Middle East War / ଇରାନ ଯୁଦ୍ଧ ବେଳେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ଆମେରିକା ସେନା
·5 months ago·2 min read

Key Points
ଇରାନ ସହ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ସେନା ଏହାର ନିଯୁକ୍ତି ନିୟମରେ ଏକ ବଡ଼ ପରିବର୍ତ୍ତନ ଆଣିଛି।
US Army New Recruits Rules: ଇରାନ ସହ ଚାଲିଥିବା ଯୁଦ୍ଧ ବେଳେ ଆମେରିକା ସେନାର ନିଯୁକ୍ତି ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଯେଉଁ ଆମେରିକୀୟ ନାଗରିକ ପୂର୍ବରୁ ଗଞ୍ଜେଇ ସହିତ ଧରାପଡ଼ିଛନ୍ତି କିମ୍ବା ସେମାନଙ୍କ ବିରୋଧରେ ଏ ସମ୍ପର୍କିତ ମାମଲାର ବିଚାର କରାଯାଉଛି ସେମାନେ ଏବେ ସେନାର ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ଆମେରିକୀୟ ସେନା ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିଛି। ଏହି ନୂତନ ନିୟମ ଅନୁଯାୟୀ ୪୨ ବର୍ଷ ପର୍ଯ୍ୟନ୍ତ କୌଣସି ଦେଶର କୌଣସି ବ୍ୟକ୍ତି ଆର୍ମି ନ୍ୟାସନାଲ୍ ଗାର୍ଡ, ଆର୍ମି ରିଜର୍ଭ, ସ୍ଥଳସେନାରେ ନିଯୁକ୍ତ ହୋଇପାରିବେ। ପୂର୍ବରୁ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରହିଥିଲା।
କ'ଣ କହୁଛି ନୂତନ ନିୟମ?
ଗତ ୨୦ ତାରିଖରେ ସେନା ମୁଖ୍ୟାଳୟ ଦ୍ୱାରା ଜାରି ହୋଇଥିବା ଏକ ଚିଠି ଅନୁଯାୟୀ ସେହି ଆବେଦନକାରୀଙ୍କ ଉପରୁ ନିଷେଧାଦେଶ ଉଠାଇ ଦିଆଯାଇଛି ଯେଉଁମାନଙ୍କ ପାଖରୁ ଗଞ୍ଜେଇ କିମ୍ବା ଚିଲମ୍ ଭଳି ସାମଗ୍ରୀ ରଖି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ନିୟମ ସେହି ବ୍ୟକ୍ତିଙ୍କ ପାଇଁ ଲାଗୁ ହୋଇଛି ଯେଉଁମାନଙ୍କ ବିରୋଧରେ କେବଳ ଗୋଟିଏ ମାତ୍ର ମାମଲା ରୁଜୁ ହୋଇଛି। ପୂର୍ବରୁ ଏ ସମ୍ପର୍କିତ ମାମଲାରେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଅଧିକାରୀଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡୁଥିଲା। ଏହା ସହିତ ସେପରି ପ୍ରାର୍ଥୀଙ୍କୁ ସେନାରେ ଯୋଗ ଦେବା ପୂର୍ବରୁ ୨୪ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଏପରିକି ସେମାନଙ୍କୁ ଡ୍ରଗ୍ ପରୀକ୍ଷା ପାସ୍ କରିବାକୁ ପଡୁଥିଲା। ସେହିପରି ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ସେନାରେ ଭର୍ତ୍ତି ହେବା ପାଇଁ ସର୍ବାଧିକ ବୟସ ସୀମାକୁ ୩୫ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ସର୍ବାଧିକ ବୟସ ସୀମାରେ ଏହି ପରିବର୍ତ୍ତନ ସ୍ଥଳସେନାକୁ, ସୈନ୍ୟବାହିନୀର ଅନ୍ୟ ଶାଖା ଯେପରିକି ନୌସେନା ଏବଂ ବାୟୁସେନାର ନିୟମାବଳୀ ସହିତ ଅଧିକ ସମନ୍ୱୟରେ ଆଣିଥାଏ।
କାହିଁକି ସେନା ବଦଳାଇଲା ନିୟମ?
