହିଁ ।

ପଢନ୍ତୁ ଏହି ଖବର: ଇରାନ ଯୁଦ୍ଧ ବେଳେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଆମେରିକା ସେନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump | Donald Trump Says No Attack on Iran’s Nuclear Sites | Argus News