ବିଗତ କିଛି ବର୍ଷ ହେବ ଆମେରିକୀୟ ସେନା ନୂତନ ନିଯୁକ୍ତି ଜନିତ ସମସ୍ୟାର ସାମ୍ନା କରୁଛି। ନିଯୁକ୍ତି ନିୟମ ବଦଳାଇବା ଦ୍ୱାରା ଏପରି ସମସ୍ୟାର ସମାଧାନ ହେବା ନେଇ ଆଶାବାଦୀ ଅଛି ଆମେରିକା ସେନା। ଗତ ୨୦୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟରୁ ୨୫ ପ୍ରତିଶତ କମ୍ ନିଯୁକ୍ତି ହୋଇଥିଲା। ଯାହା ପରେ ଆମେରିକୀୟ ସୈନ୍ୟବାହିନୀ ଅଧିକରୁ ଅଧିକ ଲୋକଙ୍କୁ ଭର୍ତ୍ତି କରିବା ପାଇଁ ଏହାର ନିଯୁକ୍ତି ନିୟମରେ ପରିବର୍ତ୍ତନ କରିଛି। ଯେଉଁଥିରେ ଅଧିକ ଯୁବପିଢିଙ୍କୁ ସାମିଲ କରିବା ଅନ୍ତର୍ଭୂକ୍ତ ରହିଛି।
ସେନାର ନିଯୁକ୍ତି ନିୟମରେ ପରିବର୍ତ୍ତନ ସେତେବେଳେ କରାଯାଇଛି ଯେତେବେଳେ ମଧ୍ୟ ପ୍ରାଚ୍ୟରେ ଇରାନ ସହ ଭୀଷଣ ସଂଘର୍ଷ ଜାରି ରହିଛି। ଏବେ ପେଣ୍ଟାଗନ ପ୍ରାୟ ୨୦୦ ପାରାଟ୍ରୁପର ଏବଂ ୪୫୦୦ ମରିନ୍ସ୍ କମାଣ୍ଡୋ ମଧ୍ୟ ପ୍ରାଚ୍ୟରେ ନିୟୋଜିତ କରିଛି। ଇରାନ ସହିତ ଚାଲିଥିବା ସଂଘର୍ଷ ପାଇଁ ଅତିରିକ୍ତ ୨୦୦ ବିଲିୟନ ଡଲାର ସହାୟତା ଯୋଗାଇ ଦେବାକୁ ଆମେରିକ ସେନା ଦେଶର ସଂସଦ କଂଗ୍ରେସ ଆଗରେ ଦାବି ରଖିଛି। ଇରାନ ମାଟି ଆମେରିକା ସିଧାସଳଖ ଏହାର ସୈନ୍ୟଙ୍କୁ ଅବତରଣ କରିବାର ଯୋଜନା କରୁଛି। ଯଦି ସେନା ଦ୍ୱାରା କଂଗ୍ରେସ ଆଗରେ କରାଯାଇଥିବା ଦାବି ଅନୁମୋଦିତ ହୋଇଯାଏ, ତାହେଲେ ଏହି ପାଣ୍ଠି ପେଣ୍ଟାଗନର ବଜେଟକୁ ଆହୁରି ବୃଦ୍ଧି କରି।, ଯାହା ପୂର୍ବରୁ ୯୦୦ ବିଲିୟନ ଡଲାର ଅତିକ୍ରମ କରିସାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଟ୍ରମ୍ପ୍ କହିଲେ ଇରାନର ଶକ୍ତିକେନ୍ଦ୍ର ଉପରେ ହେବନି ଆକ୍ରମଣ
Related Topics
Explore more stories